ଅଟକାଇ ପାରିଲା ନାହିଁ ‘ଅଟିଜିମ୍‌’; ମଡେଲିଂ ସ୍ବପ୍ନକୁ ସାକାର କଲେ ପ୍ରଣବ ବକ୍ସି

ଅଟକାଇ ପାରିଲା ନାହିଁ ‘ଅଟିଜିମ୍‌’; ମଡେଲିଂ ସ୍ବପ୍ନକୁ ସାକାର କଲେ ପ୍ରଣବ ବକ୍ସି

Image Courtesy of MAD4INDIA

ନୂଆଦିଲ୍ଲୀ: ଲୋକେ ଭିନ୍ନକ୍ଷମ ବୋଲି କହୁଥିଲେ ବି ତରୁଣ ପ୍ରଣବ ବକ୍ସି  ମଡେଲିଙ୍ଗ୍‌ ଜଗତରେ ପ୍ରବେଶ କରି ‘ଅଟିଜିମ୍‌’ ସମସ୍ୟା ଥିବା ଭାରତର ପ୍ରଥମ ମଡେଲ୍‌ ଭାବେ ପାରଦର୍ଶିତା ଦେଖାଇଛନ୍ତି। ବଡ଼ ପରଦାରେ ମଡେଲ୍‌ମାନଙ୍କୁ ଦେଖି ଦେଖି ନିଜେ ‘ରାମ୍ପ୍‌’ରେ ସେମାନଙ୍କ ପରି ଚାଲି ସେ ‘ଅଟିଜିମ୍‌’କୁ  ତାଙ୍କର ‘ସୁପର୍‌ପାୱାର୍‌’ କରି ପକାଇଛନ୍ତି।

ନିଜ ଉଦ୍ୟମରେ ଫଟୋଗ୍ରାଫି ଉପରେ ମଧ୍ୟ ଦକ୍ଷତା ହାସଲ କରି ସେ ପୁରସ୍କୃତ ହୋଇଛନ୍ତି। ଏହାଛଡ଼ା, ପ୍ରଣବ ୩ଥର ‘ଟେଡ୍‌ଏକ୍ସ୍‌’ ଭାଷଣ ଦେବା ସହିତ ‘ଆଇଆଇଟି-ବମ୍ବେ’ର ‘ଇ‌-ସେଲ୍‌’, ‘ମାଇକ୍ରୋସଫ୍ଟ୍‌ ଇଣ୍ଡିଆ’ ଏବଂ ‘ଇଣ୍ଡିଆ ଅଟିଜିମ୍‌ ଆଟ୍‌ ୱାର୍କ’୨୧’ ଭଳି ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକରେ ନିଜ ବିଷୟରେ ଓ ନିଜ ଆଗ୍ରହ ବିଷୟରେ କହିଛନ୍ତି।

ମାତ୍ର ୨୩ ବର୍ଷ ହୋଇଥିଲେ ବି ସେ ବିଶ୍ବବ୍ୟାପୀ ଅନେକ ବଡ଼ ବଡ଼ ‘ବ୍ରାଣ୍ଡ୍‌’ରେ କାମ କରିସାରିଲେଣି।

publive-image Image Courtesy of MAD4INDIA

୨୦୦୦ ମେ’ରେ ଜନ୍ମଗ୍ରହଣ କରିଥିବା ପ୍ରଣବଙ୍କୁ ବହୁ କଷ୍ଟରେ ପ୍ରସବ କରାଯାଇଥିଲା ଏବଂ ସେତେବେଳେ ତାଙ୍କଠାରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଥିଲା। ସମୟକ୍ରମେ କେତେକ ଅସୁବିଧା ସିନା ଦୂରେଇ ଗଲା, କିନ୍ତୁ ୨ ବର୍ଷ ହେଲା ବେଳକୁ ତାଙ୍କ ବାକ୍‌ଶକ୍ତିରେ ଉନ୍ନତି ନ ଘଟି ଅବନତି ଘଟିଲା। ଅନ୍ୟମାନେ ଯାହା କହିଲେ, ପ୍ରଣବ ତା’ର ପୁନଃରାବୃତ୍ତି କଲା। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ତାଙ୍କଠାରେ ‘ଅଟିଜିମ୍‌’ ସମସ୍ୟା ରହିଛି।

ଏକଥା ଜାଣିବା ପରେ ପ୍ରଣବଙ୍କ ମାଆ ମନୋବଳ ଟାଣ କରି ‘ଅଟିଜିମ୍‌’ ଉପରେ ଗବେଷଣା କରିବା ସହିତ ଚିକିତ୍ସା ଜାରି ରଖିଲେ। ୧୬ ବର୍ଷ ହେବା ବେଳକୁ ମଡେଲିଙ୍ଗ୍‌ ପ୍ରତି ପ୍ରଣବଙ୍କର ଆଗ୍ରହ ଥିବା ଜଣାପଡ଼ିଥିଲା। ମାଆଙ୍କ କଥା ମାନି ସେ ‘ଭେଲ୍‌ଭି ଆର୍ଟ ଫର୍‌ ଅଟିଜିମ୍’ ଉତ୍ସବକୁ ଯାଇଥିଲେ। ସେଠାରେ ସେ ରାମ୍ପ୍‌ରେ ମଡେଲ୍‌ମାନେ ଚାଲୁଥିବା ଦେଖି ସେମାନଙ୍କ ପରି ହେବାକୁ ଇଚ୍ଛା କଲେ।

ତାଙ୍କୁ ଏ ସୁଯୋଗ ଦେଲା ‘ବେନିଟନ୍‌’ କମ୍ପାନି।  ପ୍ରଥମେ ‘ବେନିଟନ୍‌’ର ମଡେଲ୍‌ ଭାବେ ରାମ୍ପ୍‌ରେ ଚାଲିବା ପରେ ପ୍ରଣବଙ୍କର ମଡେଲ୍‌ ହେବା ଆଶା ପୂରଣ ହେଲା। ସେବେଠାରୁ ସେ ‘ବିଗ୍‌ ବଜାର’ ଏବଂ ‘ଏଫ୍‌ବିବି’ର ବିଜ୍ଞାପନ କରିବା ସହିତ ଅନେକ କମ୍ପାନିର ମଡେଲ୍‌ ଭାବେ ରାମ୍ପ୍‌ରେ ଚାଲିଛନ୍ତି। ଅଳ୍ପ ଦିନ ପୂର୍ବେ ସେ ‘ଲାକ୍‌ମେ ଫେସନ୍‌ ଉଇକ୍‌’ର ରାମ୍ପ୍‌ରେ ଚାଲିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe