ବିବାହ କାର୍ଡରେ ‘ବେଟି ବଚାଓ ବେଟି ପଢ଼ାଓ’ ଲୋଗୋ ସହ ମୋଦିଙ୍କ ଫଟୋ, ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ନିମନ୍ତ୍ରଣ

Advertisment
ବିବାହ କାର୍ଡରେ ‘ବେଟି ବଚାଓ ବେଟି ପଢ଼ାଓ’ ଲୋଗୋ ସହ ମୋଦିଙ୍କ ଫଟୋ, ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି ନିମନ୍ତ୍ରଣ

ଜିନ୍ଦ୍‌: ହରିଆଣାର ଜିନ୍ଦ୍‌ ଜିଲାରେ ଦେଖିବାକୁ ମିଳିଛି ଏକ ନିଆରା କଥା। ବିବାହ କାର୍ଡରେ ଛପିଲା ‘ବେଟି ବଚାଓ ବେଟି ପଢ଼ାଓ’ ଲୋଗୋ। ଖାଲି ସେତିକି ନୁହେଁ, କାର୍ଡରେ ମୋଦିଙ୍କ ସମର୍ଥନରେ ମୋଦିଙ୍କ ଫଟୋ ସମେତ ‘ମୋଦି ଲାଓ ଦେଶ ବଚାଓ’ ବୋଲି ବି ଉଲ୍ଲେଖ କରଯାଇଛି। ଫେବୁଆରି ୧୯ ତାରିଖରେ ହେବାକୁ ଥିବା ଏହି ବିବାହ ପାଇଁ ଛପା ଯାଇଥିବା କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବେଟି ବଚାଓର ଲୋଗୋ ଚିତ୍ର ଦେଖିବାକୁ ମିଳିଛି। ବର୍ଖାଲାମ ଗ୍ରାମର ବାସିନ୍ଦା ସୁନୀଲ ସାଣ୍ଡିଲ୍ୟ ତାଙ୍କ ଭାଇ ଚେତନ ଏବଂ ଭଉଣୀ ରେଣୁ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଡ଼ ସମର୍ଥକ। ତେଣୁ ସେମାନେ ଯଥାସମ୍ଭବ ମୋଦିଙ୍କ ବାର୍ତ୍ତା ପ୍ରଘଟ କରିବା ପାଇଁ ଏପରି ନିଆରା ପଦକ୍ଷେପ ନେଇଛନ୍ତି।

publive-image

ଏ ସଂପର୍କରେ ବଡ଼ ଭାଇ ସୁନୀଲ କୁହନ୍ତି, ‘ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ତାଙ୍କ ଦ୍ୱାରା ଅନୁପ୍ରାଣିତ। ମୋଦି ହେଉଛନ୍ତି ଦେଶର ଏକମାତ୍ର ନେତା ଯିଏକି ଭାରତର ବହୁ ପୁରୁଣା ସମସ୍ୟାଗୁଡ଼ିକ ସମାଧାନ କରିପାରିବେ।’

publive-image

ସେମାନେ ଏହି ବିବାହ କାର୍ଡକୁ ଡାକ ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ମଧ୍ୟ ପଠାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିମନ୍ତ୍ରଣର ଉତ୍ତର ରଖନ୍ତି ତେବେ ସେମାନଙ୍କ ସ୍ୱପ୍ନ ସାକାର ହେବ ବୋଲି ସୁନୀଲ ଜଣାଇଛନ୍ତି। କାର୍ଡଟିର ଗୋଟାଏ ଫର୍ଦ୍ଦରେ ‘ବେଟି ବଚାଓ, ବେଟି ପଢ଼ାଓ’ ଲୋଗୋ ଏବଂ ଅନ୍ୟ ଫର୍ଦ୍ଦରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିବାର ଦେଖିବାକୁ ମିଳିଛି।

publive-image

ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଜଣେ ଯୁବକ ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରି ବିବାହ କାର୍ଡରେ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋ ଛାପିବା ପରେ ବେଶ୍‌ ଚର୍ଚ୍ଚା ପାଲଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe