ଜନ୍ମ ଦେବାର କିଛି ସମୟ ପରେ ମୃତ୍ୟୁ ହୋଇଥିବା ଶିଶୁକୁ ୨୯ବର୍ଷ ପରେ ଜୀବିତ ଅବସ୍ଥାରେ ପାଇଲା ମା’

Advertisment
ଜନ୍ମ ଦେବାର କିଛି ସମୟ ପରେ ମୃତ୍ୟୁ ହୋଇଥିବା ଶିଶୁକୁ ୨୯ବର୍ଷ ପରେ ଜୀବିତ ଅବସ୍ଥାରେ ପାଇଲା ମା’

ନୂଆଦିଲ୍ଲୀ: ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଥିବା ଖବର ପାଇଥିଲେ। ୨୯ବର୍ଷ ପରେ ନିଜର ସେହି ଶିଶକୁ ଜୀବିତ ଥିବା ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ମା’।

ଟିନା ବେଜାରାନୋ ନାମକ ଜଣେ ମହିଳା ୧୭ବର୍ଷ ବୟସରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ। ତେବେ ଜନ୍ମ ଦେବାର ୧୫ ମିନିଟ୍‌ ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ସେ ଜାଣିବାକୁ ପାଇଥିଲେ। ସେବେଠାରୁ ବେଜାରାନୋ ଓ ତାଙ୍କ ସ୍ୱାମୀ ଏରିକ ଗାଡେଣି ମନ ବୁଝାଇବାକୁ ଶିଶୁ କ୍ରିଷ୍ଟିନର ଜନ୍ମଦିନ ପାଳନ କରି ଆସୁଥିଲେ। ତେବେ ଏରିକ ଗାଡେଣି କ୍ରିଷ୍ଟିନ୍‌ର ବାସ୍ତବିକ ପିତା ନୁହନ୍ତି।

publive-image

ଘଟଣାଟି ହେଉଛି ଏପରି, ୧୭ବର୍ଷ ବୟସରେ ଟିନା ଅନ୍ତସତ୍ତ୍ୱା ହେବା ପରେ ଟିନାଙ୍କ ମା’ ଏଥିରେ ଅସନ୍ତୁଷ୍ଟ ଥିଲେ। ଟିନା ଶିଶୁକୁ ଜନ୍ମ ଦିଅନ୍ତୁ ତାହା ସେ ଚାହୁ ନଥିଲେ। ତେଣୁ ଟିନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ସେ ତାକୁ ମୃତ ବୋଲି ଜଣାଇଥିଲେ। ଲାସ୍‌ବେଗାସ୍‌ଙ୍କ ଏକ ପରିବାର କ୍ରିଷ୍ଟିନ୍‌ ଜନ୍ମର ପାଞ୍ଚଦିନ ପରେ ତାକୁ କୋଳେଇ ନେଇଥିଲେ। କିନ୍ତୁ ଏପଟେ ୨୯ବର୍ଷ ହେବ ଟିନା ସେହି ଦୁଃଖରେ ରହି ଆସିଥିଲେ କି ତାଙ୍କ ଶିଶୁର ମୃତ୍ୟୁ ହୋଇଯାଇଛି ବୋଲି।

କୌଣସି ସୂତ୍ରରୁ ଖବର ପାଇ ଟିନାଙ୍କ ପାଖକୁ କ୍ରିଷ୍ଟିନ ଏକ ମେଲ କରିଥିଲା। କ୍ରିଷ୍ଟିନ ହେଉଛି ଟିନାଙ୍କ ଝିଅ। ଝିଅ ଟିନାଙ୍କୁ ମେଲ କରି କହିଥିଲା କି , ମୁଁ ଆପଣଙ୍କ ସହିତ କଥା ହେବାକୁ ଓ ଦେଖା କରିବାକୁ ଚାହୁଁଛି। କାହିଁକି ନା ମୁଁ ଆପଣଙ୍କ ଝିଅ।’ କିନ୍ତୁ ଟିନାଙ୍କୁ ଏସବୁ ବିଶ୍ୱାସ ହୋଇ ନଥିଲା।

ଶେଷରେ ଝିଅର ଡିଏନ୍‌ଏ ପରୀକ୍ଷା କରିଥିଲେ, ଏହି ପରୀକ୍ଷା ପରେ ଯାହା ରିପୋର୍ଟ ଆସିଥିଲା ଟିନା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ୨୯ବର୍ଷ ହେବ ମୃତ ବୋଲି ଭାବୁଥିବା ତାଙ୍କ ଝିଅ ଆଜି ଜୀବିତ ଅଛି, ଏକଥା ଜାଣିବା ପରେ ସେ ଖୁସିରେ ଆତ୍ମବିହ୍ଵର ହୋଇପଡ଼ିଥିଲେ। ତାଙ୍କ ଆଖିରେ ଲୁହ ରହି ନଥିଲା। ସେ କ୍ରିଷ୍ଟିନ୍‌କୁ ଧରି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। କିନ୍ତୁ କ୍ରିଷ୍ଟିନ୍‌ ଏବେ ଜଣେ ଟ୍ରାନ୍ସଜେଣ୍ଡର ପୁଅ। କ୍ରିଷ୍ଟିନକୁ ଲାସ୍‌ବେଗାସ୍‌ଙ୍କ ଏକ ପରିବାର ଜନ୍ମର ପାଞ୍ଚଦିନ ପରେ କୋଳେଇ ନେଇଥିଲେ। ଏବେ କ୍ରିଷ୍ଟିନ୍‌ ତାର ପତ୍ନୀଙ୍କ ପିଲାଙ୍କ ସହିତ ନ୍ୟୁଜର୍ସିିରେ ବସବାସ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe