ବଡ଼ ବିଚିତ୍ର: ପ୍ରସବର ଗୋଟିଏ ଦିନ ପରେ ପରୀକ୍ଷା ଦେଲେ ଛାତ୍ରୀ

Advertisment
ବଡ଼ ବିଚିତ୍ର: ପ୍ରସବର ଗୋଟିଏ ଦିନ ପରେ ପରୀକ୍ଷା ଦେଲେ ଛାତ୍ରୀ

Medicine - Careers360

ବେଙ୍ଗଲୁରୁ: ପ୍ରସବର ଗୋଟିଏ ଦିନ ପରେ ଜଣେ ଛାତ୍ରୀ ପରୀକ୍ଷା ଦେଇଥିବା ଘଟଣା ସାମ୍ନାକୁ ଆସିଛି।
ବେଙ୍ଗାଲୁରୁର ଜଣେ ୨୭ବର୍ଷୀୟ ମେଡିକାଲ ଛାତ୍ରୀଙ୍କୁ ପରୀକ୍ଷା ଦେବା ସମୟରେ ପ୍ରସବପୀଡା ହୋଇଥିଲା। lତେଣୁ ସେଠାରୁ ତାଙ୍କୁ ତୁରନ୍ତ ହସ୍‌ପିଟାଲ୍‌ ନେଇ ଭର୍ତ୍ତି କରାଯାଇଥିଲା। ସି-ସେକ୍‌ସନ୍‌ରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସନ୍ତାନ ଜନ୍ମ ଦେବାର ଗୋଟିଏ ଦିନ ପରେ ଏହି ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇଥିଲେ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ।
ଛାତ୍ରୀଙ୍କୁ ରବିବାର କସ୍ତୁରବା ମେଡିକାଲରୁ ଛୁଟି ମିଳିଛି। ଏବେ ସେ ପ୍ରାକ୍ଟିକାଲ ଏଗଜାମ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି।

publive-image Expatica

ସୂଚନାଯୋଗ୍ୟ, ଛାତ୍ରୀଜଣଙ୍କ କସ୍ତୁରବା ମେଡିକାଲ କଲେଜରେ ପିଜି କରୁଛନ୍ତି। ଏହି ଛାତ୍ରୀ ଜଣକ ଏପ୍ରିଲ ୨ ତାରିଖରେ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ସେ ହସପିଟାଲ୍‌ରୁ ପରୀକ୍ଷା ଦେବା ପାଇଁ ଅନୁମତି ମାଗିଥିଲେ। କଲେଜ ବି ତାଙ୍କୁ ଏଭଳି ପରୀକ୍ଷା ଦେବା ପାଇଁ ଅନୁମତି ଦେଇ ଦେଇଥିଲା। ଏନେଇ ଛାତ୍ରୀ କସ୍ତୁରବା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ଏହା ସମ୍ଭବ ହୋଇପାରି ନ ଥାନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe