୮୮ ବର୍ଷ ବୟସରେ ଚିପ୍ସ ବିକି ପରିବାର ପୋଷୁଛନ୍ତି ଅସହାୟ ବୃଦ୍ଧା!

Advertisment
୮୮ ବର୍ଷ ବୟସରେ ଚିପ୍ସ ବିକି ପରିବାର ପୋଷୁଛନ୍ତି ଅସହାୟ ବୃଦ୍ଧା!

ବେଳେ ବେଳେ ଏପରି ସମୟ ଆସେ ଯେତେବେଳେ ଗରୀବି ଏବଂ ଭୋକ ମେଣ୍ଟାଇବା ପାଇଁ ଅନେକ ଲୋକଙ୍କୁ ପରିସ୍ଥିତି ଭିକ୍ଷାବୃତି କରିବାକୁ ବାଧ୍ୟ କରିଦେଇଥାଏ। କିନ୍ତୁ କିଛି ଲୋକ ଏଭଳି ବି ଅଛନ୍ତି, ଯେଉଁମାନେ କି ଅନେକ ଦୁଃଖକଷ୍ଟ ସହ୍ୟ କରି ସୁଦ୍ଧା ନିଜର ଆତ୍ମସମ୍ମାନକୁ ତଳେ ପକାଇବାକୁ ଦେଇନାହାଁନ୍ତି। ସେମାନେ ଭୋକିଲାରେ ଶୋଇପାରନ୍ତି ହେଲେ କେବେ କାହା ପାଖରେ ହାତ ପତେଇବାକୁ ଚାହାଁନ୍ତି ନାହିଁ। ଏଭଳି ହିଁ ଜଣେ ହେଲେ ସିଲା ଘୋଷ। ବୟସ ୮୮ ବର୍ଷ। ଜଣେ ଅସହାୟ ବୃଦ୍ଧା ହେବା ସତ୍ୱେ ତାଙ୍କୁ ଭିକ୍ଷାବୃତି କରିବା ଆଦୌ ପସନ୍ଦ ନୁହେଁ। ସେ ନିଜ ପରିବାର ପୋଷିବା ପାଇଁ ବହୁତ ସଂଘର୍ଷ କରିଛନ୍ତି। କିନ୍ତୁ ଏଥିପାଇଁ ସେ ନିଜ ଆତ୍ମସମ୍ମାନ ସହିତ କୌଣସି ପ୍ରକାରର ବୁଝାବଣା କରିନାହାଁନ୍ତି।

publive-image

ପଶ୍ଚିମବଙ୍ଗରେ ରହୁୁଥିବା ୮୮ ବର୍ଷୀୟ ସିଲା ଘୋଷ ପ୍ରତିଦିନ ସଂଧ୍ୟାରେ ରାସ୍ତା କଡରେ ନିଜ ହାତ ତିଆରି ଚିପ୍ସ ବିକ୍ରି କରି ପରିବାର ଚଳାନ୍ତି। ସିଲାଙ୍କୁ ବହୁତ କମ ବୟସରେ ବିବାହ କରିଦିଆଯାଇଥିଲା। ଯେଉଁ କାରଣରୁ ସେ ଅଧିକ ପାଠ ପଢିପାରିନଥିଲେ। ସ୍ୱାମୀଙ୍କ ଚାକିରି କାରଣରୁ ସିଲା ଅନେକ ଦେଶ ଭ୍ରମଣ କରିପାରିଥିଲେ ସତ ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ରୂପେ ବଦଳିଯାଇଥିଲା। ସିଲା ନିଜ ତିନି ଝିଅ ଏବଂ ଗୋଟିଏ ପୁଅକୁ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁଥିଲେ ହେଲେ ତାଙ୍କ ଉପରେ ସତେ ଯେପରି ଛିଣ୍ଡିପଡିଥିଲା ସଂକଟର ପାହାଡ। ସିଲାଙ୍କ ସବୁଠାରୁ ବଡ ଝିଅଙ୍କର ଅଚାନକ୍‌ ମୃତ୍ୟୁ ହୋଇଗଲା ଆଉ ସାନଝିଅର ମାନସିକ ଅବସ୍ଥା ବି ଖରାପ ହୋଇଗଲା।

କେବଳ ମଝିଆ ଝିଅ ହିଁ କଲେଜ ଯାଏଁ ପହଞ୍ଚିପାରିଥିଲା, ହେଲେ ତାଙ୍କର ମଧ୍ୟ କୌଣସି କାରଣରୁ ଦେହ ଅସୁ ହେବା ଦ୍ୱାରା ପାଠପଢା ଅଧାରେ ଛାଡିବାକୁ ପଡିଥିଲା। ତେବେ ଘର ଅବସ୍ଥାକୁ ଦେଖି ସିଲା ଘରର ସମସ୍ତ ଦାୟିତ୍ୱ ନେବାକୁ ନିଷ୍ପତି ନେଲେ। ଏବେ ସିଲା ୮୮ ବର୍ଷରେ ପାଦଦେଇଛନ୍ତି। ତଥାପି ହାର ମାନିନାହିଁ ସିଲାଙ୍କର ମନୋବଳ। ଆଜି ବି ସେ ରାସ୍ତା କଡରେ ନିଜ ହାତ ପ୍ରସ୍ତୁତ ଚିପ୍ସ ବିକ୍ରିକରି ନିଜ ପରିବାର ପୋଷୁଛନ୍ତି। ସିଲା ଗୋଟିଏ ଆଶାରେ ରହିଥିଲେ କି, ତାଙ୍କ ପୁଅ ତାଙ୍କର ବୃଦ୍ଧାବସ୍ଥାରେ ସାହାରା ପାଲଟିବ ହେଲେ ଦଇବକୁ ଅନ୍ୟ କିଛି ଇଚ୍ଛା ଥିଲା। ସିଲା ନିଜ ପୁଅକୁ ପାଠପଢାଇ ରେଳବିଭାଗରେ ଚାକିରି ପାଇଁ ଯୋଗ୍ୟ କରିଥିଲେ ହେଲେ ୧୯୯୩ରେ ହଠାତ୍‌ ତାଙ୍କ ପୁଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା।

publive-image

ସିଲା ଭିକ୍ଷାବୃତି କରିବାକୁ ଚାହୁଁନଥିଲେ, ଏଥିପାଇଁ ସେ କିଛି ଦିନ ମହମବତି ବିକ୍ରି କରିଥିଲେ। କିନ୍ତୁ ଏଥିରୁ ତାଙ୍କୁ କିଛି ଲାଭ ମିଳିନଥିଲା। ଏହାପରେ ସେ ଘରେ ନିଜ ହାତରେ ଚିପ୍ସ ତିଆରି କରି ତାକୁ ବିକ୍ରି କରିବା ଆରମ୍ଭ କରିଥିଲେ । ଆଜି ୮୮ ବର୍ଷରେ ସିଲା ପୂର୍ବପେକ୍ଷା ଆହୁରୀ ବାହାଦୁର, ସ୍ୱାଧିନ ତଥା ଭିନ୍ନ ଓ ନିଜ ପରିବାର ଭଲଭାବରେ ପ୍ରତିପୋଷଣ କରିପାରୁଛନ୍ତି। ତେବେ ସିଲାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକେ ସିଲାଙ୍କ ସାହସୀକତାକୁ ସଲାମ କରୁଛନ୍ତି। ଯଦି ଜଣେ ବୃଦ୍ଧା ମହିଳା ନିଜ ପ୍ରଚେଷ୍ଟାରେ ଘର ଚଳାଇପାରନ୍ତି, ତେବେ ଭିକ୍ଷାବୃତି କରୁଥିବା ଲୋକଙ୍କୁ ତାଙ୍କଠାରୁ ନିଶ୍ଚୟ ପ୍ରେରଣା ନେବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe