୬୪ ବର୍ଷୀୟା ବୃଦ୍ଧା ଇନ୍‌ଷ୍ଟାଗ୍ରାମରେ ପ୍ରମାଣିତ କରିଛନ୍ତି ବୟସ କେବଳ ଏକ ସଂଖ୍ୟା

Advertisment
୬୪ ବର୍ଷୀୟା ବୃଦ୍ଧା ଇନ୍‌ଷ୍ଟାଗ୍ରାମରେ ପ୍ରମାଣିତ କରିଛନ୍ତି ବୟସ କେବଳ ଏକ ସଂଖ୍ୟା

ନୂଆଦିଲ୍ଲୀ : ବର୍ତ୍ତମାନ ସୋସିଆଲ ମିଡିଆରେ ଜଣଙ୍କର ଫୋଲୟର୍ସ ଏବଂ ଲାଇକ୍‌ ହିସାବରେ ତାଙ୍କର ବ୍ୟକ୍ତିତ୍ୱ ଏବଂ ସମାଜରେ ତାଙ୍କର ପ୍ରାଧାନ୍ୟକୁ ମପା ଯାଉଛି। ତେବେ ସୋସିଆଲ ମିଡ଼ିଆ ବର୍ତ୍ତମାନ କେବଳ ଏକ ମନୋରଞ୍ଜନର ମାଧ୍ୟମ ହୋଇ ରହିନାହିଁ ବରଂ ଏହା ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି । ତେବେ ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମରେ ଜଣେ ଫ୍ୟାସନ ବ୍ଳଗର ଭାବେ ଚର୍ଚ୍ଚିତ ହୋଇଛନ୍ତି ଜଣେ ୬୦ ବର୍ଷର ବୃଦ୍ଧା ଲେନ ସ୍ଳାଟର । ତାଙ୍କର ଷ୍ଟାଇଲ ଏବଂ ସୌନ୍ଦର୍ଯ୍ୟ ଦେଖି ବର୍ତ୍ତମାନର ବଲିଉଡ଼ର ଅଭିନେତ୍ରୀ ଲାଜେଇଯିବେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ...।

publive-image mirror

ସୂଚନା ଅନୁଯାୟୀ, ନ୍ୟୁୟର୍କର ୬୪ ବର୍ଷିୟ ମଡ଼େଲ , ଲେଖିକା ତଥା ପ୍ରଫେସର ଲେନ ସ୍ଳାଟର ବର୍ତ୍ତମାନ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୧୬୬ ହଜାର ଫୋଲୟର୍ସ ଥିବା ବେଳେ ତାଙ୍କର ବ୍ୟକ୍ତିତ୍ୱ ଏବଂ ଫ୍ୟାସନକୁ ସମସ୍ତେ ପସନ୍ଦ କରୁଛନ୍ତି । ବର୍ତ୍ତମାନର ଯୁବପିଢ଼ିଙ୍କ ପାଖରେ ଫ୍ୟାସନ ଜ୍ଞାନ ବହୁତ କମ ଦେଖିବାକୁ ମିଳୁଛି ତାହା ତାଙ୍କ ପାଖରେ ଭରପୁର ମାତ୍ରାରେ ରହିଛି। ୨୦୧୪ ମସିହାରେ ଏକ ଆଦିଦାସ ଜ୍ୟାକେଟ ପିନ୍ଧି ଲେନ ଏକ ଫଟୋ ପୋଷ୍ଟ କରିଥିଲେ ଯାହା ପରେ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଥିଲା ।

ଲେନ ସ୍କାଟର ତାଙ୍କର ଏକ ଇଣ୍ଟରଭ୍ୟୁରେ କହିଛନ୍ତି , ମୁଁ କାହାକୁ ପ୍ରେରିତ କରିବା ପାଇଁ କିମ୍ବା ନିଜକୁ କମ ବୟସ ପ୍ରମାଣିତ କରିବାକୁ ଚେଷ୍ଟା କରୁନାହିଁ । ମୁଁ ଯାହା ସେପରି ହିଁ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଥାଏ । ଯଦି କୌଣସି ବ୍ୟକ୍ତି ମତେ ଦେଖି ନିଜର ଫ୍ୟାସନ ଷ୍ଟାଇଲ ବଦଳାଉଛନ୍ତି ତେବେ ତାହାଠାରୁ ଆଉ ଖୁସିର କଥା କ’ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe