ସାହାସକୁ ସଲାମ୍: ନିଜ ପିଲାମାନଙ୍କ ପେଟ ପୋଷିବା ପାଇଁ ୧୫ବର୍ଷ ହେଲାଣି ଟ୍ରକ୍ ଚଲାଉଛନ୍ତି ଏହି ମହିଳା

Advertisment
ସାହାସକୁ ସଲାମ୍: ନିଜ ପିଲାମାନଙ୍କ ପେଟ ପୋଷିବା ପାଇଁ ୧୫ବର୍ଷ ହେଲାଣି ଟ୍ରକ୍ ଚଲାଉଛନ୍ତି ଏହି ମହିଳା

navbharattimes.indiatimes.com

ଭୋପାଳ (ମୋନାଲିସା ପରିଡ଼ା): ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲ ପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତି ବର୍ଷ ମାର୍ଚ୍ଚ ୮ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ। ଆଜି ଆମେ ସେଭଳି ଜଣେ ମହିଳାଙ୍କ ଜୀବନର ସଂଘର୍ଷ ବିଷୟରେ ଜଣାଇବାକୁ ଯାଉଛୁ, ଯିଏ ନିଜ ଦୁଇ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ୧୫ବର୍ଷ ହେଲାଣି ଟ୍ରକ୍ ଚଲାଇ ଆସୁଛନ୍ତି।

publive-image navbharattimes.indiatimes.com

ଆଜି ଆମେ ଯାହାଙ୍କ ବିଷୟରେ କହୁଛୁ, ସେ ହେଉଛନ୍ତି ଭୋପାଳର ଯୋଗିତା ରଘୁବଂଶୀ। ନିଜର ଦୁଇଟି ପିଲାଙ୍କୁ ପେଟ ଭରି ଖାଇବାକୁ ଦେବା ପାଇଁ ସେ ଆଜିକୁ ୧୫ବର୍ଷ ହେଲାଣି ଟ୍ରକ୍ ଚଲାଇ ଆସୁଛନ୍ତି। ଜଣେ ମହିଳା ହୋଇ ଟ୍ରକ୍ ଚଳାଇବା ତାଙ୍କ ପାଇଁ ସହଜ ହୋଇ ନଥିବା ବେଳେ ସେ ଆଜି ନିଜକୁ ପ୍ରମାଣ କରିଛନ୍ତି। ଅନେକ ସମୟରେ ସେ ରାସ୍ତା କଡ଼ରେ ଖାଇବା ପ୍ରସ୍ତୁତ କରି ଖାଇବା ସହ ବେଳେ ବେଳେ ତାଙ୍କୁ ଟ୍ରକରେ ହିଁ ଏକା ଶୋଇବାକୁ ପଡ଼ିଛି। ଅଘଟଣ ଘଟିବାର ଆଶଙ୍କା ଥିବା ଜାଣି ମଧ୍ୟ ସେ ଏତେ ବର୍ଷ ହେଲାଣି ସାହସର ସହ ଆଗକୁ ବଢ଼ି ଚାଲିଛନ୍ତି।

ମିଳିଥିବା ସୂଚନା ମୁତାବକ, ୪୯ବର୍ଷୀୟା ଯୋଗିତା ବାଣିଜ୍ୟ ଏବଂ ଓକିଲାତିରେ ଡିଗ୍ରୀ ହାସଲ କରିିଛନ୍ତି। ଏହା ସହ ତାଙ୍କ ପାଖରେ ବ୍ୟୁଟିସିଆନର ମଧ୍ୟ ଏକ ପ୍ରମାଣପତ୍ର ରହିଛି। କିନ୍ତୁ ଏତେ ସବୁ ପାଠ ପଢ଼ି ମଧ୍ୟ  ଭଲ ଆୟ କରି ପିଲାମାନଙ୍କ ଭବିଷ୍ୟତ ଉଜ୍ବଳ କରିବା ପାଇଁ ସେ ଟ୍ରକ୍ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ନିଜର ୧୫ବର୍ଷ ଟ୍ରକ୍ ଚଳାଇବା ସମୟ ଭିତରେ ସେ ଦେଶର ଅଧାରୁ ଅଧିକ ରାଜ୍ୟକୁ ଯାତ୍ରା କରିବା ସହ ବିଭିନ୍ନ ରାଜ୍ୟର ମାତୃଭାଷା ମଧ୍ୟ ଶିଖି ସାରିଥିବା ଜଣା ପଡ଼ିଛି। ହିନ୍ଦି ସହ ସେ ଇଂରାଜୀ, ଗୁଜୁରାଟୀ, ମରାଠୀ ଏବଂ ତେଲୁଗୁ ଭାଷା ଭଲ ଭାବରେ କହି ପାରୁଥିବା ସାମ୍ନାକୁ ଆସିଛି। ଜୀବନରେ ଅନେକ ଝଡ଼ ଆସିଥିଲେ ମଧ୍ୟ ହାରି ଯାଇନାହାନ୍ତି ଯୋଗିତା।

୨୦୦୩ରେ ସ୍ବାମୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଅନ୍ତିମ ସଂସ୍କାର ପାଇଁ ଶବ ନେଇ ଯାଉଥିବା ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏକା ସାଙ୍ଗରେ ନିଜ ଜୀବନର ଦୁଇଟି ଗୁରୁତ୍ବପୂର୍ଣ୍ଣ ଲୋକଙ୍କୁ ହରାଇ ଯୋଗିତା କିଛି ସମୟ ପାଇଁ ହାରି ଯାଇଥିଲେ ମଧ୍ୟ ପରେ ସେ ନିଜକୁ ସମ୍ଭାଳି ନେଇଥିଲେ। ଘରର ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ତାଙ୍କୁ ଟ୍ରକ୍ ଚଳାଇବା ଆରମ୍ଭ କରିବାକୁ ପଡ଼ିଥିଲା। ଯୋଗିତାଙ୍କ କହିବା ମୁତାବକ, ଟ୍ରକ୍ ଚଳାଇବା ସମୟରେ ମୋତେ ସତର୍କ ରହିବାକୁ ପଡ଼ିଥାଏ। ୧୫ବର୍ଷ ମଧ୍ୟରେ କୌଣସି ଜିନିଷକୁ ନେଇ ମୋ ମନରେ ଡ଼ର ଆସିନଥିବା ସହ ମୋ ସହ ଗାଡ଼ି ଚଳାଉଥିବା ଅନ୍ୟ ପୁରୁଷ ଚାଳକମାନେ ସବୁବେ‌ଳେ ମୋତେ ପ୍ରୋତ୍ସାହିତ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe