ଶଜନାଛୁଇଁର ଚମତ୍କାରୀ ଔଷଧୀୟ ଗୁଣ

ଶଜନାଛୁଇଁର ଚମତ୍କାରୀ ଔଷଧୀୟ ଗୁଣ

ଭାରତର ସବୁ ଅଞ୍ଚଳରେ ଶଜନାଛୁଇଁ ତରକାରି ହୁଏ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଥିବାରୁ ହଜାର ହଜାର ବର୍ଷ ହେବ ଏହା ଗୋଟିଏ ସ୍ୱାସ୍ଥ୍ୟପ୍ରଦ ପରିବା ହିସାବରେ ବ୍ୟବହାର ହୋଇଆସୁଛି। ଆରୋଗ୍ୟକାରୀ ଗୁଣ ଥିବାରୁ ଏବେ ଲୋକେ ଏହାକୁ ଚା’ରେ ପକାଉଛନ୍ତି ଏବଂ ଏହାର ଗୁଣ୍ଡ ଖାଉଛନ୍ତି। ଗବେଷଣାରୁ ଜଣାପଡ଼ିଛି ଶଜନାଛୁଇଁରେ ଅନେକ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି। ଶଜନାଗଛର ପ୍ରାୟ ସମସ୍ତ ଅଂଶ ବ୍ୟବାହାର କରିହୁଏ। ଶଜନାରେ ବସାଦହି ଠାରୁ ୨ ଗୁଣ ପୁଷ୍ଟିସାର, ଗାଜର ଠାରୁ ୪ ଗୁଣ ଜୀବସାର ‘କ’, କଦଳୀ ଠାରୁ ୩ ଗୁଣ ପଟାସିୟମ୍‌, ଗୋଦୁଗ୍ଧ ଠାରୁ ୪ ଗୁଣ କାଲ୍‌ସିଅମ୍‌ ଏବଂ କମଳା ଠାରୁ ୭ଗୁଣ ଜୀବସାର ‘ଗ’ ରହିଛି।

publive-image

ଶଜନାର ଔଷଧୀୟ ଗୁଣରୁ ଉପସମ ମିଳୁଥିବା କେତେକ ଶାରୀରିକ ଅସୁସ୍ଥତା ସମ୍ବନ୍ଧରେ ଜାଣନ୍ତୁ:

୧. ଫୁଲାଫୁଲି ସମ୍ବନ୍ଧୀୟ ରୋଗ
୨. କର୍କଟ ରୋଗ
୩. ମଧୁମେହ
୪, ରକ୍ତହୀନତା
୫. ଗଣ୍ଠିବାତ
୬. ଆଜ୍‌ମା
୭. କୋଷ୍ଠକାଠିନ୍ୟ, ପେଟ ଯନ୍ତ୍ରଣା ଏବଂ ଝାଡ଼ା
୮. ଅପସ୍ମାର
୯. ପାକସ୍ଥଳୀ ଏବଂ ଅନ୍ତଃନଳୀ ଘା’ ଓ ବିନ୍ଧା
୧୦. ପୁରାତନ ମୁଣ୍ଡବିନ୍ଧା
୧୧. ହୃଦ୍‌ରୋଗ ଓ ରକ୍ତଚାପ
୧୨. ବୃକ୍କ ପଥୁରୀ
୧୩. ଦେହରେ ପାଣି ଜମିବା
୧୪. ଥାଇରଏଡ୍‌ ଗ୍ରନ୍ଥି ବିଭ୍ରାଟ
୧୫. ଯୌନ ଅକ୍ଷମତା
୧୬. ଅଣୁଜୀବ, କବକ, ଭୂତାଣୁ ଏବଂ ପରଜୀବୀ ସଙ୍କ୍ରମଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe