ପିଲାଟି ଦିନରୁ ହାତ ହରାଇଥିବା ମା’ ଦୁଇବର୍ଷର ଝିଅକୁ ଗୋଡରେ ଖୁଆଇବା ସହିତ କହିଲେ ଏଭଳି କଥା....

Advertisment
ପିଲାଟି ଦିନରୁ ହାତ ହରାଇଥିବା ମା’ ଦୁଇବର୍ଷର ଝିଅକୁ ଗୋଡରେ ଖୁଆଇବା ସହିତ କହିଲେ ଏଭଳି କଥା....

ନୂଆଦିଲ୍ଲୀ: ମଣିଷ ଭିତରେ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଥିଲେ ସେ ଯେକୌଣସି କାମକୁ ବି ସମ୍ଭବ କରି ଦେଖାଇଥାଏ। ସୋସିଆଲ ମିଡିଆରେ ଏମିତି ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ହେଉଛି ଯିଏକି ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ଉକ୍ତ ମହିଳାଙ୍କ ନାମ ହେଉଛି ସାରାହ ତଲବି। ଜନ୍ମରୁ ସାରାହଙ୍କ ହାତ ନାହିଁ। ଏହା ସତ୍ତ୍ବେ ବି ସେ ହାର ନମାନି ସାଧାରଣ ମଣିଷଟିଏ ଭଳି ସବୁ କାମ କରିଥାଆନ୍ତି। ଦିବ୍ୟାଙ୍ଗ ହେବା ସହିତ ସେ ତାଙ୍କ ଶିଶୁର ଯତ୍ନ ନେବାରେ କୌଣସି ହେଳା କରନ୍ତି ନାହିଁ।

ସାରାହ ତଲବି ବେଲଜିୟମରେ ବସବାସ କରନ୍ତି। ଏବେ ସେ ୩୮ବର୍ଷରେ ପଦାର୍ପଣ କରିଛନ୍ତି। ପିଲାଟି ଦିନରୁ ସାରାହଙ୍କ ହାତ ନାହିଁ। ପିଲାଟି ଦିନରୁ ସେ ସମସ୍ତ କାମ ଗୋଡରେ କରିବା ଶିଖିଥିଲେ। ସେ ଗୋଡରେ ନିଜ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ  କରିଥାଆନ୍ତି। କେବଳ ଏତିକି ନୁହେଁ, କମ୍ପ୍ୟୁଟରରେ ସେ ଖୁବ ସହଜରେ କାମ ବି କରିଥାଆନ୍ତି। ଏସବୁ ଭିତରେ ସାରାହ କେବେ ଦୁଃଖ କରି ନାହାନ୍ତି କି ତାଙ୍କର ହାତ ନାହିଁ ବୋଲି।

ସାରାହଙ୍କ ୨ବର୍ଷର ଝିଅ ବି ରହିଛି। ଝିଅ ସହିତ ସାରାହଙ୍କ ଇନଷ୍ଟାଗ୍ରାମରେ ଅନେକ ଫଟୋ ବି ରହିଛି।  ସାରାହ ତାଙ୍କ ଦୁଇବର୍ଷର ଝିଅକୁ ଗୋଡ଼ରେ ହିଁ ଖୁଆନ୍ତି ଓ ଖୁବ ଯତ୍ନ ନିଅନ୍ତି।

ସାରାହ କହନ୍ତି, ଜୀବନରେ ତ ଅନେକ ବାଧାବିଘ୍ନ ଆସିବ। ଆମେ ତାହାକୁ ସାହାସର ସହ ସାମ୍ନା କରିବାକୁ ପଡ଼ିବ। ଭାଙ୍ଗି ପଡ଼ିଲେ ତ ଜୀବନରେ ଆଗକୁ ବଢ଼ି ହିଁ ପାରିବା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe