ଘରେ ପଶି ଥିବା ଆକ୍ରମଣକାରୀଙ୍କ ସହ ଲଢ଼ି ନିଜ ମା’ ଓ ଭଉଣୀର ଜୀବନ ରକ୍ଷା କଲା ୫ବର୍ଷର ବାଳକ

Advertisment
ଘରେ ପଶି ଥିବା ଆକ୍ରମଣକାରୀଙ୍କ ସହ ଲଢ଼ି ନିଜ ମା’ ଓ ଭଉଣୀର ଜୀବନ ରକ୍ଷା କଲା ୫ବର୍ଷର ବାଳକ

ନୂଆଦିଲ୍ଲୀ: ଜଣେ ୫ବର୍ଷର ବାଳକ ଘରେ ପଶିଥିବା ସଶସ୍ତ୍ର ଆକ୍ରମଣକାରୀଙ୍କ ସହ ଲଢ଼ି ବାସ୍ତବରେ ହିରୋ ସାଜିଛି। ତେ‌ବେ ଆକ୍ରମଣକାରୀଙ୍କର ଆକ୍ରମଣର ଫୁଟେଜ ସାଉଥ ବେଣ୍ଡ ପୁଲିସ ଦ୍ୱାରା ପୋଷ୍ଟ କରାଯିବା ପରେ ଘଟଣାଟି ସାମ୍ନାକୁ ଆସିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଡେଭିଡ ଜନସନ ପାଞ୍ଚ ବର୍ଷ ବୟସରେ ତାଙ୍କ ମା’ ଏବଂ ଭଉଣୀଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଆକ୍ରମଣକାରୀଙ୍କ ସହ ଲଢ଼େଇ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ସାଉଥ ୱେଣ୍ଡ ପୁଲିସର ସୂଚନାନୁସାରେ, ସେପ୍ଟେମ୍ବର ୩୦ରେ ଚାରି ଜଣ ଜଣଙ୍କ ଘରେ ପ୍ରବେଶ କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି। ଯିଏକି ଡେଭିଡଙ୍କ ମା’ ତମିକା ରିଡ ବୋଲି ଜଣାଯାଇଛି।  ଯେତେବେଳେ ଆକ୍ରମଣକାରୀ ଘରେ ପ୍ରବେଶ କରୁଛନ୍ତି, ସେ ସେତେବେଳେ ପୋଷାକଗୁଡ଼ିକୁ ଆଇରନ କରୁଥିଲେ। ଏହି ସମୟରେ ଆକ୍ରମଣକାରୀ କବାଟକୁ ଧକ୍କା ଦେଇ ଘର ଭିତରକୁ ପଶି ଯାଇଥିଲେ।   ଡେଭିଡ ଘରେ ଭିତରେ ଆକ୍ରମଣକାରୀଙ୍କୁ ଦେଖି ସେମାନଙ୍କ ଉପରକୁ ଖେଳନା ପକାଇବାରେ ଲାଗିଥିଲା।

ଏହି ଫୁଟେଜ ସେୟାର କରି ସାଉଥ ବେଣ୍ଡ ପୁଲିସ ଲେଖିଛି, 'ଆକ୍ରମଣକାରୀଙ୍କ ସହ ପିଲାଟି କିପରି ସଂଘର୍ଷ କରିଥିଲା ​​ଆପଣ ଦେଖି ପାରୁ ଥିବେ। ପରିବାର ଏବଂ ଘରର ସୁରକ୍ଷା ପାଇଁ ସେ ଏହା କରିଥିଲା। ତେବେ ଉକ୍ତ ଆକ୍ରମଣକାରୀ କାହାରିକୁ କିଛି କ୍ଷତି ନପହଞ୍ଚାଇ ଘରୁ ଚାଲି ଯାଇଥିଲେ। କିନ୍ତୁ ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe