ଅର୍ଥ ସୂତ୍ର: ଶହେ ଟଙ୍କାରୁ ଆରମ୍ଭ କରନ୍ତୁ ସଞ୍ଚୟ

ବେଙ୍ଗାଲୁରୁର ଜଣେ ୫୩ ବର୍ଷୀୟ ପ୍ରୁଫ୍‌ରିଡର୍‌ ପ୍ରମାଣ କରି ଦେଇଛନ୍ତି ଯେ ରୋଜଗାର ଯେତେ କମ୍‌ ହେଲେ ବି ସଞ୍ଚୟ ପ୍ରବୃତ୍ତି ରହିଲେ ଜଣେ ଆର୍ଥିକ ସୁରକ୍ଷା ହାସଲ କରିପାରିବ। ୨୦୦୦ ମସିହାରେ ମାଟ୍ରିକ୍‌ ଡିଗ୍ରି ଓ ୫୦୦୦ ଟଙ୍କା ଧରି ସେ ଗାଁରୁ ସହରକୁ ଆସିଥିଲେ।

faddazvc

ବେଙ୍ଗାଲୁରୁର ଜଣେ ୫୩ ବର୍ଷୀୟ ପ୍ରୁଫ୍‌ରିଡର୍‌ ପ୍ରମାଣ କରି ଦେଇଛନ୍ତି ଯେ ରୋଜଗାର ଯେତେ କମ୍‌ ହେଲେ ବି ସଞ୍ଚୟ ପ୍ରବୃତ୍ତି ରହିଲେ ଜଣେ ଆର୍ଥିକ ସୁରକ୍ଷା ହାସଲ କରିପାରିବ। ୨୦୦୦ ମସିହାରେ ମାଟ୍ରିକ୍‌ ଡିଗ୍ରି ଓ ୫୦୦୦ ଟଙ୍କା ଧରି ସେ ଗାଁରୁ ସହରକୁ ଆସିଥିଲେ। ତାଙ୍କୁ ଏକ  ସଂସ୍ଥାରେ ପ୍ରୁଫ୍‌ରିଡର୍‌ ଚାକିରି ମିଳିଲା; ମାସିକ ୪୨୦୦ ଟଙ୍କା ଦରମା। ସେ ସେଇଠି ହିଁ କାମ କରିଚାଲିଲେ ଏବଂ ୨୫ ବର୍ଷ କାମ କରିବା ଭିତରେ  ତାଙ୍କ ଦରମା ୬୩,୦୦୦ ଟଙ୍କାକୁ ବଢ଼ିଲା। ସେ କେବେ ଉଧାର ନିଅନ୍ତି ନାହିଁ କି କ୍ରେଡିଟ୍‌ କାର୍ଡ ବ୍ୟବହାର କରନ୍ତି ନାହିଁ। ପ୍ରତି ମାସରେ କିଛି କିଛି ସଞ୍ଚୟ କରନ୍ତି। ଏହି ଅଭ୍ୟାସ ଦ୍ବାରା  ଆଜି ତାରିଖରେ ସେ ୧.୦୧ କୋଟି ଟଙ୍କାର ଫିକ୍ସଡ୍‌ ଡିପୋଜିଟ୍‌ ରଖିବାରେ ସକ୍ଷମ ହୋଇଛନ୍ତି। 

ସଞ୍ଚୟର ସହଜ ଉପାୟ
 ସ୍ବାସ୍ଥ୍ୟ ହେଉଛି ସବୁଠୁ ବଡ଼ ପୁଞ୍ଜି। ସ୍ବାସ୍ଥ୍ୟର ଯତ୍ନ ନେଲେ ଡାକ୍ତରଖାନା କମ୍‌ ଯିବାକୁ ପଡ଼ିବ ଏବଂ ମାତ୍ରାଧିକ ଔଷଧ ଖର୍ଚ୍ଚରୁ ମୁକ୍ତି ମିଳିବ।
 ବଦ୍‌ଖର୍ଚ୍ଚରୁ ବଞ୍ଚନ୍ତୁ। ଅନାବଶ୍ୟକ କିଣାକିଣିକୁ ଏଡ଼ାଇଲେ ଆପଣ ସଞ୍ଚୟ ଦିଗରେ ମନ ବଳାଇପାରିବେ। 
 ୧୦୦ ଟଙ୍କା ପରି ଅଳ୍ପ ପରିମାଣରୁ ସଞ୍ଚୟ ଆରମ୍ଭ କରନ୍ତୁ। ଧୀରେ ଧୀରେ ଆପଣଙ୍କ ସଞ୍ଚୟ ବଢ଼ାନ୍ତୁ।  
 ଜମା ଟଙ୍କାକୁ କୌଣସି ସୁରକ୍ଷିତ ସ୍କିମ୍‌ରେ ନିବେଶ କରନ୍ତୁ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ରଖନ୍ତୁ। 
ଏହି ସବୁ ଉପାୟ ଆପଣଙ୍କ ପାଇଁ ବିଶେଷ ସହାୟକ ହେବ। ତେବେ ସଞ୍ଚୟ କରିବା ପାଇଁ ପ୍ରକୃତରେ ବେଶୀ ଟଙ୍କାର ରୋଜଗାର ଜରୁରି ନୁହେଁ, ବରଂ ନିଷ୍ଠାର ସହ ନିୟମିତ ସଞ୍ଚୟ କରିବା ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe