ପାଣି ବୋତଲ ଦ୍ୱାରା ୧ ଲିଟର ପାଣିରେ ଆଲୋକିତ ହୋଇପାରିବ ଘର!

ପାଣି ବୋତଲ ଦ୍ୱାରା ୧ ଲିଟର ପାଣିରେ ଆଲୋକିତ ହୋଇପାରିବ ଘର!

ଗୋଟିଏ ଲିଟର ପାଣିବୋତଲକୁ ବ୍ୟବହାର କରି ଗୋଟେ ଘରକୁ ସମ୍ପୂର୍ଣ୍ଣ ଭାବରେ ଆଲୋକିତ କରିବାରେ ସଫଳତା ହାସଲ କରିଛନ୍ତି ସମିପସ୍ଥ ଜିଲ୍ଲାର ଖିମାଖେଡି ଗାଁର କେତେକ ଯୁବକ। ଯାହାଦ୍ୱାରା ଏହି ଗାଁରେ ବାସ କରୁଥିବା ଅନେକ ପରିବାରଙ୍କୁ ଦିନରେ ହେଉଥିବା ଅନ୍ଧକାରକୁ ଦୂର କରି ଆଲୋକ ପ୍ରଦାନ କରୁଛି।

ଉଲ୍ଲେଖଯୋଗ୍ୟ, ରାଜଗଡ ବ୍ଲକର ଖିମାଖେଡି ଗାଁର ଯୁବକମାନେ ପାଣି ସାହାଯ୍ୟରେ ବିଦ୍ୟୁତ ବନାଇବା ଭଳି ଏକ ବଡ କାର୍ଯ୍ୟ କରିଛନ୍ତି। ଯେଉଁ ଘରମାନଙ୍କରେ ଦିନ ସମୟରେ ମଧ୍ୟ ଅନ୍ଧକାର ରହୁଛି ସେହି ଘରମାନଙ୍କୁ ଆଲୋକିତ କରିବା ପାଇଁ ପାଣି ବୋତଲକୁ ବ୍ୟବହାର କରାଯାଇଛି। ଗାଁର ଏହି ଯୁବକମାନେ କଲେକ୍ଟର, କରମବୀର ଶର୍ମା ଏବଂ ଜନ ଅଭିଯାନ ପରିଷଦ ଟିମ ସହ ମିଶି ଏହି କାମକୁ ସଫଳତାର ସହ କରିପାରିଛନ୍ତି।

publive-image photo by : naidunia.jagran.com

ଏହି ଲାଇଟକୁ ତିଆରି କରିବା ପାଇଁ ପ୍ରଥମେ ଏକ ମିନେରାଲ ପାଣିବୋତଲରେ ଦୁଇଟା ଢାଙ୍କୁଣି ଲଗାଇ ସେଥିରେ ଲିକ୍ୟୁଡି ବ୍ଲିଚ ରଖିଦେଇଥାନ୍ତି। ପରେ ବୋତଲକୁ ଘରର ଛାତ ଉପରକୁ ଯାଇ କେବୁଲ ମଝିରେ ଲଗାଇଦେଇଥାନ୍ତି। ଯାହାଫଳରେ ସୂର୍ଯ୍ୟଙ୍କ କିରଣ ବୋତଲ ଉପରେ ପଡି ପରିବର୍ତ୍ତନ ହୋଇ ଘରକୁ ଆଲୋକିତ କରିବାରେ ସଫଳ ହୋଇପାରୁଛି। ଏହି ସୁବିଧା ଗାଁର ପ୍ରାୟ ସମସ୍ତ ଘରରେ ବ୍ୟବହାର କରାଯାଉଛି, ଯାହାଫଳରେ ଦିନରେ ବ୍ୟବହାର ହେଉଥିବା ବିଦ୍ୟୁତ ବଞ୍ଚି ପାରୁଛି। ଏକ ଲିଟର ପାଣିରେ ପ୍ରାୟ ୧୫୦ ଟଙ୍କାର ବିଦ୍ୟୁତକୁ ବଞ୍ଚାଇବାରେ ସଫଳ ହୋଇପାରୁଛି ଏହି ବ୍ୟବସ୍ଥା ଜରିଆରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe