୨୫୦ କ୍ଷୁଦ୍ର ଗଳ୍ପ ୧୪ଟି ପୁସ୍ତକ ଅନୁବାଦ କରି ଚର୍ଚ୍ଚାରେ ଏହି ଦିନ ମଜୁରିଆ

Advertisment
୨୫୦ କ୍ଷୁଦ୍ର ଗଳ୍ପ ୧୪ଟି ପୁସ୍ତକ ଅନୁବାଦ କରି ଚର୍ଚ୍ଚାରେ ଏହି ଦିନ ମଜୁରିଆ

ଦକ୍ଷତା ଅବସ୍ଥା ଆଗେ ବନ୍ଧା ନୁହେଁ। ଯଦି ଦକ୍ଷତା ଅଛି ତେବେ ସଂସାରରେ କିଛି ବି ତାହାକୁ ରୋକ ଲାଗାଇବାକୁ ସମର୍ଥ ହେବ ନାହିଁ। ଏପରି ଜଣେ ଦକ୍ଷ ବ୍ୟକ୍ତି ହେଉଛନ୍ତି ସାଫି ଚେରୁମାଭିଲାଇ। ତାଙ୍କ ଘର କେରଳର କୁନୁର୍‌ ଜିଲ୍ଳାରେ। ସାଫି ସମଦାୟ ୨୫୦ କ୍ଷୁଦ୍ର ଗଳ୍ପ ଓ ୧୪ଟି ପୁସ୍ତକ ଅନୁବାଦ କରି ଏବେ ଚର୍ଚ୍ଚାରେ ରହିଛନ୍ତି, ଯଦିଓ ଅନୁବାଦ କରିବା ଉଚ୍ଚ ଶିକ୍ଷିତମାନଙ୍କ ପକ୍ଷେ ବି କାଠିକରପାଠ ହୋଇଥାଏ। ତାଙ୍କର ଏହି ବିଶେଷ ପ୍ରତିଭା ପାଇଁ ତାଙ୍କୁ କୁହାଯାଉଛି ‘ସାହିତ୍ୟ ଉତ୍ସାହୀ’। ସେ ତାମିଲ୍‌ ଭାଷାରୁ ନିଜ ମାତୃଭାଷା ମାଲାୟଲମକୁ ଅନୁବାଦ କରି ଚର୍ଚ୍ଚା ପାଲଟିଛନ୍ତି।

୧୯୮୦ ମସିହାରେ ସାଫି ବାଙ୍ଗାଲୁର ଏକ ଚା’ ଦୋକାନରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। କିଛି ଦିନ ତାମିଲ୍‌ ଭାଷା ସଂସ୍ପର୍ଶରେ ଆସିବା ପରେ ସେ ଭାଷା ପ୍ରତି ତାଙ୍କର ଶ୍ରଦ୍ଧା ବଢ଼ିଲା। ସେ ତା’ପରେ ଚଳଚଚ୍ଚିତ୍ର ଶୀର୍ଷକ, ସଂଳାପ, ପତ୍ରିକା ଖବରକାଗଜ ଆଦି ପଢ଼ି, ଶୁଣି ଏହି ଭାଷାର ନିକଟତର ହେବାକୁ ଲାଗିଲେ। ତା’ପେରେ ସେ ଭାଷା ଉପରେ ତାଙ୍କର ଦକ୍ଷତା ଆସିବା ପରେ ସେ ତାମିଲ୍‌ ଭାଷାରୁ କିଛି ମାଲାୟଲମ୍‌କୁ ଅନୁବାଦ କରିବାରେ ବନ ନିବେଶ କଲେ। ଆଜି ସେ ଜଣେ ଜଣାଶୁଣା ଅନୁବାଦକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe