ଗଣମାଧ୍ୟମର ଖବର ଅପବ୍ୟବହାର କରି: କାଠଗଡ଼ାରେ ‘ଓପନ୍‌ଏଆଇ’!

ଭାରତୀୟ କୋଟିପତି ଗୌତମ ଅଦାନୀ ଓ ମୁକେଶ ଅମ୍ବାନୀଙ୍କ ଡିଜିଟାଲ୍‌ ନ୍ୟୁଜ୍‌ ବିଭାଗ ଏବଂ ଇଣ୍ଡିଆନ୍‌ ଏକ୍ସପ୍ରେସ୍ ଓ ହିନ୍ଦୁସ୍ଥାନ ଟାଇମ୍‌ସ ଭଳି ସଂସ୍ଥା ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା ଗବେଷଣା ସଂସ୍ଥା ‘ଓପନ୍‌ଏଆଇ’ ବିରୋଧରେ ଏକ ଆଇନଗତ ଆହ୍ବାନ ଛିଡ଼ା କରାଇଛନ୍ତି।

fssfccx

ଭାରତୀୟ କୋଟିପତି ଗୌତମ ଅଦାନୀ ଓ ମୁକେଶ ଅମ୍ବାନୀଙ୍କ ଡିଜିଟାଲ୍‌ ନ୍ୟୁଜ୍‌ ବିଭାଗ ଏବଂ ଇଣ୍ଡିଆନ୍‌ ଏକ୍ସପ୍ରେସ୍ ଓ ହିନ୍ଦୁସ୍ଥାନ ଟାଇମ୍‌ସ ଭଳି ସଂସ୍ଥା ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା ଗବେଷଣା ସଂସ୍ଥା ‘ଓପନ୍‌ଏଆଇ’ ବିରୋଧରେ ଏକ ଆଇନଗତ ଆହ୍ବାନ ଛିଡ଼ା କରାଇଛନ୍ତି। ଡିଜିଟାଲ୍‌ ନ୍ୟୁଜ୍‌ ପ୍ରକାଶକମାନଙ୍କ ଦ୍ବାରା ଏହି ମାମଲା ଦାଏର କରାଯିବା ବାବଦରେ ବିଦେଶୀ ଖବର ସରବରାହ ସଂସ୍ଥା ରଏଟର୍ସ ପ୍ରଥମେ ଲୋକଲୋଚନକୁ ଆଣିଛି।

‘ଏଏନ୍‌ଆଇ’ ଗତ ବର୍ଷ ଓପନ୍‌ଏଆଇ ବିରୋଧରେ ପ୍ରଥମେ ମାମଲା ଦାଏର କରିଥିଲା। ଏବେ ଏନ୍‌ଡିଟିଭି, ନେଟ୍‌ଵର୍କ୧୮, ଇଣ୍ଡିଆନ୍ ଏକ୍‌ସପ୍ରେସ୍, ଦି ହିନ୍ଦୁ ସମେତ ଡିଜିଟାଲ ନ୍ୟୁଜ୍‌ ପ୍ରକାଶକ ସଂଘ ଏଥିରେ ସଂପୃକ୍ତ ହୋଇଛନ୍ତି

ସଂପୃକ୍ତ ବିଦେଶୀ ସଂସ୍ଥା କପିରାଇଟ୍‌ ଆଇନ ଉଲ୍ଲଂଘନ କରି ପ୍ରକାଶିତ ନ୍ୟୁଜ୍‌ର ତଥ୍ୟକୁ ନିଜସ୍ବ କୃତି ଭଳି ଉପସ୍ଥାପିତ କରୁଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି। ଅଦାନୀଙ୍କ ‘ଏନ୍‌ଡିଟିଭି’ ଓ ଅମ୍ବାନୀଙ୍କ ‘ନେଟ୍‌ଵର୍କ୧୮’ ସମେତ ଅନ୍ୟାନ୍ୟ ଗଣମାଧ୍ୟମ ସଂସ୍ଥା ନୂଆଦିଲ୍ଲୀର ଏକ ଅଦାଲତର ଆଶ୍ରୟ ନେଇ କହିଛନ୍ତି ଯେ ସେମାନେ ଚାଟ୍‌ଜିପିଟି ନିର୍ମାତାଙ୍କ ବିରୋଧରେ ଚାଲିଥିବା ମାମଲାରେ ସାମିଲ ହେବାକୁ ଚାହାନ୍ତି। କାରଣ ସେମାନେ ଚିନ୍ତିତ ଯେ ‘ଚାଟ୍‌ଜିପିଟି’ ସେମାନଙ୍କ ନ୍ୟୁଜ୍‌ ୱେବ୍‌ସାଇଟଗୁଡ଼ିକର ତଥ୍ୟକୁ ଆହରଣ କରି ସେଗୁଡ଼ିକୁ ପୁନଃପ୍ରକାଶ କରୁଛି। ଖବର ସରବରାହ ସଂସ୍ଥା ଏସିଆନ୍‌ ନ୍ୟୁଜ୍‌ ଇଣ୍ଟରନାସନାଲ୍‌ (ଏଏନ୍‌ଆଇ) ଗତ ବର୍ଷ ଓପନ୍‌ଏଆଇ ବିରୋଧରେ ପ୍ରଥମେ ମାମଲା ଦାଏର କରିଥିଲା। ବୈଶ୍ବିକ ଏବଂ ଭାରତୀୟ ପୁସ୍ତକ ପ୍ରକାଶକମାନେ ମଧ୍ୟ ଏବେ ଏଥିରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀର ଏକ ଅଦାଲତରେ ଦାଖଲ ହୋଇଥିବା ୧୩୫ ପୃଷ୍ଠାର ଏହି ମାମଲା ଅଦ୍ୟାବଧି ସାର୍ବଜନୀନ ହୋଇ ନଥିବା ବେଳେ ରଏଟର୍ସ ଦ୍ବାରା ତାହାର ସମୀକ୍ଷା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଓପନ୍‌ଏଆଇର ଆଚରଣ ଡିଜିଟାଲ ନ୍ୟୁଜ୍‌ ପ୍ରକାଶକ ସଂଘ (ଡିଏନ୍‌ପିଏ)ର ସଦସ୍ୟ ଓ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର ମୂଲ୍ୟବାନ କପିରାଇଟ୍‌ ଅଧିକାର ପାଇଁ ଏକ ସ୍ପଷ୍ଟ ବିପଦ ସାଜିଛି। 

ଉକ୍ତ ଅଭିଯୋଗରେ ଯୁକ୍ତି କରାଯାଇଛି ଯେ ବିଦେଶର ବିଭିନ୍ନ ଖବର ସଂସ୍ଥା ସହ ଓପନ୍‌ଏଆଇ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ଭାରତର କୌଣସି ଗଣମାଧ୍ୟମ ସଂସ୍ଥା ସହିତ ଏହା ଚୁକ୍ତି ନ କରି ସେମାନଙ୍କ ତଥ୍ୟ ବ୍ୟବହାର କରୁଛି, ଯାହା ଗଣମାଧ୍ୟମ କମ୍ପାନିମାନଙ୍କୁ କ୍ଷତିଗ୍ରସ୍ତ କରୁଛି। ଉଲ୍ଲେଖଯୋଗ୍ୟ ଯେ କେବଳ ଭାରତ ନୁହେଁ, ପୃଥିବୀର ବିଭିନ୍ନ ଦେଶର କୋର୍ଟରେ ଲେଖକ, ଗଣମାଧ୍ୟମ ସଂସ୍ଥା, ଚିତ୍ରକର ଓ ସଂଗୀତଜ୍ଞମାନେ କୃତ୍ରିମ ବୁଦ୍ଧିମତ୍ତା କମ୍ପାନିମାନଙ୍କ ବିରୋଧରେ ମାମଲା ଲଢୁଛନ୍ତି। ଅପରପକ୍ଷେ, ଓପନ୍‌ଏଆଇ କୌଣସି ପ୍ରକାର କପିରାଇଟ୍‌ ଆଇନର ଉଲ୍ଲଂଘନ କରିନାହିଁ ବୋଲି ଦୋହରାଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe