ଅର୍ଥ ସୂତ୍ର: ସଞ୍ଚୟର ସହଜ ସୂତ୍ର

କହନ୍ତି ଚାକିରି କଲେ ଦାୟିତ୍ବ ବଢ଼େ। ଆପଣ ଚାକିରି ବା ବ୍ୟବସାୟ କରନ୍ତି ଟଙ୍କା ରୋଜଗାର ପାଇଁ। ସେଇ ରୋଜଗାର ଟଙ୍କାରୁ କିଛି ବଳିଗଲେ ତାକୁ ସଞ୍ଚୟ କରନ୍ତି। ହେଲେ ଅଧିକାଂଶ ସମୟରେ ଆପଣ ଯେତିକି ରୋଜଗାର କରନ୍ତି ତାହା ଅଣ୍ଟେନାହିଁ କିମ୍ବା ସଞ୍ଚୟ ମଧ୍ୟ କରିପାରନ୍ତି ନାହିଁ।

scscx

କହନ୍ତି ଚାକିରି କଲେ ଦାୟିତ୍ବ ବଢ଼େ। ଆପଣ ଚାକିରି ବା ବ୍ୟବସାୟ କରନ୍ତି ଟଙ୍କା ରୋଜଗାର ପାଇଁ। ସେଇ ରୋଜଗାର ଟଙ୍କାରୁ କିଛି ବଳିଗଲେ ତାକୁ ସଞ୍ଚୟ କରନ୍ତି। ହେଲେ ଅଧିକାଂଶ ସମୟରେ ଆପଣ ଯେତିକି ରୋଜଗାର କରନ୍ତି ତାହା ଅଣ୍ଟେନାହିଁ କିମ୍ବା ସଞ୍ଚୟ ମଧ୍ୟ କରିପାରନ୍ତି ନାହିଁ। ମୂଳ କଥା ହେଲା ନିଜର ଏକ ବଜେଟ୍‌ ଯୋଜନା କରିବା। ଏଥିପାଇଁ ଅନେକ ସୂତ୍ର ରହିଛି। ହେଲେ ସେସବୁ ମଧ୍ୟରୁ ସବୁଠୁ ଲୋକପ୍ରିୟ ‌େହଉଛି ୫୦-୩୦-୨୦ ଫର୍ମୁଲା। 

 ୫୦-୩୦-୨୦ ଫର୍ମୁଲା କ’ଣ?
ଏହି ଫର୍ମୁଲାଟି ଅର୍ଥନୀତି ପରାମର୍ଶଦାତାଙ୍କ ପାଇଁ ସବୁଠୁ ଗ୍ରହଣୀୟ ସୂତ୍ର। ଏହି ସୂତ୍ରରେ ଆପଣ ଆପଣଙ୍କର ଦରମାକୁ ତିନିଭାଗରେ ବିଭକ୍ତ କରନ୍ତୁ। ଏଥିରେ ୫୦ ପ୍ରତିଶତ ଖର୍ଚ୍ଚ, ୩୦ ପ୍ରତିଶତ ଆବଶ୍ୟକତା ଓ ୨୦ ପ୍ରତିଶତ ସଞ୍ଚୟ ଅନ୍ତର୍ଭୁକ୍ତ। ଏହି ଫର୍ମୁଲା ସଞ୍ଚୟ ସହିତ ଖର୍ଚ୍ଚ ପରିଚାଳନା ଓ ଆର୍ଥିକ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରେ। 
 ଏହି ସୂତ୍ର କିପରି କାମ କରେ? 
ମନେ କରନ୍ତୁ ଆପଣ ଏକ ପ୍ରାଇଭେଟ୍‌ କମ୍ପାନିିରେ ଚାକିରି କରୁଛନ୍ତି ଏବଂ ମାସିକ ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି। ଏଥିରୁ ଆପଣ ପ୍ରତି ମାସରେ ବାପାମାଆଙ୍କୁ ୧୦ ହଜାର ଟଙ୍କା ପଠାନ୍ତି। ତେବେ ଏହି ସୂତ୍ର ଅନୁସାରେ ଆପଣ ଖର୍ଚ୍ଚ ଓ ଆବଶ୍ୟକତା ଅନୁସାରେ ସଞ୍ଚୟ କରିବେ କିପରି?
୧୦ ହଜାର ଟଙ୍କା ପରିବାରକୁ ପଠାଇଲା ପରେ ଆପଣଙ୍କ ପାଖରେ ବଞ୍ଚୁଛି ୪୦ ହଜାର ଟଙ୍କା। ଏହାର ୫୦ ପ୍ରତିଶତ ଅର୍ଥାତ୍‌ ୨୦,୦୦୦ ଟଙ୍କା ଆପଣ ଘରଭଡ଼ା, ଖାଦ୍ୟ, ବିଜୁଳି ବିଲ୍‌ ଇତ୍ୟାଦିରେ ଖର୍ଚ୍ଚ କରନ୍ତୁ। ଏବେ ବାକି ୫୦ ପ୍ରତିଶତ ଦରମାକୁ ୨ ଭାଗରେ ବାଣ୍ଟନ୍ତୁ। ବାକି ଥିବା ଦରମାର ୩୦%, ଅର୍ଥାତ୍‌ ୧୨,୦୦୦ ଟଙ୍କା ଆପଣଙ୍କ ଆବଶ୍ୟକତା ପାଇଁ ଯଥା ଜିମ୍‌ କିମ୍ବା କୌଣସି କର୍ମଶାଳା ଇତ୍ୟାଦିରେ ଖର୍ଚ୍ଚ କରନ୍ତୁ। ଆପଣ ଏଥିରୁ ମଧ୍ୟ କିଛି ପରିମାଣ ସଞ୍ଚୟ କରିବାକୁ ଚେଷ୍ଟା କରିବା ଉଚିତ, ଯାହା ଆପଣଙ୍କୁ ଟ୍ରାଭେଲ୍‌ ଟ୍ରିପ୍‌ କିମ୍ବା ବ୍ରା‌ଣ୍ଡେଡ୍‌ ପୋଷାକ ବା ସ୍ମାର୍ଟଫୋନ୍‌ କିଣିବା ଆଦି ଛୋଟ ଛୋଟ ଲକ୍ଷ୍ୟ ପୂରଣ ରିବାରେ ସାହାଯ୍ୟ କରିବ।
ଏବେ ବାକି ୨୦% ଅର୍ଥାତ୍ ୮,୦୦୦ ଟଙ୍କା ସଞ୍ଚୟ କରନ୍ତୁ। ସଞ୍ଚୟ ସହିତ ଆପଣ ପ୍ରତି ମାସରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ଏକ ଜରୁରିକାଳୀନ ପାଣ୍ଠିରେ କିଛି ପରିମାଣ ରଖିବା ଜରୁରି। ତା’ଛଡ଼ା ଆପଣ କିଛି ଟଙ୍କା ନିବେଶ କରିବା ଉଚିତ। ଏଥିରେ ଆପଣଙ୍କୁ ରିଟର୍ଣ୍ଣ ମିଳିବ ଏବଂ ଏହା ଆପଣଙ୍କ ସଞ୍ଚୟ ବୃଦ୍ଧି କରିବ। ଏହାସହିତ ମେଡିକାଲ୍‌ ଏମର୍ଜେନ୍‌ସି ପାଇଁ ମଧ୍ୟ କିଛି ଟଙ୍କା ରଖିବା ଆବଶ୍ୟକ। ଏପରି କଲେ ଆପଣ ୫୦-୩୦-୨୦ ଫର୍ମୁଲା ସାହାଯ୍ୟରେ ଆପଣଙ୍କର ଖର୍ଚ୍ଚ ଓ ଆବଶ୍ୟକତା ଅନୁସାରେ ସଞ୍ଚୟ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe