Advertisment

ଜନ୍ମ ପରେ ଦୁଇ ହାତ ଠିକ୍‌ ଭାବରେ ବଢ଼ି ନଥିବାରୁ ଗୋଡ଼ରେ ଚିତ୍ର ଆଙ୍କୁଥିଲେ ରିତିକ୍‌, ଏବେ କୃତ୍ରିମ ଅଙ୍ଗ ଲଗାଇବାରେ ସାଜିଛନ୍ତି ପ୍ରଥମ ଭାରତୀୟ

Advertisment
ଜନ୍ମ ପରେ ଦୁଇ ହାତ ଠିକ୍‌ ଭାବରେ ବଢ଼ି ନଥିବାରୁ ଗୋଡ଼ରେ ଚିତ୍ର ଆଙ୍କୁଥିଲେ ରିତିକ୍‌, ଏବେ କୃତ୍ରିମ ଅଙ୍ଗ ଲଗାଇବାରେ ସାଜିଛନ୍ତି ପ୍ରଥମ ଭାରତୀୟ

Indiatimes.com

ନୂଆଦିଲ୍ଲୀ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟିକୁ ସତ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ରିତିକ୍‌ । ନିଜର ଦୁଇ ହାତ ନଥାଇ ମଧ୍ୟ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ରିତିକ୍‌ଙ୍କ ଜନ୍ମ ଅକ୍ଟୋବର ୧୮, ୨୦୦୦ମସିହାରେ ହୋଇଥିଲା । ଜନ୍ମ ପରେ ରିତିକ୍‌ ବାଇଲାଟେରାଲ ଏଲ୍‌ବୋ ଡ଼ିସାର୍ଟିକୁଲେସନ୍‌ ସମସ୍ୟା ରହିଥିବା ଡ଼ାକ୍ତର ରିତିକ୍‌ଙ୍କ ମା’ ରାମବତୀଙ୍କୁ ଜଣାଇଥିଲେ । ଏହି ସମସ୍ୟା ପାଇଁ କହୁଣୀଠାରୁ ତଳକୁ ତାଙ୍କ ହାତ ବଢ଼ି ପାରି ନଥିବା ଡ଼ାକ୍ତର ଜଣାଇଥିଲେ । ଏହା ଜାଣିବା ପରେ ରାମବତୀ ପ୍ରଥମେ ଭାଙ୍ଗି ପଡ଼ିଥିବା ବେଳେ ପରେ ସେ ନିଜ ପୁଅକୁ ଦୁନିଆର ସବୁ ଖୁସି ସହ ପରିଚିତ କରାଇବେ ବୋଲି ମନସ୍ଥ କରିଥିଲେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥାଇ ମଧ୍ୟ ସେ ରିତିକ୍‌ଙ୍କ ଚିକିତ୍ସା ପାଇଁ ଚେଷ୍ଟା କରିବା ସହ ତାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ । ଚିକିତ୍ସା ପାଇଁ ବିଭିନ୍ନ ଡ଼ାକ୍ତରଖାନା ଯାଇଥିଲେ ମଧ୍ୟ ଅଧିକ ଅର୍ଥ ବିଷୟରେ ଜାଣି ପାଦ ପଛକୁ ନେଇ ଆସିଥିଲେ ରାମବତୀ । ପରେ ରିତିକ୍‌ଙ୍କ ପାଠ ପଢ଼ା ପାଇଁ ନୂଆଦିଲ୍ଲୀରେ ଥିବା ଦିନ୍‌ଦୟାଲ ଉପାଧ୍ୟୟ ରାଷ୍ଟ୍ରୀୟ ସଂସ୍ଥାନରେ ନାମ ଲେଖା ଯାଇଥିଲା ।

publive-image The Logical Indian

୫ବର୍ଷ ବୟସ ହୋଇଥିବା ବେଳେ ରିତିକ୍‌ଙ୍କ ରଙ୍ଗ ଏବଂ ଚିତ୍ର ଆଙ୍କିବା ପ୍ରତି ରୁଚି ଆସିଥିଲା । ସଲମାନ ଖାନ୍‌ଙ୍କ ବହୁତ ବଡ଼ ପ୍ରଶଂସକ ହୋଇଥିବା ରିତିକ୍‌ ନିଜ ସମସ୍ୟାକୁ ବାଧକ ସାଜିବାକୁ ନ ଦେଇ ଗୋଡ଼ରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଥରେ ରାମବତୀ ଡ଼ିସ୍‌କଭ୍‌ରୀ ଚ୍ୟାନେଲ ଦେଖୁଥିବା ବେଳେ କୁତ୍ରିମ ଅଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ । ରିତିକ୍‌ଙ୍କ ପାଇଁ ସେଭଳି ଏକ କୃତ୍ରିମ ହାତ ଯୋଗାଡ଼ କରିବା ପାଇଁ ଲାଗି ପଡ଼ିଥିଲେ । ନିଜର ଜମି ଜମା ମାମଲାକୁ ନେଇ ସେ ହଜାରି କୋର୍ଟ ଯାଇଥିବା ବେଳେ ତାଙ୍କ ଓକିଲ ଦିବ୍ୟାଙ୍ଗଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଧିକାର ପାଇଁ ଲଢ଼ୁଥିବା ସୁପ୍ରିମ କୋର୍ଟ ଓକିଲ ଅଶୋକ ଅଗ୍ରଓ୍ଵାଲଙ୍କୁ ଭେଟ କରାଇଥିଲେ । ରାମବତୀଙ୍କ ଅସୁବିଧା ବିଷୟରେ ଜାଣି ଅଶୋକ ରିତିକ୍‌ଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଥିଲେ । ମାମଲାକୁ ସର୍ବସମ୍ମୁଖକୁ ଆଣିବା ସହ ରିତିକ୍‌ଙ୍କ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଦିଲ୍ଲୀରେ ଥିବା ସରକାରୀ ଡ଼ାକ୍ତରଖାନାରେ ସଂପର୍କ କରିଥିଲେ । ଚିକିତ୍ସା ଖର୍ଚ୍ଚ ଉଠାଇବାକୁ ରାଜି ହେବା ପରେ ଜୁନ୍‌ ୨୩ରେ ରିତିକ୍‌ଙ୍କ ଶରୀରରେ ଏକ କୃତ୍ରିମ ହାତ ଲଗାଯାଇଥିଲା । କିଛି ଦିନ ମଧ୍ୟରେ ଆଉ ଏକ କୃତ୍ରିମ ହାତ ରିତିକ୍‌ଙ୍କ ଶରୀରରେ ଲଗାଯିବ ବୋଲି ଜଣା ପଡ଼ିଛି । ଦୁଇଟି କୃତ୍ରିମ ହାତର ମୁଲ୍ୟ ୧୩ଲକ୍ଷ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe