ଉପର ଦେଇ ଚାଲିଗଲା ଟ୍ରେନ, ରେଳ ଧାରଣାରେ ‌ଶୋଇ ୩ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯୁବକ

Advertisment
ଉପର ଦେଇ ଚାଲିଗଲା ଟ୍ରେନ, ରେଳ ଧାରଣାରେ ‌ଶୋଇ ୩ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯୁବକ

ଭେପାଳ: ଉପର ଦେଇ ଚାଲିଗଲା ଟ୍ରେନ। ରେଳ ଧାରଣାରେ ‌ଶୋଇ ୩ବର୍ଷୀୟ ଶିଶୁର ଜୀବନ ବଞ୍ଚାଇଲେ ଯୁବକ। ଏଭଳି ଘଟଣା ଭୋପାଳରେ ଘଟିଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେହି ମୂହୁର୍ତ୍ତର ଛାତିଥରା ଦୃଶ୍ୟ କଏଦ ହୋଇଥିବା ବେଳେ ରେଳଧାରଣା ଉପ‌ରେ ଶିଶୁଟିକୁ ଧରି ଯୁବକଜଣକ ଶୋଇରହିଥିବା ଦେଖାଯାଇଛି।

ସୂଚନା ମୁତାବକ, ପେସାରେ ବଢ଼ାଇ ହୋଇଥିବା ଭୋପାଳର ମହମ୍ମଦ ମେହବୁବ କାମ ସାରିବା ପରେ ସନ୍ଧ୍ୟାରେ ନିଜ କାରଖାନାରୁ ଘରକୁ ଫେରୁଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଫେରିବା ବାଟରେ ତାଙ୍କୁ ଏଭଳି ଘଟଣାର ସାମ୍ନା କରିବାକୁ ପଡ଼ିବ। ଫେବ୍ରୁଆରି ୫ତାରିଖ ସନ୍ଧ୍ୟାରେ, ମେହବୁବ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାରଖେଡି ଅଞ୍ଚଳରେ ଥିବା କାରଖାନାରୁ ଫେରୁଥିବା ବେଳେ ରେଳଧାରଣା ପାର କରିବା ପାଇଁ ‌ଅପେକ୍ଷା କରିଥିଲେ। ଆଗରୁ ମାଲବାହୀ ଟ୍ରେନ ଆସୁଥିବା ଦେଖି ସେ ଅଟକିଥିବା ବେଳେ ସେହି ସମୟରେ ତାଙ୍କ ପାଖରେ ନିଜ ମାତାପିତାଙ୍କ ସହ ଠିଆ ହୋଇଥିବା ୩ବର୍ଷୀୟ ଶିଶୁ ରେଳଧାରଣାକୁ ଖସିପଡ଼ିଥିଲା।  ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବ‌ା ଲୋକ ପଥର ପାଲଟି ଯାଇଥିବା ବେଳେ ମେହବୁବ କିଛି ନଭାବି ରେଳଧାରଣା ଉପରକୁ ଡେଇଁଥିଲେ। ଟ୍ରେନଟି ପାଖାପାଖି ହୋଇଯାଇଥିବାରୁ ବାହାରକୁ ଆସିବାର ସୁଯୋଗ ପାଇନଥିଲେ ମେହବୁବ। ସେଥିପାଇଁ ସେ ଶିଶୁଟିକୁ ଟାଣି ନେଇ ରେଳଧାରଣା ମଝିରେ ଶୋଇ ପଡ଼ିଥିଲେ। ଏମଧ୍ୟରେ ଟ୍ରେନଟି ଦ୍ରୁତ ଗତିରେ ତାଙ୍କ ଉପର ଦେଇ ଚାଲି ଯାଇଥିଲା। ଟ୍ରେନଟି ଯିବା ପରେ ମେହବୁବ ଶିଶୁଟିକୁ ଧାରଣାରୁ ଆଣି ମାତାପିତାଙ୍କୁ ଦେଇଥିଲେ।

ତେବେ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ମେହବୁବଙ୍କ ସାହାସକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe