ଗୀତ ଗାଉଥିବା ବେଳେ କଣ୍ଠଶିଳ୍ପୀଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଭାବେ ଟଙ୍କା ବର୍ଷା କଲେ ଦର୍ଶକ

ଗୀତ ଗାଉଥିବା ବେଳେ କଣ୍ଠଶିଳ୍ପୀଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଭାବେ ଟଙ୍କା ବର୍ଷା କଲେ ଦର୍ଶକ

ଅହମଦାବାଦ: ମଞ୍ଚଉପରେ କଳାକାରମାନେ ନୃତ୍ୟ କରୁଥିବା ବେଳେ ହେଉ କି ଗୀତ ଗାଉଥିବା ବେଳେ ଦର୍ଶକ ଟଙ୍କା ବର୍ଷା କରୁଥିବାର ଏକ ଟ୍ରେଣ୍ଡ ଚାଲିଛି। ଏହି କ୍ରମରେ ଗୁଜରାଟର ଭାଲସାଡରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାକ୍ଷଣି  ଭାଇରାଲ ହୋଇଯାଇଛି।

ଭାଇରାଲ ଭିଡିଓରେ ଗାୟକ କିର୍ତ୍ତୀଦାନ ଗଡଭିଙ୍କୁ ମଞ୍ଚ ଉପରେ ଭଜନ ଗାଉଥିବା ଶୁଣିବାକୁ ମିଳୁଛି। ତେବେ କିର୍ତ୍ତୀଦାନଙ୍କ ଭଜନ ଶୁଣି ଦର୍ଶକ ଏତେ ଖୁସି ହୋଇଯାଇଥିଲେ ଯେ ତାଙ୍କ ଉପରେ ନୋଟ ବର୍ଷା କରିଥିଲେ। ତେବେ ଗାୟକଙ୍କ ଉପ‌ରେ ଦର୍ଶକ ଆଶ୍ଚର୍ଯ୍ୟଜନକ ଭାବେ ନୋଟ ବର୍ଷା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।।

ମାର୍ଚ୍ଚ ୧୧ ରେ ଭାଲସାଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।  କିର୍ତ୍ତୀଦାନ ଭଜନ ଗାନ କରୁଥିବାବେଳେ ଦର୍ଶକମାନେ ତାଙ୍କ ଉପରେ ୧୦, ୨୦, ୫୦, ୧୦୦ ଏବଂ ୫୦୦ ଟଙ୍କିଆ ନୋଟ ବର୍ଷା କରିଥିଲେ।

ତେବେ କଣ୍ଠଶିଳ୍ପୀ କିର୍ତ୍ତୀଦାନଙ୍କ ସହିତ ଏହା ପ୍ରଥମ ନୁହେଁ, ଏହାପୂର୍ବରୁ ଗତ ବର୍ଷ ଗୁଜରାଟର ନାଭସାରୀର ସୁପା ଗ୍ରାମରେ ଏକ ଭଜନ କାର୍ଯ୍ୟକ୍ରମରେ ସେ ଗୀତ ଗାଉଥିବା ବେଳେ ତାଙ୍କ ଉପରେ ଦର୍ଶକ ପାଖପାଖି ୫୦ଲକ୍ଷ ଟଙ୍କାର ନୋଟ ବର୍ଷା କରିଥିଲେ।  ଏହି ନୋଟ ମଧ୍ୟରେ ୧୦,୨୦, ୫୦ ଓ ୧୦୦ଟଙ୍କା ରହିଥିଲା। ସେ ସମୟରେ ଏହି ଘଟଣା ଚର୍ଚ୍ଚାରେ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe