ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଉପରେ ଟ୍ୟାକ୍ସ ଲାଗିବା ପରେ ଟଙ୍କା ଦେଇନପାରି ଇଣ୍ଟରନେଟ ବ୍ୟବହାର ଛାଡ଼ିଲେ ଲକ୍ଷାଧିକ ଲୋକ

Advertisment
ସରକାରଙ୍କ ପକ୍ଷରୁ ସୋସିଆଲ ମିଡିଆ ଉପରେ ଟ୍ୟାକ୍ସ ଲାଗିବା ପରେ ଟଙ୍କା ଦେଇନପାରି ଇଣ୍ଟରନେଟ ବ୍ୟବହାର ଛାଡ଼ିଲେ ଲକ୍ଷାଧିକ ଲୋକ

ଆଫ୍ରିକାର ୟୁଗାଣ୍ଡରେ ସୋସିଆଲ ମିଡିଆର ବ୍ୟବହାର ଉପରେ ଟ୍ୟାକ୍ସ ଲଗାଇ ଦେଇଛନ୍ତି ସେଠିକାର ସରକାର । ଯାହା ଦ୍ୱାରା ଲକ୍ଷାଧିକ ଲୋକ ଇଂଟରନେଟ ବ୍ୟବହାର କରିବା ପୂରା ପୁରି ବନ୍ଦ କରିଦେଇଛନ୍ତି । ତେବେ ବିଶ୍ୱର କୌଣସି ବି ଦେଶରେ ଏଭଳି ପ୍ରଥମ ଥର ଘଟିଛି । ୟୁଗାଣ୍ଡ ସରକାର ଫେସବୁୁକ ସମେତ ୬୦ଟି ସୋସିଆଲ ମିଡିଆ ପ୍ଲାର୍ଟଫର୍ମର ବ୍ୟବହାର ଉପରେ ଦୈନିକ ୬୬ ଟଙ୍କା ଟ୍ୟାକ୍ସ ଲଗାଇଛନ୍ତି ।

publive-image

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଇଂଟରନେଟ୍ ଉପରେ ଲଗାଯାଇଥିବା ଟ୍ୟାକ୍ସକୁ ନେଇ ଦେଶର ବହୁ ସଂଖ୍ୟକ ଲୋକେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ସରକାରଙ୍କ ଏହି ନିଷ୍ପତିକୁ କୋର୍ଟରେ ମଧ୍ୟ ଚ୍ୟାଲେଂଜ କରାଯାଇଛି । କୁହାଯାଉଛି କି, ୟୁଗାଣ୍ଡ ସରକାରଙ୍କ ଏଭଳି ନିଷ୍ପତି ନେବା ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଲା, ସୋସିଆଲ ମିଡିଆରେ ଘଂଟା ଘଂଟା ଧରି ସମୟ ବିତାଇବା ଦ୍ୱାରା ଲୋକଙ୍କର ବହୁମୂଲ୍ୟ ସମୟ ଅଜଥା ବରବାଦ ହେଉଛି । ଯେଉଁ କାରଣରୁ ସେଠାକାର ସରକାର ଏହି ନିଷ୍ପତି ନେଇଛନ୍ତି । ସେହିଭଳି ଆହୁରୀ ମଧ୍ୟ ଶୁଣାଯାଉଛି କି, ସୋସିଆଲ ମିଡିଆର ବ୍ୟବହାର ଦ୍ୱାରା ଲୋକେ ସରକାରଙ୍କର ଅସଲୀ ଚେହେରା ଜାଣିବାକୁ ପାଉଛନ୍ତି । ଏଭଳି ପରିସ୍ଥିତିରେ ଏହି ପଦକ୍ଷେପ ଦ୍ୱାରା ଲୋକେ ଧିରେ ଧିରେ ଇଂଟରନେଟଠାରୁ ଦୁରେଇ ଯିବେ ଏବଂ ସଠିକ୍ ସୂଚନା ସେମାନଙ୍କ ନିକଟରେ ପହଂଚିପାରିବ ନାହିଁ ।

publive-image

ଏବେବି ଦେଶର ପାଖାପାଖି ୧୨ ଲକ୍ଷ ଲୋକ ଏଭଳି ରହିଛନ୍ତି, ଯେଉଁମାନେ କି ଟଙ୍କା ଦେଇ ସୋସିଆଲ ମିଡିଆ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କର ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି ହୋଇଛି । ଖାଲି ଏତିକି ନୁହେଁ ଏହାଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥା ଦୋହଲି ଯିବା ସହିତ ଟେଲିକମ କଂପାନୀମାନଙ୍କୁ ବି ବହୁତ କ୍ଷତି ସହିବାକୁ ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe