ମଡେଲିଂର ବିଭିନ୍ନ କ୍ଷେତ୍ର ସଂପର୍କରେ ଜାଣନ୍ତୁ

Advertisment
ମଡେଲିଂର ବିଭିନ୍ନ କ୍ଷେତ୍ର ସଂପର୍କରେ ଜାଣନ୍ତୁ

photo-5.imimg.com

ମଡ଼େଲିଂ  ବିଭିନ୍ନ ପ୍ରକାରର ଅଛି।ବ୍ୟାପକ ଭାବେ ଏହାକୁ ର‍୍ୟାଂପ୍‌ ମଡେଲିଂ,ଟେଲିଭିଜନ୍‌ ମଡେଲିଂ ଓ ପ୍ରିଣ୍ଟ୍‌ ମଡ଼େଲିଂ ଭାବେ ବଣ୍ଟାଯାଇପାରେ।ମଡ଼େଲିଂ କ୍ଷେତ୍ରରେ ଏଣ୍ଟ୍ରି ନେବା ପୂର୍ବରୁ ବହୁତ ଜରୁରୀ ଯେ ଆପଣ ଏକ ପୋର୍ଟି ଫୋଲିୟୋ କରିନିଅନ୍ତୁ।ଏଥିପାଇଁ ଏହାମଧ୍ୟରୁ ଜରୁରୀ ଯେ,ଆପଣ କୌଣସି ପ୍ରଫେସ୍‌ନାଲ୍‌ ଫଟୋଗ୍ରାଫର୍‌ ପାଖକୁ ଯାଇ ଫଟୋ ଉଠାଇ ପୋର୍ଟିଫୋଲିଓ ତିଆରି କରନ୍ତୁ।ଆପଣ ଏହି ପୋର୍ଟି ଫୋଲିଓକୁ କୌଣସି ଆଡ଼ଭାର୍ଟାଇଜିଙ୍ଗ୍‌ ଏଜେନ୍‌ସୀ ଆବଶ୍ୟକତା ଅନୁଯାୟୀ ମଡ଼େଲ୍‌ମାନଙ୍କୁ ଉପଲବ୍ଧ କରାଉଥିବା କୋଅର୍ଡ଼ିନେଟିଙ୍ଗ୍‌ ଏଜେନ୍‌ସୀ କିମ୍ବା କୌଣସି ଫ୍ୟାଶନ୍‌ ଡ଼ିଜାଇନର୍‌ଙ୍କୁ ଦେଖାଇ ମଡ଼େଲିଂ ଲାଇନ୍‌ରେ ପାଦ ଦେଇ ପାରିବେ।

ଟେଲିଭିଜନ୍‌ ମଡ଼େଲିଙ୍ଗ୍‌ :ଏଥିରେ ଆପଣଙ୍କୁ ମୁଭି କ୍ୟାମେରା ସାମ୍‌ନାରେ ମଡ଼େଲିଂ କରିବାକୁ ପଡ଼ିଥାଏ।ଯାହାର ବ୍ୟବହାର ଟେଲି ବିଜ୍ଞାପନ,ସିନେମା,ଭିଡ଼ିଓ,ଇଣ୍ଟରନେଟ୍‌ ଆଦିରେ କରାଯାଇଥାଏ।ପ୍ରିଣ୍ଟ୍‌ ମଡ଼େଲିଂରେ ଷ୍ଟିଲ୍‌ ଫଟୋଗ୍ରାଫ୍‌ସ ମଡ଼େଲ୍‌ସ ଫଟୋ ଉଠାଇବାକୁ ପଡ଼ିଥାଏ।ଏହାକୁ ସମ୍ବାଦପତ୍ର,ବ୍ରୋସର୍ସ,ପତ୍ରପତ୍ରିକା,କ୍ୟାଟ୍‌ଲଗ୍‌ ,କ୍ୟାଲେଣ୍ଡର ଆଦିରେ ଉପଯୋଗ କରାଯାଇଥାଏ।

ଶୋରୁମ୍‌ ମଡ଼େଲିଂ: ଶୋରୁମ୍‌ ମଡ଼େଲ୍‌ମାନେ ସାଧାରଣତଃ ରପ୍ତାନକାରୀ ମାନଙ୍କୁ ଗାର୍‌ମେଣ୍ଟ୍‌ ରପ୍ତାନକାରୀମାନଙ୍କୁ ଓ ବଡ଼ ବଡ଼ ହିଟେଲର୍‌ ମାନଙ୍କ ପାଇଁ କାମ କରୁଥିବା ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ନିଭାଇଥାଆନ୍ତିି।

publive-image photo- classboat.com

ର‍୍ୟାମ୍ପି ମଡ଼େଲିଙ୍ଗ୍‌:-ଏଥିରେ ମଡ଼େଲ୍‌ ମାନଙ୍କୁ ଦର୍ଶକ ମାନଙ୍କ ସାମ୍ନାରେ ଗାର୍‌ମେଣ୍ଟ୍‌ସ ଓ ଆସେସରିଜ୍‌ ପ୍ରଦର୍ଶନ କରିବାକୁ ପଡ଼ିଥାଏ।ର‍୍ୟାମ୍ପି ସୋରେ କୌଣସି ଶୋରୁମ୍‌ ଭଳି ଫ୍ୟାଶନ୍‌ ନଥାଏ।ଏଥିରେ ଠିଆ ହେବା,ଚାଲିବାର ଶୈଳୀ ଓ ବଡ଼ି ଲାଙ୍ଗୁଏଜ୍‌ ସବୁଠୁ ଭଲ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe