‌ଏଭଳି ଉଦ୍ଦେଶ୍ୟରେ ଘର ଛାଡ଼ି ୪୦ବର୍ଷ ହେବ ହାତ ଟେକି ରହିଛନ୍ତି ଏହି ସାଧୁ

‌ଏଭଳି ଉଦ୍ଦେଶ୍ୟରେ ଘର ଛାଡ଼ି ୪୦ବର୍ଷ ହେବ ହାତ ଟେକି ରହିଛନ୍ତି ଏହି ସାଧୁ

ନୂଆଦିଲ୍ଲୀ: ଫଟୋରେ ଦେଖିବାକୁ ମିଳୁଥିବା ସାଧୁଙ୍କ ନାମ ଅମର ଭାରତୀ। ଯିଏକି ୧୯୭୩ ମସିହାରେ ଏମିତି ଏକ ନିଷ୍ପତ୍ତି ନେଇଥିଲେ ଯାହାକୁ ଆପଣ କଳ୍ପନା ବି କରି ପାରିବେ ନାହିଁ।

ଉମର ଭାରତୀ ୧୯୭୩ ମସିହାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହାତକୁ ଉପରକୁ ଉଠାଇ ରଖିଛନ୍ତି। ଏହି କାରଣରୁ ତାଙ୍କ ହାତ ଦୁର୍ବଳ ହୋଇପଡ଼ିଛି। ଚର୍ମ ଶୁଖିଯାଇଛି। ଯାହାକି ଆପଣ ଫଟୋ ଜରିଆରେ ଦେଖି ପାରୁଥିବେ। ଏସବୁ ସେ ଭଗବାନଙ୍କ ନିକଟରେ ନିଜକୁ ସମର୍ପି ଦେବା ଲକ୍ଷ୍ୟରେ କରୁଥିବା ଜଣାପଡ଼ିଛି।

ଟୁଇଟରରେ ହିଷ୍ଟୋରିକ ବୈଦିକ ନାମକ ଆକାଉଣ୍ଟ‌ରେ ଅମର ଭାରତୀଙ୍କ ଫଟୋ ସେୟାର କରାଯାଇଛି।  ଅମର ଭାରତୀ ଜଣେ ପ୍ରସିଦ୍ଧ ସାଧୁ। ଯିଏକି କୁମ୍ଭ ମେଳାରେ ମହତ୍ତ୍ବପୂର୍ଣ୍ଣ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେଇ ଥାଆନ୍ତି।

୧୯୭୦ ମସିହାରେ ଅମର ଏକ ମଧ୍ୟବିତ୍ତ ପରିବାରେ ବସବାସ କରିବା ସହିତ ଚାକିରି ବି କରୁଥିଲେ। ଘରେ ତାଙ୍କର ସ୍ତ୍ରୀ ଓ ପିଲା ବି ଥିଲେ। ଦିନେ ସେ ସକାଳୁ ଉଠିବା ପରେ ନିଜ ଜୀବନକୁ ଭଗବାନ ଶିବଙ୍କ ନିକଟରେ ସମର୍ପି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ଆଉ ଏହି ନିଷ୍ପତ୍ତିରେ ସେ ଅଟଳ ରହି ଘର ଛାଡ଼ି ସ‌ାଧୁ ହୋଇଯାଇଥିଲେ। ୧୯୭୩ ମସିହରାରେ ହାତ ଉପରକୁ ଟେକି ନିଜକୁ ଭଗବାନଙ୍କ ପାଇଁ ସମର୍ପି ଦେଇଛନ୍ତି ଯେ....  ଆଜି ଯାଏଁ ସେ ସେଭଳି ଅବସ୍ଥାରେ ଜୀବନ କାଟୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe