Advertisment

୪୦ହଜାର ସ୍କୁଲରେ ଲାଗୁ ହେବ ଦୁଷ୍କର୍ମ ଅଭିଯୁକ୍ତ ବାବା ଆଶାରାମଙ୍କ ଏହି ପରାମର୍ଶ 

Advertisment
୪୦ହଜାର ସ୍କୁଲରେ ଲାଗୁ ହେବ ଦୁଷ୍କର୍ମ ଅଭିଯୁକ୍ତ ବାବା ଆଶାରାମଙ୍କ ଏହି ପରାମର୍ଶ 

ରାଞ୍ଚି: ଦୁଷ୍କର୍ମ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଧର୍ମ ପ୍ରାଚାରକ ଆଶାରାମଙ୍କ ଏକ ପରାମର୍ଶକୁ ଆଉ ଏକ ବିଜେପି ଶାସିତ ରାଜ୍ୟରେ ଲାଗୁ କରାଯିବାର ଯୋଜନା କରାଯାଉଛି।  ଆଜ୍ଞ ହଁ ! ଝାଡଖଣ୍ଡ ସରକାର ରାଜ୍ୟର ୪୦,୦୦୦ ସ୍କୁଲରେ ମାତୃ-ପିତୃ ଦିବସ ପାଳନ କରିବା ପାଇଁ ଯୋଜନା କରୁଛନ୍ତି। ଝାଡଖଣ୍ଡ ଶିକ୍ଷା ବିଭାଗ ଏହାକୁ ନେଇ ସ୍କୁଲ ପାଇଁ ଦିଶା-ନିର୍ଦ୍ଦେଶ କରୁଛନ୍ତି। ଏହି ଯୋଜନା ଜରିଆରେ ବର୍ଷର କୌଣସି ଗୋଟିଏ ଦିନକୁ ‘ମାତୃ-ପିତୃ ପୂଜନ’ ଦିବସ ରୂପେ ଘୋଷଣା କରାଯିବ। ଶିକ୍ଷା ରାଜ୍ୟମନ୍ତ୍ରୀ ନିରା ଯାଦବ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ସଚିବଙ୍କୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି।

publive-image

ଛତିଶଗଡ଼ ସରକାର ୨୦୧୫ରେ ଆଶାରାମଙ୍କ ପରାମର୍ଶର ପାଳନ କରିବାକୁ ଯାଇ ‘ଭ୍ୟାଲେନ୍‌ଟାଇନ୍‌ ଡେ’କୁ ‘ମାତୃ-ପିତୃ’ ଦିବସ ରୁପରେ ପାଳନ କରିବା ନେଇ ଅଧିକାରୀ ଘୋଷଣା କରିଥିଲେ। ଏକ ପ୍ରକାଶିତ ଖବର ମୁତାବକ, ଏଣିକି ଏହି ନିୟମ ଝାଡଖଣ୍ଡରେ ବି ଲାଗୁ କରାଯିବ।

publive-image

ନିରା ଯାଦବ କହିଛନ୍ତି, ‘ଏକ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଜର ପିତା-ମାତାଙ୍କୁ ପୂଜା କରିବା ଦେଖିବା ପରେ ସମଗ୍ର ରାଜ୍ୟର ସ୍କୁଲମାନଙ୍କରେ ସେହି ନିୟମ ଲାଗୁ କରିବା ପାଇଁ ବିଚାର କରିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ‘ମାତୃ-ପିତୃ’ ଦିବସରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପିତା-ମାତାଙ୍କୁ ଚନ୍ଦନ ଲଗାଇବା ସହ ମାଳା ପିନ୍ଧାଇବା ଓ ପାଦ ସ୍ପର୍ଶ କରି ଆର୍ଶୀବାଦ ନେବାକୁ କହିଥାଆନ୍ତି। ତେବେ ଏପରି କରିବା ଦ୍ୱାରା ପିଲାମାନଙ୍କୁ ଭଲ ମଣିଷ କରି ଗଢ଼ିବା ସହିତ ସଂସ୍କୃତି ପରମ୍ପରା ସମ୍ପର୍କରେ ଅବଗତ କରାଯାଇ ପାରିବ ବୋଲି ଆଶା ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା କେଉଁଦିନରେ ଝାଡଖଣ୍ଡ ସ୍କୁଲରେ ‘ମାତୃ-ପିତୃ’ ଦିବସ ପାଳନ କରାଯିବ ତାହାର ତିଥି ନିଶ୍ଚିତ ହୋଇନାହିଁ। ଏହାର ଦାୟିତ୍ୱ ଶିକ୍ଷା ସଚିବଙ୍କୁ ଦିଆଯାଇଛି। ଛତିଶଗଡ଼ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପ୍ରତିବର୍ଷ ଫେବ୍ରୁଆରି ୧୪ ତାରିଖକୁ ମାତୃ-ପିତୃ ଦିବସ ରୂପେ ପାଳନ କରାଯାଉଛି। ବିଜେପି ଶାସିତ ଛତିଶଗଡ଼ର ସ୍କୁଲରେ ଦୁଇବର୍ଷ ପୂର୍ବରୁ ‘ମାତୃ-ପିତୃ’ ଦିବସ ପାଳନ କରାଯାଉଛି। ରମନ ସିଂହ ସରକାର ଦୁଷ୍କର୍ମକାରୀ ଆଶାରାମଙ୍କ କହିବାନୁସାରେ ଏହି ପଦକ୍ଷେପ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe