ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମାଙ୍କଡ଼ ଓ ମଣିଷଙ୍କୁ ନେଇ ଅନେକ ଭିଡିଓ ସାମ୍ନାକୁ ଆସିଛି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ମାଙ୍କଡ଼ର ସ୍ବଭାବକୁ ଭୁରିଭୁରି ପ୍ରଶଂସା କରାଯାଉଛି।

Advertisment

ଭିଡିଓରେ ମାଙ୍କଡ଼ର ଭିନ୍ନ ସ୍ଭଭାବ ଦେଖିବାକୁ ମିଳୁଛି। ଏହି କାରଣରୁ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଏକ ରେସ୍ତୋରାଁ ଭିତରର ବୋଲି କୁହାଯାଉଛି। ଯେଉଁଠାରେ ଜଣେ ମହିଳା ବସି ହରେରାମ ହରୋ କୃ‌ଷ୍ଣ ଭଜନ ଗାଉଥିବା ଦେଖିବାକୁ ମିଳୁଛି।

ମହିଳାଙ୍କ କଣ୍ଠରୁ ଏଭଳି ଭଜନ ଶୁଣି ମାଙ୍କଡ଼ଟି ନାଚିବା ସହିତ ଦୌଡ଼ି ଆସି ମହିଳାଙ୍କୁ ଆଲିଙ୍ଗନ କରି ପକାଉଛି। ଆଲିଙ୍ଗନ ପ‌ରେ ସେ ଟେବୁଲ ଉପରେ ବସି ମହିଳାଙ୍କୁ ଚାହିଁବା ସହିତ ଭଜନକୁ ମନ ଦେଇ ଶୁଣିଛୁ। ପୁଣି ମହିଳାଙ୍କ କୋଳକୁ ଯାଇ କାନ୍ଧରେ ମୁଣ୍ଡ ରଖି ଖୁସିରେ ମୁଣ୍ଡ ହଲାଇବା ସହିତ ମହିଳାଙ୍କୁ ଚୁମ୍ବନ ଦେଇ ସ୍ନେହ ବ୍ୟକ୍ତ କରିଥିଲା। 

ତେବେ ଏଭଳି ଘଟଣା ପ୍ରଥମ ନୁହେଁ ଅନେକଥର ମନ୍ଦିର କିମ୍ବା ଧାର୍ମିକସ୍ଥାନମାନଙ୍କରେ ହେଉଥିବା ଭଜନ କାର୍ଯ୍ୟକ୍ରମରେ ହଠାତ ମାଙ୍କଡ଼ ପହଞ୍ଚି ଯାଉଥିବାର ଘଟଣା ସାମ୍ନାକୁ ଆସିଛି।

 

ରିଲାଏନ୍ସ ବାର୍ଷିକ ସାଧାରଣ ସଭାରେ କରିଛି ବଡ଼ ଘୋଷଣା