ଗ୍ରାହକଙ୍କ ଭଡ଼ା ପ୍ରସ୍ତାବ ବାତିଲ କରି ବି ଲକ୍ଷ ଲକ୍ଷ ଆୟ କରୁଛନ୍ତି ଉବର ଚାଳକ

ଗ୍ରାହକଙ୍କ ଭଡ଼ା ପ୍ରସ୍ତାବ ବାତିଲ କରି ବି ଲକ୍ଷ ଲକ୍ଷ ଆୟ କରୁଛନ୍ତି ଉବର ଚାଳକ

ଭଡ଼ାରେ ଟାକ୍‌ସି ସେବା ଯୋଗାଉଥିବା ଗାଡ଼ି ଚାଳକମାନେ ସାଧାରଣତଃ ଯାତ୍ରୀମାନଙ୍କ ବରାଦ ମୁତାବକ ଯେତେ ଅଧିକ ଗାଡ଼ିସେବା ଯୋଗାଇଥା’ନ୍ତି, ସେତେ ଅଧିକ ପାରିଶ୍ରମିକ ପାଇଥା’ନ୍ତି। ମାତ୍ର ଆମେରିକା ଅନ୍ତର୍ଗତ ଉତ୍ତର କାରୋଲିନାର ଜଣେ ‘ଉବର’ ଗାଡ଼ି ଚାଳକ ୩୦ ପ୍ରତିଶତରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇବାକୁ ମନା କରି ଏବଂ ମାତ୍ର ୧୦ ପ୍ରତିଶତରୁ କମ୍‌ ଲୋକଙ୍କୁ ସେବା ଯୋଗାଇ ଲକ୍ଷାଧିକ ଟଙ୍କା ରୋଜଗାର କରିଆସୁଛନ୍ତି, ତାହା ଆଲୋଚନାର ବିଷୟ ହୋଇଛି। ଅବସର ପରେ ଅନ୍‌ଲାଇନ୍‌ ଟାକ୍‌ସି ସେବା ଯୋଗାଉଥିବା ୭୦ ବର୍ଷୀୟ ଗାଡ଼ି ଚାଳକ ଜଣକ ଗତ ବର୍ଷ ପାଖାପାଖି ୧,୫୦୦ ଭଡ଼ା ପ୍ରସ୍ତାବ ବାତିଲ୍ କରି ସୁଦ୍ଧା ୨୮,୦୦୦ ଡଲାର ବା ଭାରତୀୟ ମୂଲ୍ୟରେ ୨୨ ଲକ୍ଷ ଟଙ୍କା ଆୟ କରିବା ପଛର ରହସ୍ୟ ପ୍ରକାଶ କରିଛନ୍ତି।

ସେ ବିଶେଷ କରି ଶୁକ୍ରବାର ଓ ଶନିବାରମାନଙ୍କରେ ସକାଳ ୧୦ଟାରୁ ଅପରାହ୍‌ଣ ସାଢ଼େ ୨ଟା ଭିତରେ ମଦ୍ୟଶାଳା ଓ ବିମାନବନ୍ଦର ଭଳି ଅତି ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ନିଜ ଗାଡ଼ିକୁ ଲଗାଇଥା’ନ୍ତି। ଏଥି ସହିତ ସେ କୌଣସି ସ୍ଥାନକୁ ଏକପାଖିଆ ଯିବା ଲାଗି ମଧ୍ୟ ମନା କରିଦେଇଥା’ନ୍ତି। ଏପରି ଭାବେ ଭୀଷଣ ଚାହିଦା ସମୟରେ ଜଣେ ଯାତ୍ରୀଙ୍କୁ ସେ ମାତ୍ର ଦୁଇ ଘଣ୍ଟାର ଟାକ୍‌ସି ସେବା ଯୋଗାଇ ଭଡ଼ା ବାବଦକୁ ୨୭ ଡଲାର ବା ୨,୨୪୬ ଟଙ୍କା ପାଇଥା’ନ୍ତି। ଏହି ହାରରେ ସେ ସପ୍ତାହକୁ ପାଖାପାଖି ୪୦ ଘଣ୍ଟା ପରିଶ୍ରମ କରି ଏତେ ବିପୁଳ ପରିମାଣର ଅର୍ଥ ଉପାର୍ଜନ କରିପାରିଛନ୍ତି। ତେବେ କେବଳ ଚାହିଦା ବେଳର ବରାଦ ଗ୍ରହଣ କରିବା ଓ ଅନ୍ୟ ସମୟରେ ମନା କରିବା ଅଭ୍ୟାସକୁ ‘ଉବର’ ସଂସ୍ଥା ପକ୍ଷରୁ ଅନୁମତି ନଦେବାର ଆଶଙ୍କା ଥିଲା ବୋଲି ସେ କହିଛନ୍ତି। ତେବେ କମ୍ପାନି କର୍ତ୍ତୃପକ୍ଷଙ୍କ ମନରେ ବିଶ୍ବାସ ଜନ୍ମାଇ ସେ ତାଙ୍କ ଯୋଜନାରେ ସଫଳ ହୋଇଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe