ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳାରେ ଆସ୍ଥା ଓ ବିଶ୍ବାସର ବିଭିନ୍ନ ପ୍ରକାର ରଙ୍ଗ ଦେଖିବାକୁ ମିଳୁଛି। ଦେଶର କୋଣଅନୁକୋଣରୁ ଏହି ମହାକୁମ୍ଭ ମେଳାକୁ ଆସିଥିବା ସାଧୁ-ସନ୍ଥମାନଙ୍କ ରୋଚକ ଓ ଆଧ୍ୟାତ୍ମିକ ଜୀବନଶୈଳୀ ଲୋକଙ୍କୁ ଖୁବ ପ୍ରଭାବିତ କରିଛି। ଏମିତି ଜଣେ ବାବା ହେଉଛନ୍ତି ମୌନୀ ବାବା। ଯିଏକି ୬ବର୍ଷ ହେବ ମୌନ ରହିଛନ୍ତି।

Advertisment

ଅଧିକପଢ଼ନ୍ତୁ:ଟିକିଲିକୁ ନେଇ ତୁମୁଳକାଣ୍ଡ: ସ୍ବାମୀ-ସ୍ତ୍ରୀ ଭିତରେ ଝଗଡ଼ା, ଛାଡପତ୍ର ଯାଏଁ ଗଲା କଥା...

ମୌନୀ ବାବାଙ୍କ ବାସ୍ତବ ନାମ ଶ୍ରୀ ନିରଞ୍ଜନି ହରିଓମ ଭାରତୀ। ମୌନୀ ବାବା ମହାକୁମ୍ଭକୁ ପଞ୍ଚାୟତୀ ଆଖଡାର କେଦାର ଧାମରୁ ଆସିଛନ୍ତି। ତାଙ୍କ ଆଶ୍ରମରେ ସକାଳ, ମଧ୍ୟାହ୍ନ ଓ ରାତିରେ ତିନିଥର ଭୋଜନ ପ୍ରସ୍ତୁତ ହୋଇଥାଏ।

୬ମାସ ହେବ ମୌନ ରହିଥିବା ବାବାଙ୍କ ପାଖରେ ଡାଏରି ରହିଛି। ସେ ଯାହାବି କହିବାକୁ ଚାହାଁନ୍ତି ଉକ୍ତ ଡାଏରି ଜରିଆରେ ଲେଖିକି ଜଣାଇ ଥାଆନ୍ତି।  ଏହି ଡାଏରିରେ ସେ ଲେଖିଛନ୍ତି, ‘ମୁଁ ଏମିତି କେତେ ଦିନ ଯାଏଁ ମୌନ ରହିବି ତାହା ସେହି କେଦାରବାବା ହିଁ ଜାଣିଛନ୍ତି। ବର୍ତ୍ତମାନ ତ ମୋର ଏହି ବ୍ରତ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ରହିଛି।’ 

ଅଧିକପଢ଼ନ୍ତୁ:ଏଇ ଝୁମା ଝୁମା ଗୋଲାପି ବେଳାରେ.. ଓ କହନା ଏ ଫୁଲ କହନା...ଗୀତର ସ୍ରଷ୍ଟା ସଂଗ୍ରାମ ମହାନ୍ତିଙ୍କ ପରଲୋକ

ମହାକୁମ୍ଭ ମେଳା ଜାନୁଆରି ୧୩ ତାରିଖ‌ରେ ଆରମ୍ଭ ହୋଇଛି। ଏହା ଫେବ୍ରୁଆରି ୨୬ ତାରିଖ‌ରେ ଶେଷ ହେବ। ଫେବ୍ରୁଆରି ୧୨ ତାରିଖ‌ରେ ମାଘ ପୂର୍ଣ୍ଣିମା ଥିବା ବେଳେ ଫେବ୍ରୁଆରି ୨୬ ତାରିଖରେ ମହାଶିବରାତ୍ରିରେ ଅମୃତ ସ୍ନାନ ଯୋଗ ରହିଛି।