Mental exercise: ମସ୍ତିଷ୍କର ବାର୍ଦ୍ଧକ୍ୟ ଦୂର କରୁଛି ମାନସିକ ବ୍ୟାୟାମ!

ସରଳ ମାନସିକ ବ୍ୟାୟାମ ମସ୍ତିଷ୍କର ଶିକ୍ଷଣ ଏବଂ ସ୍ମୃତି ପ୍ରଣାଳୀକୁ ଉନ୍ନତ କରିପାରିବ ବୋଲି କାନାଡାର ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ହୋଇଥିବା ଏକ ନୂତନ ନୈଦାନିକ ପରୀକ୍ଷଣରୁ ଜଣାପଡ଼ିଛି।

hfhsfhxvbxvbbv

ସରଳ ମାନସିକ ବ୍ୟାୟାମ ମସ୍ତିଷ୍କର ଶିକ୍ଷଣ ଏବଂ ସ୍ମୃତି ପ୍ରଣାଳୀକୁ ଉନ୍ନତ କରିପାରିବ ବୋଲି କାନାଡାର ମ୍ୟାକଗିଲ୍ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ହୋଇଥିବା ଏକ ନୂତନ ନୈଦାନିକ ପରୀକ୍ଷଣରୁ ଜଣାପଡ଼ିଛି। ଏଥିରେ ଭିଡିଓଗେମ୍‌ ପରି ଡିଜାଇନ୍ ହୋଇଥିବା ‘ବ୍ରେନ୍‌ଏଚ୍‌କ୍ୟୁ’ ନାମକ ଏକ ଆପ୍‌କୁ ୧୦ ସପ୍ତାହ ଧରି ବ୍ୟବହାର କରି ବୟସ୍କ ବ୍ୟକ୍ତିମାନେ   ସୁଫଳ ପାଇଛନ୍ତି। ଧ୍ୟାନ, ସ୍ମୃତି ଓ ନିଷ୍ପତ୍ତି ଗ୍ରହଣ ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ମସ୍ତିଷ୍କ ପ୍ରଣାଳୀ ‘କୋଲିନର୍ଜିକ୍ କ୍ରିୟା’ରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ବୟସ ସହିତ ଏହି କ୍ରିୟା ସାଧାରଣତଃ ହ୍ରାସ ପାଉଥିବା ବେଳେ ଆପ୍ ମାଧ୍ୟମରେ ନିୟମିତ ମାନସିକ ବ୍ୟାୟାମ ମସ୍ତିଷ୍କ କାର୍ଯ୍ୟକୁ ସୁଦୃଢ଼ କରିବା ସହିତ ଜ୍ଞାନାତ୍ମକ ବାର୍ଦ୍ଧକ୍ୟକୁ ଧୀର କରିପାରେ ବୋଲି ଗବେଷକମାନେ ନିଶ୍ଚିତ ହୋଇଛନ୍ତି। 

ପ୍ରଥମ ଥର ପାଇଁ ଗୋଟିଏ ଭିଡିଓଗେମ୍‌ ପ୍ରଣାଳୀ ବୟସ୍କ ଲୋକମାନଙ୍କ ମାନସିକ ଦକ୍ଷତାକୁ ତାଙ୍କ ଠାରୁ ୧୦ ବର୍ଷ କମ୍ ବୟସର ଲୋକଙ୍କ ଦକ୍ଷତା ସହ ସମତୁଲ କରିବାରେ 
ସଫଳ ହୋଇଛି।

ଏହି ପ୍ରଶିକ୍ଷଣ ବୟସ୍କ ବ୍ୟକ୍ତିଙ୍କଠାରେ କୋଲିନର୍ଜିକ୍ ସ୍ୱାସ୍ଥ୍ୟକୁ ୧୦ ବର୍ଷ ପୁରୁଣା ସ୍ଥିତିକୁ ଉନ୍ନୀତ କରିପାରୁଛି ଏବଂ ପ୍ରଥମ ଥର ପାଇଁ କୌଣସି ଔଷଧ ବ୍ୟବହାର ବିନା ମଣିଷଙ୍କଠାରେ ଏପରି ଉନ୍ନତି ପରିଲକ୍ଷିତ ହୋଇଛି। କୋଲିନର୍ଜିକ୍ ସ୍ୱାସ୍ଥ୍ୟରେ ତୀବ୍ର ହ୍ରାସ ସହ ଅଲ୍‌ଝାଇମର୍ସ ପରି ରୋଗ ଜଡ଼ିତ ଥିବାରୁ ଏପରି ମାନସିକ ବ୍ୟାୟାମ ଡିମେନ୍‌ସିଆର ବିପଦକୁ ହ୍ରାସ କରିପାରିବ ଏବଂ ଜ୍ଞାନାତ୍ମକ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିପାରିବ ବୋଲି ଆଶା କରାଯାଉଛି। ଏହି ମସ୍ତିଷ୍କ ତାଲିମ ଔଷଧର ଏକ ସୁରକ୍ଷିତ ବିକଳ୍ପ ଭାବରେ କାର୍ଯ୍ୟ କରିପାରିବ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା, ଅନେକ ଲୋକ ଭାବନ୍ତି ଯେ କ୍ରସୱାର୍ଡ ପଜଲ୍ କିମ୍ବା ପଠନ ମସ୍ତିଷ୍କକୁ ତୀକ୍ଷ୍‌ଣ ରଖିବା ପାଇଁ ଯଥେଷ୍ଟ। କିନ୍ତୁ ସବୁ କାର୍ଯ୍ୟକଳାପ ପ୍ରକୃତରେ ନ୍ୟୁରୋପ୍ଲାଷ୍ଟିସିଟିକୁ ପ୍ରୋତ୍ସାହିତ କରେ ନାହିଁ। ତେବେ ଶତାଧିକ ବୈଜ୍ଞାନିକ ଅଧ୍ୟୟନ ଦ୍ୱାରା ସମର୍ଥିତ ପଦ୍ଧତି ଅନୁଯାୟୀ ‘ବ୍ରେନ୍‌ଏଚ୍‌କ୍ୟୁ’ରେ ଗତି-ଆଧାରିତ ମାନସିକ ଗେମ୍‌ମାନ ରହିଛି, ଯାହା ବ୍ୟବହାରକାରୀ ମସ୍ତିଷ୍କରେ ଉନ୍ନତି ସହିତ ତାଳ ଦେଇ ଅଧିକ ଆହ୍ବାନପୂର୍ଣ୍ଣ ହୋଇଚାଲେ। 
ଏହି ଅଧ୍ୟୟନରେ ୬୫ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ୯୨ ଜଣ ସୁସ୍ଥ ବୟସ୍କଙ୍କୁ ସାମିଲ କରାଯାଇଥିଲା। ଅଂଶଗ୍ରହଣକାରୀମାନଙ୍କ ଭିତରୁ ଗୋଟିଏ ଗୋଷ୍ଠୀକୁ ‘ବ୍ରେନ୍‌ଏଚ୍‌କ୍ୟୁ’ ତାଲିମ ଓ ଅନ୍ୟ ଗୋଷ୍ଠୀକୁ ମନୋରଞ୍ଜନ ପାଇଁ ଡିଜାଇନ୍ ହୋଇଥିବା କମ୍ପ୍ୟୁଟର ଗେମ୍ ଖେଳିବା ପାଇଁ କୁହାଯାଇଥିଲା। ଉଭୟ ଗୋଷ୍ଠୀ ୧୦ ସପ୍ତାହ ଧରି ପ୍ରତିଦିନ ୩୦ ମିନିଟ୍ ପାଇଁ ଏକ ଟାବ୍‌ଲେଟରେ ସେମାନଙ୍କର କାର୍ଯ୍ୟକଳାପ ଜାରି ରଖିଥିଲେ। ତେବେ କେବଳ ‘ବ୍ରେନ୍‌ଏଚ୍‌କ୍ୟୁ’ ଗୋଷ୍ଠୀ କୋଲିନର୍ଜିକ୍ କାର୍ଯ୍ୟକଳାପରେ ଉନ୍ନତି ପ୍ରଦର୍ଶନ କରିଥିବା ଦେଖାଯାଇଥିଲା। ଆଗକୁ ଗବେଷକମାନେ ପ୍ରାରମ୍ଭିକ ପର୍ଯ୍ୟାୟ ଡିମେନ୍‌ସିଆ ଥିବା ଲୋକଙ୍କ ମଧ୍ୟରେ ଏହି ପରୀକ୍ଷଣ କରିବା ପାଇଁ ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe