ପୁରୁଷଙ୍କ ନାରୀ ବେଶ ପ୍ରତିଯୋଗିତା!

Advertisment
ପୁରୁଷଙ୍କ ନାରୀ ବେଶ ପ୍ରତିଯୋଗିତା!

representetional immage - Chennai Memes

‘ମହୋତ୍ସବର ଦେଶ’ ଭାବେ ବିଦିତ ଆମ ଭାରତରେ ବର୍ଷ ତମାମ ନାନା ପ୍ରକାର ପର୍ବପର୍ବାଣି ବା ଉତ୍ସବ ପାଳନ କରାଯାଇଥାଏ। ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ସାମାଜିକ ସୌହାର୍ଦ୍ଦ ବଜାୟ ରଖିବା ଲାଗି ଏଗୁଡ଼ିକ ଅଭିପ୍ରେତ। ତେବେ ଏପରି ଅନେକ ଉତ୍ସବ ରହିଛି ଯାହା ନିଜର ମୌଳିକ ଉଦ୍ଦେଶ୍ୟ ସାଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ମଧ୍ୟ ଆମୋଦିତ କରିଥାଏ। କେରଳର କୋଲାମ ଜିଲ୍ଲାରେ ପାଳନ କରାଯାଉଥିବା ‘ଚମୟାବିଲାକୁ’ ହେଉଛି ସେଭଳି ଏକ ନିଆରା ପର୍ବ ଯେଉଁଥିରେ ପୁରୁଷମାନେ ନିଜକୁ ମହିଳା ବେଶରେ ଏପରି ପ୍ରଦର୍ଶନ କରିଥା’ନ୍ତି ଯେ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼େ। ସେମାନଙ୍କର ବେଶଭୂଷାଠାରୁ ଆରମ୍ଭ କରି ଚାଲିଚଳଣ ହାବଭାବ ମଧ୍ୟ ପ୍ରକୃତ ମହିଳାଙ୍କୁ ଟପିଯାଇଥାଏ।

କୋଲାମ୍‌ ଜିଲ୍ଲା ଅନ୍ତର୍ଗତ କୋଟ୍ଟାମ୍‌କୁଳାଙ୍ଗରା ସ୍ଥିତ ଦେବୀ ମନ୍ଦିର ପରିସରରେ ଆୟୋଜିତ ବେଶଭୂଷା ପ୍ରତିଯୋଗିତାରେ ପୁରୁଷମାନେ ନିଜକୁ ମହିଳା ରୂପରେ ସଜେଇ ଦେବୀ ଭାଗ୍ୟବତୀଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ଦୀପ (ବିଲାକୁ) ଜାଳିବାର ବିଧି ରହିଛି। ନିକଟରେ ଭାରତୀୟ ରେଳବାଇ ଅଧିକାରୀ ଅନନ୍ତ ରୁପାନାଗୁଡ଼ି ତାଙ୍କ ଟ୍ବିଟର ପୃଷ୍ଠାରେ ଚମୟାବିଲାକୁ ଉତ୍ସବର ଏହି ଫଟୋ ଛାଡ଼ିଛନ୍ତି, ଯାହା ସଭିଙ୍କୁ ଦ୍ବନ୍ଦ୍ବରେ ପକାଇଛି। ସବୁଜ ପାଢ଼ି ଓ ମେରୁନ୍‌ ରଙ୍ଗର ଶାଢ଼ି ପରିହିତ ତଥା ସ୍ବର୍ଣ୍ଣ ଅଳଙ୍କାର ବିଭୂଷିତ ସଂପୃକ୍ତ ପ୍ରତିଯୋଗୀ ଜଣକ ପ୍ରତିଯୋଗିତାର ବିଜେତା ଘୋଷିତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe