ବଜାରକୁ ଆସିଛି ମର୍ସିଡିଜ୍ ବେଞ୍ଜର ଏସ୍ୟୁଭି ସେଗ୍ମେଣ୍ଟର ନୂଆ କାର୍ ଜି ୫୮୦। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୩ କୋଟି ଟଙ୍କା (ଏକ୍ସ ସୋ’ ରୁମ୍)। ଇଭି ସଂସ୍କରଣରେ ଉପଲବ୍ଧ ଏହି ଗାଡ଼ିର ସର୍ବାଧିକ ବେଗ ରହିଛି ଘଣ୍ଟା ପ୍ରତି ୧୮୦ କିଲୋମିଟର୍। ଓଜନ ୩୦୮୫ କେଜି। ବ୍ୟାଟେରି ଥରେ ଚାର୍ଜ କଲେ ଏହା ୪୭୩ କିମି ଚାଲିପାରିବ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି। ମାତ୍ର ୩୨ ମିନିଟ୍ ଭିତରେ ବ୍ୟାଟେରି ୮୦% ଚାର୍ଜ ହୋଇପାରିବ। ଏହା ପାଣିରେ ୮୫୦ ଏମ୍ଏମ୍ ଗଭୀରତାରେ ମଧ୍ୟ ଯାତ୍ରା କରିପାରିବ। ଏହାର ଭିତର ପରିପାଟୀ ନୂତନ ଇକ୍ୟୁ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି। ଏଥିରେ ଜି-ଟର୍ଣ୍ଣ, ଜି-ଷ୍ଟିୟରିଂ, ଅଫ୍ରୋଡ୍ କ୍ରଲ୍, ସର୍ବାଧିକ ସ୍ଲୋପ୍ କ୍ଲାଇମ୍ବିଂ ଆବିଲିଟି, ଲୋ ରେଞ୍ଜ୍ ଗିୟର୍ସେଟ୍, ଆକ୍ଟିଭ୍ ବ୍ରେକ୍ ଆସିଷ୍ଟ, ଥର୍ମୋଟ୍ରୋନିକ୍ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍, କିଲେସ୍-ଗୋ, ଗାର୍ଡ ୩୬୦ଂ ଭେଇକିଲ୍ ପ୍ରୋଟେକ୍ସନ୍ ପରି ଅତ୍ୟାଧୁନିକ ବୈଶିଷ୍ଟ୍ୟ ଉପଲବ୍ଧ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us