ରୋଗରେ ପଡ଼ିଲେ ଏଣିକି ଆପଣଙ୍କ ଘରକୁ ଯିବ ମେଡିକାଲ, ତୁରନ୍ତ ଚିକିତ୍ସା ସହ ମାଗଣାରେ ମିଳିବ ଔଷଧ !

Advertisment
ରୋଗରେ ପଡ଼ିଲେ ଏଣିକି ଆପଣଙ୍କ ଘରକୁ ଯିବ ମେଡିକାଲ, ତୁରନ୍ତ ଚିକିତ୍ସା ସହ ମାଗଣାରେ ମିଳିବ ଔଷଧ !

ନୂଅାଦିଲ୍ଲୀ: ଏଣିକି ରୋଗରେ ପଡ଼ଲେ ଲୋକଙ୍କୁ ମେଡିକାଲ ଯିବାକୁ ପଡିବନି ବରଂ ଖୋଦ୍ ମେଡିକାଲ ଆସି ଆପଣଙ୍କ ପାଖରେ ପହଞ୍ଚିବ । ଖାଲି ଏତିକି ନୁହେଁ, ରୋଗୀଙ୍କୁ ତୁରନ୍ତ ଚିକିତ୍ସା ମିଳିବା ସହିତ ସଂପୂର୍ଣ୍ଣ ଔଷଧ ମାଗଣାରେ ଦିଆଯିବ । ତେବେ ଏଭଳି ଏକ ନିଆରା ସୁବିଧା ଏବେ ଦିଲ୍ଲୀବାସୀଙ୍କ ପାଇଁ ଆରମ୍ଭ କରାଯାଇଛି ।

ଦିଲ୍ଲୀର ଛାୱନୀ ପରିଷଦରେ ଗରିବ ତଥା ଆର୍ଥିକ ଅସୁବିଧା ଭୋଗୁଥିବା ଲୋକଙ୍କ ଚିକିତ୍ସା ନିମନ୍ତେ ମୋବାଇଲ ଡିସପେନ୍ସରି ନାମକ ଯୋଜନାର ଶୁଭାରମ୍ଭ କରାଯାଇଛି, ଯାହାକି ସ୍ୱାସ୍ଥ୍ୟ ସେବାଯୋଗାଇ ଦେଉଥିବା ଏକପ୍ରକାରର ମୋବାଇଲ ଭ୍ୟାନ । ଏଥିରେ ଜଣେ ଡାକ୍ତର , ଜଣେ ନର୍ସ ବା ସହଯୋଗୀ ରହିଥିବା ସହିତ ମେଡିସିନ ଉପଲବ୍ଧ ଥାଏ । ତେବେ ଏହି ସେବାର ଶୁଭାରମ୍ଭ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଲା, ଯେଉଁମାନେ ଟଙ୍କା ଖର୍ଚ୍ଚ ହେବା ଭୟରେ ମେଡିକାଲ ଯାଉନାହାଁନ୍ତି କିମ୍ବା ମେଡିକାଲ ଦୂର ଥିବା କାରଣରୁ ଘରେ ରହିଯାଉଛନ୍ତି କିମ୍ବା ଗୁରୁତର ଥିବା କାରଣରୁ ମେଡିକାଲ ଯିବାକୁ ଅସମର୍ଥ ଅଟନ୍ତି ସେଭଳି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି ସେବା ଆରମ୍ଭ କରାଯାଇଛି ।

ଦିଲ୍ଲୀ ଛାୱନି ପରିଷଦ ତରଫରୁ ଲୋକଙ୍କୁ ସମସ୍ୟାକୁ ଦୃଷ୍ଟିରେ ରଖି ମୋବାଇଲ ଡିସପେନ୍ସରି ନାମକ ଯୋଜନାର ଶୁଭାରମ୍ଭ କରାଯାଇଛି । ଯାହାର ନାଁ ରଖାଯାଇଛି ‘ଆପଣଙ୍କ ଦ୍ୱାର’ । ବର୍ତ୍ତମାନ ଛାୱନୀ ଅଞ୍ଚଳ ଲୋକଙ୍କ ନିକଟକୁ ମେଡିକାଲ ପହଞ୍ଚିବ । ଛାୱନୀ ପରିଷଦର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ପାଇଁ ଏବଂ ମେଡିକାଲ ସହ ଲୋକଙ୍କୁ ଯୋଡିବା ପାଇଁ ମୋବାଇଲ ଡିସପେନ୍ସରି ବହୁତ ଭଲ ବୋଲି ପ୍ରମାଣିତ ହେଉଛି । ଏହାଦ୍ୱାରା ଏକ ଭଲ ତଥ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଲୋକଙ୍କୁ ମିଳିପାରିବ । ଏଥିସହିତ ହିଁ ଲୋକଙ୍କୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିବନାହିଁ । ତେବେ ଲୋକଙ୍କୁ ସରକାରୀ ସୁବିଧାର ଲାଭ ମିଳୁ, ଏଥିପାଇଁ ଲୋକଙ୍କ ସୁଖ ସୁବିଧାକୁ ଧ୍ୟାନରେ ରଖି ଛାୱନୀ ବୋର୍ଡ ଦ୍ୱାରା ମୋବାଇଲ ଡିସପେନ୍ସରିର ସୁବିଧା ଆରମ୍ଭ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe