ଏଯାବତ ୪୦୦ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିସାରିଥିବା ବ୍ୟକ୍ତି କହିଲେ, ‘ମୁଁ ଜାଣେନା, ଲୋକେ କାହିଁକ ମୋତେ ଘୃଣା କରୁଛନ୍ତି’

Advertisment
ଏଯାବତ ୪୦୦ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିସାରିଥିବା ବ୍ୟକ୍ତି କହିଲେ, ‘ମୁଁ  ଜାଣେନା, ଲୋକେ କାହିଁକ ମୋତେ ଘୃଣା କରୁଛନ୍ତି’

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ଲୋକମାନଙ୍କ କାମଧନ୍ଧା ବନ୍ଦ ହୋଇ ଯାଇଥିଲା। ଅନେକ ପ୍ରବାସୀ ତଥା ସାଧାରଣଲୋକ କାମ ହରାଇବାରୁ ଗାଁକୁ ଫେରି ଆସିଥିଲେ। କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତା ନିୟମ ପାଳନ କରିବା ଅନିବାର୍ଯ୍ୟ ବୋଲି ସରକାର ବାରମ୍ବାର ଲୋକମାନଙ୍କୁ ପରାମର୍ଶ ଦେଇ ଆସୁଛନ୍ତି। ଏଭଳି ମହାମାରୀ ସମୟରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟ ହୋଇଯାଉଛି ତେବେ ତାଙ୍କ ସମ୍ପର୍କୀୟ ବି କାନ୍ଧ ଦେବା ତ ଦୂରର କଥା ସ୍ପର୍ଶ ବି କରୁ ନାହାନ୍ତି।

publive-image
ଏଭଳି ପରିସ୍ଥିତିରେ ରାମନନ୍ଦ ସରକାର ନିଜ ଜୀବନ କଥା ଚିନ୍ତା ନ କରି ଲୋକମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। କରୋନା ମହାମାରୀ ସମୟରେ ପରସ୍ପର ପରସ୍ପରର ଶରୀରକୁ ସ୍ପର୍ଶ କରିବାକୁ ଭୟ କରୁଥିବା ବେଳେ ରାମନନ୍ଦ ଏଯାବତ କରୋନାରେ ପ୍ରାଣ ହରାଇଥିବା ୪୦୦ଲୋକଙ୍କ ଶବ ସଂସ୍କାର କରି ସାରିଛନ୍ତି।

୪୩ ବର୍ଷୀୟ ରାମନନ୍ଦ ସରକାର ଆସାମ ନିକଟବର୍ତ୍ତୀ ଗ୍ରାମରେ ବସବାସ କରନ୍ତି। ସେ ପରିବାରର ଆର୍ଥିକ ସଙ୍କଟ ହେତୁ ଋଣ କରିଥିଲେ। ଏହି ଋଣ ଭାର ଶୁଝିବା ପାଇଁ ସେ ବହୁତ କାମ ଖୋଜିଥିଲେ। କିନ୍ତୁ କୌଣସି କାମ ତାଙ୍କୁ ମିଳି ନ ଥିଲା। ସେ ମଝିରେ ଆଖୁ ରସ ବିକ୍ରି କରିବା ବି ଆରମ୍ଭ କରିଥିଲେ। ତେବେ ଦୁଇବର୍ଷ ପୂର୍ବେ ଆସାମ ରାଜଧାନୀ ଗୌହ୍ବାଟୀରେ ଏକ ଶ୍ମଶାନ ଘାଟରେ ତାଙ୍କୁ ଚାକିରି ମିଳିଥିଲା। ଏଠାରେ ଲୋକଙ୍କମାନଙ୍କ ଅନ୍ତିମ ସଂସ୍କାର କରିବା ତାଙ୍କର କାମ ଥିଲା। ଆଉ ମୃତ ଶରୀରରେ ନିଆଁ ଦେବାରେ ସେ ଲୋକମାନଙ୍କୁ ସାହାଯ୍ୟ କରନ୍ତି।

ସରକାର ଏଯାବତ ୪୦୦ଲୋକଙ୍କ ଅନ୍ତିମ ସଂସ୍କାର କରି ସାରିଲେଣି। ତେବେ ଏହି କାମକୁ ନେଇ ସରକାର କହନ୍ତି, ମୁଁ ଜାଣି ନାହିଁ, କ’ଣ ପାଇଁ ଲୋକମାନେ ମୋତେ ଘୃଣା କରନ୍ତି। କ’ଣ ଏଥିପାଇଁ ମୁଁ ଲୋକଙ୍କ ମୃତଦେହକୁ ଅନ୍ତିମ ସଂସ୍କାର କରିଥାଏ ବୋଲି? ଯଦି ଏହି କାମ ମୋ ଭଳି କେତେକ ଲୋକ କରିବେ ନାହିଁ ତେବେ କିଏ କରିବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe