ଏଣିକି ମହିଳାଙ୍କୁ ଛୁଇଁଲେ ଲାଗିବ ୪୪୦ ଭୋଲଟର ଝଟକା, ମାତ୍ର ୨୦୦ଟଙ୍କାରେ ମିଳିବ ଏଭଳି ସାମଗ୍ରୀ

Advertisment
ଏଣିକି ମହିଳାଙ୍କୁ ଛୁଇଁଲେ ଲାଗିବ ୪୪୦ ଭୋଲଟର ଝଟକା, ମାତ୍ର ୨୦୦ଟଙ୍କାରେ ମିଳିବ ଏଭଳି ସାମଗ୍ରୀ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହିଳା କେନ୍ଦ୍ରୀକ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଦୁଷ୍କର୍ମ, ନିର୍ଯାତନା ଆଦି ଅପରାଧକୁ ଦୃଷ୍ଟଟିରେ ରଖି ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ଅନେକ ଅଭିଯାନ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁ ନାହିଁ। ଏଣିକି ମହିଳାଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କାରଣ ଏଭଳି କାଣ୍ଡ କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଲାଗିବ ୪୪୦ ଭୋଲ୍‌ଟର ଝଟକା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଟି ବଚାଓ ଅଭିଯାନରୁ ପ୍ରେରିତ ହୋଇ ତାଙ୍କ ସଂସଦୀୟ କ୍ଷେତ୍ର ତଥା ବାରଣାସୀରେ ଜଣେ ଛାତ୍ର ଏଭଳି ଏକ ଉପକରଣ ତିଆରି କରିଛନ୍ତି , ଯାହା ନା ଖାଲି ମହିଳାଙ୍କୁ ସୁରକ୍ଷା ଦେବ ବରଂ ମହିଳାଙ୍କ ପ୍ରତି ଅସଦାଚରଣ କରୁଥିବା ବ୍ୟକ୍ତିକୁ ମଧ୍ୟ ସାବାଡ କରିବ । ଏଥିରେ ଲାଗିଥିବା ଡିଭାଇସ୍‌କୁ ଯଦି କୌଣସି ବ୍ୟକ୍ତି ସ୍ପର୍ଶ କରନ୍ତି ତାଙ୍କୁ ୪୪୦ ଭୋଲ୍‌ଟର କରେଣ୍ଟର ଝଟକା ଲାଗିବ । ଏହି ଛାତ୍ର ଜଣକ ୱିମେନ୍‌ ସେଫ୍‌ଟି ଡିଭାଇସ ପ୍ରସ୍ତୁତ କରିଛନ୍ତି । ଏଥିରେ ମୁଦି ତଥା ପର୍ସ ରହିଛି । ମୁଦିକୁ ‘ମୋଦି ପାୱାର ରିଂଗ’ ଏବଂ ପର୍ସକୁ ‘ମୋଦି ପର୍ସ’ ଭଳି ନାମ ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe