ବିଶ୍ୱର ପ୍ରଥମ ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ ହୋଇଥିଲା। ପ୍ରାୟ ଅଠଚାଳିଶ କୋଟି ବର୍ଷ ତଳେ ମାଛ ଭଳି ଦିଶୁଥିବା ଏହି ପ୍ରାଣୀ ସମୁଦ୍ରରେ, ଷାଠିଏ ଫୁଟ୍ ଗଭୀରତା ମଧ୍ୟରେ, ଜନ୍ମ ହୋଇଥିଲା। ଦଶ କୋଟି ବର୍ଷ ଧରି, ପ୍ରଥମ ପର୍ଯ୍ୟାୟର ମେରୁଦଣ୍ଡୀ ପ୍ରାଣୀଗୁଡ଼ିକ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳର ସମୁଦ୍ରରେ ବାସ କରିଥିଲେ। ନିର୍ଦିଷ୍ଟ ଅଞ୍ଚଳ ଛାଡ଼ିବା ପରେ, ବିବର୍ତ୍ତନ ସଂଭବ ହୋଇଥିଲା। ସେମାନେ ସ୍ଥଳକୁ ଆସିବା ସହ ଚାରି ଗୋଡ଼ିଆ ନୂଆ ନୂଆ ମେରୁଦଣ୍ଡୀ ସୃଷ୍ଟି ହୋଇଥିଲେ। ‘ପେନ୍ସିଲ୍ଭାନିଆ ୟୁନିଭର୍ସିଟି’ର ଗବେଷିକା ଲରେନ୍ ସାଲାନ୍ ଓ ତାଙ୍କ ସାଥୀମାନେ ଛତିଶରୁ ଅଠଚାଳିଶ କୋଟି ବର୍ଷ ପୁରୁଣା ୨୮୨୭ଟି ଜୀବାଶ୍ମ ଉପରେ ଲମ୍ବା ସମୟ ଅଧ୍ୟୟନ ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏ ସଂପର୍କରେ ଏକ ରିପୋର୍ଟ୍ ‘ସାଇନ୍ସ’ ପତ୍ରିକାରେ ପ୍ରକାଶ ପାଇଛି।
ମେରୁଦଣ୍ଡୀ ପ୍ରାଣୀର ସୃଷ୍ଟି ଅଗଭୀର ସମୁଦ୍ରରେ
Advertisment
Follow Us