ସ୍ବାମୀ ହତ୍ୟା ଘଟଣା ପରର ନାରୀବିଦ୍ବେଷ

ନିକଟରେ ଇନ୍ଦୋରର ନବବିହାହିତ ଯୁବକ ରାଜା ରଘୁବଂଶୀଙ୍କ ନୃଶଂସ ହତ୍ୟାକାଣ୍ଡରେ ପତ୍ନୀ ସୋନମ ରଘୁବଂଶୀ ଜଣେ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ନାରୀବିଦ୍ବେଷ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି।

Special Story

Special Story Photograph: (sambad.in )

ନିକଟରେ ଇନ୍ଦୋରର ନବବିହାହିତ ଯୁବକ ରାଜା ରଘୁବଂଶୀଙ୍କ ନୃଶଂସ ହତ୍ୟାକାଣ୍ଡରେ ପତ୍ନୀ ସୋନମ ରଘୁବଂଶୀ ଜଣେ ଅଭିଯୁକ୍ତ ବୋଲି ଜଣାପଡ଼ିବା ପରେ ନାରୀବିଦ୍ବେଷ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଯାଇଛି। ଏଭଳି ଗୋଟିଏ ଘଟଣାରୁ ନିଷ୍କର୍ଷ ବାହାର କରି କୁହାଯାଉଛି ଯେ ସମଗ୍ର ନାରୀ ଜାତି ବିପଜ୍ଜନକ ଏବଂ ପୁରୁଷମାନେ ହିଁ ଅସଲ ପୀଡ଼ିତ। ଏ ବିଚାରକୁ ବ୍ୟାପକ ସମର୍ଥନ ମିଳୁଥିଲେ ହେଁ ନିରିଖେଇ ଦେଖିଲେ ଏଥିରେ ନିହିତ ନାରୀବିଦ୍ବେଷ ସ୍ପଷ୍ଟ ବାରି ହୋଇପଡ଼େ। 

ଏହା ସତ ଯେ ନିକଟ ଅତୀତରେ ନାରୀମାନେ ପୁରୁଷଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବାର କେତେକ ଘଟଣା ସମ୍ମୁଖକୁ ଆସିଛି। ହେଲେ ଏ କଥା ଭୁଲିଗଲେ ହେବ ନାହିଁ ଯେ ଭାରତରେ ପ୍ରତି ବର୍ଷ ହଜାର ହଜାର ମହିଳା ପରିଚିତ ପୁରୁଷଙ୍କ ଦ୍ବାରା ଉତ୍ପୀଡ଼ନ, ବଳାତ୍କାର ଓ ହତ୍ୟାର ଶିକାର ହୋଇଥାନ୍ତି। ହାତଗଣତି ହତ୍ୟାର ଅଭିଯୁକ୍ତ ମହିଳା ହେବା ଅର୍ଥ ନୁହେଁ ଯେ ହିଂସାର ଲିଙ୍ଗଗତ ପରିଭାଷା ରାତାରାତି ବଦଳିଯାଇଛି। ବାସ୍ତବରେ ଶତାବ୍ଦୀ ଶତାବ୍ଦ ଧରି ଚାଲିଆସିଥିବା ହିଂସାର ସ୍ବରୂପ ଆଜି ବି ନାରୀବିରୋଧୀ ହୋଇ ରହିଛି। ସେହିପରି ଏହିସବୁ ହତ୍ୟାରେ ପୁରୁଷମାନେ ହିଁ ଅଭିଯୁକ୍ତ ମହିଳାଙ୍କୁ ସହଯୋଗ କରିଥିବା ବେଳେ କେବଳ ମହିଳାଙ୍କ ଉପରେ ଆମ ଧ୍ୟାନ କେନ୍ଦ୍ରିତ ହେବା ବିଡ଼ମ୍ବନାର ବିଷୟ। ତେଣୁ ଯେକୌଣସି ବର୍ବର ହତ୍ୟାକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିବା ବେଳେ କୌଣସି ଲିଙ୍ଗ, ଧର୍ମ ବା ଜାତି ପ୍ରତି ଆକ୍ଷେପ ନ କରି ଅଭିଯୁକ୍ତର ଉଦ୍ଦେଶ୍ୟ, ନୃଶଂସତା ଓ ପଦକ୍ଷେପକୁ ନିନ୍ଦା କରିବା ଉଚିତ ହେବ। ନାରୀଙ୍କ ପ୍ରତି ବିଦ୍ବେଷର ପ୍ରସାର ଅପରାଧ ରୋକିବା ପରବର୍ତ୍ତେ ଅନାବଶ୍ୟକ ସାମାଜିକ ସଂଘର୍ଷ ସୃଷ୍ଟି କରିବାର ବିପଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe