ଶ୍ରେଣୀଗୃହ ଭିତରକୁ ପଶି ଆସି ଛାତ୍ରୀଙ୍କୁ ଆଲିଙ୍ଗନ କଲା ମାଙ୍କଡ଼

Advertisment

ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସି ପାଠପଢ଼ୁଥିବା ବେଳେ ହଠାତ ପଶି ଆସିଲା ମାଙ୍କଡ଼। ଜଣେ ଛାତ୍ରୀଙ୍କୁ ଆଲିଙ୍ଗନ କରିବା ସହିତ କରୁଛନ୍ତି ସ୍ନେହ। ଛୋଟ ଛୁଆଟେ ଭଳଳି ଖେଳୁଛି ମାଙ୍କଡ଼।

ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସି ପାଠପଢ଼ୁଥିବା ବେଳେ ହଠାତ ପଶି ଆସିଲା ମାଙ୍କଡ଼। ଜଣେ ଛାତ୍ରୀଙ୍କୁ ଆଲିଙ୍ଗନ କରିବା ସହିତ କରୁଛନ୍ତି ସ୍ନେହ। ଛୋଟ ଛୁଆଟେ ଭଳଳି ଖେଳୁଛି ମାଙ୍କଡ଼।

WQR


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏହି ଭଇରାଲ ଭିଡିଓରେ ଏକ ମାଙ୍କଡ଼ ଶ୍ରେଣୀଗୃହରେ ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ଆଲିଙ୍ଗନ କରି ସ୍ନେହ କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ଖୁବ ହୃଦୟସ୍ପର୍ଶୀ ରହିଛି।


ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରୁ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି, ‘ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ବସି ପାଠପଢ଼ୁଛନ୍ତି। ଏହି ସମୟରେ ଏକ ମାଙ୍କଡ଼ ହଠାତ ପଶି ଆସିଥିଲା। ଯାହାକୁ ଦେଖି ଶ୍ରେଣୀଗୃହରେ ଭିତରେ ଥିବା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀମାହନେ ଭୟଭୀତ ହୋଇଯାଇଥିଲେ। 


 ଏହି ସମୟରେ ମାଙ୍କଡ଼ ଶ୍ରେଣୀଗୃହରେ ଭିତରେ କାହାରିକୁ କିଛି କ୍ଷତି ନପହଞ୍ଚାଇ ଜଣେ ଛାତ୍ରୀଙ୍କ ପାଖକୁ ଯାଇ ଆଲିଙ୍ଗନ କରି ସ୍ନେହ କରି ତାଙ୍କ ସହିତ ଖେଳିବା ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ମୋବାଇଲ୍ ଫୋନରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାକି ଦ୍ରୁତଗତିରେ ଭାଇରାଲ ହେବା ସହିତ ଲୋକେ ଏହି ଭିଡିଓକୁ ନିଜନିଜ ଆକାଉଣ୍ଟରେ ସେୟାର ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe