ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ

ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଳୀ: ଗୁରୁବାର ଦିନ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ସମ୍ପତ୍ତି ୧୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ପାଇଛି। ଫେସବୁକର ତ୍ରୈମାସିକ ଫଳାଫଳ ଏବଂ ମେଟାର ସେୟାର ଜୁକରବର୍ଗଙ୍କ ସମ୍ପତ୍ତିକୁ ବୃଦ୍ଧି କରାଇଛି। ପୂର୍ବରୁ ତାଙ୍କ ସମ୍ପତ୍ତି ୭୭.୧ ବିଲିୟନ୍‌ ଡଲାର ଥିବା ବେଳେ ଏବେ ବଢ଼ିବା ପରେ ୮୭.୩ ବିଲିୟନ୍‌ ଡଲାର ହୋଇଛି।

କମ୍ପାନି ପକ୍ଷରୁ ଆୟବ୍ୟୟ ରିପୋର୍ଟ ପ୍ରକାଶ ପାଇବା ପରେ ମେଟାର ସେୟାର ଦର ୧୪ ପ୍ରତିଶତ ବୃଦ୍ଧି ପାଇ ଜୁକରବର୍ଗ ଧନୀ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠିଯାଇଛନ୍ତି। ପୂର୍ବରୁ ଭାରତର ଧନୀ ତଥା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ବର ଧନୀକ ତାଲିକାରେ ୧୨ ନମ୍ବର ସ୍ଥାନରେ ଥିବା ବେଳେ ଏବେ ତାଙ୍କ ସ୍ଥାନକୁ ନେଇ ଯାଇଛନ୍ତି ଜୁକରବର୍ଗ। ଅମ୍ବାନୀ ଏବେ ୧୩ ନମ୍ବରକୁ ଖସି ଯାଇଛନ୍ତି।

ମୁକେଶ ଅମ୍ବାନୀଙ୍କ ନିକଟରେ ବର୍ତ୍ତମାନ ୮୨.୪ ବିଲିୟନ ଡଲାର ରହିଛି। ଏଲୋନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବିଲ୍ ଗେଟ୍ସଙ୍କ ସମେତ ଶ୍ରେଷ୍ଠ ୧୦ ଧନୀ ତାଲିକାରେ ବର୍ତ୍ତମାନ ୮ ଜଣ ଆମେରିକୀୟ ଅଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ମେଟାର ସିଇଓଙ୍କ ସମ୍ପତ୍ତି ଏକ ବର୍ଷ ତଳେ ପ୍ରାୟ ୧୧ ବିଲିୟନ ଡଲାର ବୃଦ୍ଧି ରେକର୍ଡ କରାଯାଇଥିଲା। ଗତ ଫେବ୍ରୁଆରି ୨ ତାରିଖରେ ୧୨.୫ ବିଲିୟନ୍‌ ଡଲାର ରେକର୍ଡ ହୋଇଥିଲା।

ସୂଚନାଯୋଗ୍ୟ, ଏକ ସମୟରେ ତାଙ୍କର ସମ୍ପତ୍ତି ୧୪୨ ବିଲିୟନ ଡଲାରରେ ଛୁଇଁଥିଲା ​​ଏବଂ ଫେସବୁକ ସେୟାରର ମୂଲ୍ୟ ୩୮୨ ଡଲାରରେ ପହଞ୍ଚିଥିଲା। ଏହା ପରେ ସେ ମେଟାଭର୍ସ ଦୁନିଆରେ ପାଦ ରଖିଥିଲେ। ସେ ମେଟା ଆରମ୍ଭ କରି କମ୍ପାନିର ନାମ ଫେସବୁକରୁ ମେଟା ପ୍ଲାଟଫର୍ମକୁ ବଦଳାଇଲେ। ଏହି ପଦକ୍ଷେପ ତାଙ୍କ ପାଇଁ ଉଚିତ ସାବ୍ୟସ୍ତ ହୋଇ ନଥିଲା।  ତାଙ୍କର ସମ୍ପତ୍ତି ୭୧ ବିଲିୟନ ଡଲାରକୁ ଖସି ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe