ବିଭିନ୍ନ ଆଙ୍ଗୁଠିରେ କଳାଜାଇ ଥିଲେ ଜାଣନ୍ତୁ କ’ଣ ଘଟିପାରେ ?

Advertisment
ବିଭିନ୍ନ ଆଙ୍ଗୁଠିରେ କଳାଜାଇ ଥିଲେ ଜାଣନ୍ତୁ କ’ଣ ଘଟିପାରେ ?

photo-speaking tree

ଅନେକ ଲୋକଙ୍କ ବିଭିନ୍ନ ଅଙ୍ଗରେ କଳାଜାଇ ଦେଖିବାକୁ ମିଳିଥାଏ । ଠିକ୍‌ ସେହିପରି କେତେକଙ୍କ ହାତ ଆଙ୍ଗୁଳିରେ ମଧ୍ୟ କଳାଜାଇ ପରିଲକ୍ଷିତ ହୋଇଥାଏ । ତେବେ ଏହା କ’ଣ ଦର୍ଶାଇଥାଏ, ତାହା ଜାଣିବାକୁ ଚାହାଁନ୍ତି କି? ଏହା କ’ଣ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନା ଏହା ଭିତରେ ଅନ୍ୟ କିଛି ରହସ୍ୟ ରହିଛି? ଏହା କ’ଣ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବା ଏହାର ଜ୍ୟୋତିଷଗତ କିଛି ପ୍ରସଙ୍ଗ ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା …

publive-image photo-speaking tree

ଯଦି ଅନାମିକା ଆଙ୍ଗୁଳିର ଉପରେ ହାତ ପାପୁଲିରେ କଳାଜାଇ ରହିଛି, ସେହି ବ୍ୟକ୍ତିଙ୍କର ସମାଜରେ ସମ୍ମାନ ହାନି ହେବାର ଆଶଙ୍କା ରହିଥାଏ, କାରଣ ସେ କେତେକ ଖରାପ କାମରେ ଲିପ୍ତ ରହିଥାଆନ୍ତି । ଏଭଳି ବ୍ୟକ୍ତି ସର୍ବଦା କ୍ରୋଧୀଭାବେ ପରିଗଣିତ ହୁଅନ୍ତି ।ଅନାମିକା ଆଙ୍ଗୁଳିର ମଝିରେ ଯଦି ଏହି କଳାଜାଇ ଥାଏ, ତେବେ ସଂପର୍କରେ ତାଙ୍କର ଦୁର୍ବଳତା ଦେଖା ଦିଏ । ସେହି ବ୍ୟକ୍ତିଙ୍କର ସାମାଜିକ ମର୍ଯ୍ୟାଦା ମଧ୍ୟ ହାନି ହେବାର ଆଶଙ୍କା ଥାଏ ।
ସେହି ଅନାମିକା ଆଙ୍ଗୁଳିର ତଳ ଅଂଶରେ ଯଦି କୌଣସି ବ୍ୟକ୍ତିର କଳାଜାଇ ଥାଏ, ତେବେ ତାଙ୍କର ଆତ୍ମବିଶ୍ୱାସ ଠିକ୍‌ ନ ଥାଏ ବୋଲି କୁହାଯାଏ । ତାଙ୍କ ଭିତରେ ଲୋଭ ପ୍ରବଳ ଥାଏ ଯାହା ପରବର୍ତ୍ତୀ ଜୀବନରେ ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

ଅନାମିକା ଆଙ୍ଗୁଳିର ଉପରେ ହାତ ପାପୁଲିରେ କଳାଜାଇ ରହିଥାଏ, ସେହି ବ୍ୟକ୍ତିଙ୍କର ସମାଜରେ ସମ୍ମାନ ହାନି ହେବାର ଆଶଙ୍କା ରହିଥାଏ, କାରଣ ସେ କେତେକ ଖରାପ କାମରେ ଲିପ୍ତ ରହିଥାଆନ୍ତି । ଏଭଳି ବ୍ୟକ୍ତି ସର୍ବଦା କ୍ରୋଧୀଭାବେ ପରିଗଣିତ ହୁଅନ୍ତି ।ଅନାମିକା ଆଙ୍ଗୁଳିର ମଝିରେ ଯଦି ଏହି କଳାଜାଇ ଥାଏ, ତେବେ ସଂପର୍କରେ ତାଙ୍କର ଦୁର୍ବଳତା ଦେଖା ଦିଏ । ସେହି ବ୍ୟକ୍ତିଙ୍କର ସାମାଜିକ ମର୍ଯ୍ୟାଦା ମଧ୍ୟ ହାନି ହେବାର ଆଶଙ୍କା ଥାଏ ।

ଅନାମିକା ଆଙ୍ଗୁଳିରେ ସବୁଠୁଁ ତଳେ ଯଦି କଳାଜାଇ ଥାଏ, ତେବେ ଉକ୍ତ ବ୍ୟକ୍ତିଙ୍କର ଆଖିରେ ଦୁର୍ବଳତା ପରିଲକ୍ଷିତ ହୁଏ । ଏଭଳି ବ୍ୟକ୍ତି ପିତା ବା ରକ୍ତ ସଂପର୍କୀୟମାନଙ୍କ ସହିତ ସଂପର୍କରେ ସତର୍କତା ଅବଲମ୍ବନ କରିବା ଉଚିତ୍‌ ।

ଯଦି କୌଣସି ବ୍ୟକ୍ତିଙ୍କର କାଣି ଆଙ୍ଗୁଠିର ଉପର ଅଂଶ ରେ କଳାଜାଇ ଥାଏ, ତେବେ ଏଥିରୁ ସୂଚନା ମିଳେ ଯେ ସେ ପ୍ରଚୁର ଅର୍ଥ ରୋଜଗାର କରିବାରରେ ଅଭିଳାଷୀ । ଏଥିପାଇଁ ସେ ଲୋଭୀ ହୋଇପାରନ୍ତି । କାଣି ଆଙ୍ଗୁଠିର ମଝିରେ ଯଦି କଳାଜାଇ ଥାଏ, ତେବେ ଛୋଟ ମାନଙ୍କୁ ସେ ବେଶି ଭଲପାଆନ୍ତି । ଏମାନଙ୍କର ବାକ୍‌ ସମସ୍ୟା ଦେଖାଦେଇଥାଏ ।
କାଣି ଆଙ୍ଗୁଠିର ତଳ ଅଂଶରେ ଯଦି କଳାଜାଇ ଦେଖିବାକୁ ମିଳେ, ତେବେ ଉକ୍ତ ବ୍ୟକ୍ତିଙ୍କର ମସ୍ତିଷ୍କ ଖୁବ୍‌ ପ୍ରଖର । ସେ ପୁଞ୍ଜି ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥାନ୍ତି । ସେମାନଙ୍କର ଅଧିକ କ୍ଷତି ମଧ୍ୟ ଘଟିଥାଏ । ଏହି ବ୍ୟକ୍ତିଙ୍କର ପାକସ୍ଥଳୀ ଓ ମୂତ୍ରଜନିତ ସମସ୍ୟାର ଆଶଙ୍କା ଥାଏ ।

publive-image photo--speaking tree

ଯଦି କାଣି ଆଙ୍ଗୁଠିରେ ଏକଦମ୍‌ ତଳ ଅଂଶରେ କଳାଜାଇ ଥାଏ, ତେବେ ବ୍ୟକ୍ତିଙ୍କଠାରେ ବାଣୀ ଦୋଷ ପରିଲକ୍ଷିତ ହୋଇଥାଏ । ଏମାନେ ବ୍ୟବସାୟରେ କ୍ଷତି ସହିଥାଆନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe