ନୂଆଦିଲ୍ଲୀ: ସମୟସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀ ଓ ମଣିଷ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ସ୍ଥାପନା ହୋଇଥିବାର ଭିଡିଓ ଓ ଫଟୋ ‌ପୋଷ୍ଟ ହୋଇଥାଏ। ନିକଟରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରେ ମାଙ୍କଡ଼ ଘର କାମ କରୁଥିବା ଦେଖିବାକୁ ମିଳୁଛି।

Advertisment

ଅଧିକପଢ଼ନ୍ତୁ:ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁରାଗ କଶ୍ୟପ

ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ଭଦୋଖର ଥାନା ଅଞ୍ଚଳସ୍ଥ ଖାଗିପୁର ସଡ଼ବା ଗ୍ରାମରେ ରହୁଥିବା ରାଣୀ ନାମକ ମାଙ୍କଡ଼କୁ ନେଇ ଚର୍ଚ୍ଚା ଜୋର ଧରିଛି।

ରାଣୀ ନାମକ ମାଙ୍କଡ଼ ଆକାଶଙ୍କ ପରିବାର ସହିତ ତାଙ୍କ ଘରେ ବସବାସ କରେ।  ଆକାଶଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। ଏହି ଚ୍ୟାନେଲରେ ଆକାଶ ତାଙ୍କ ପୋଷା ମାଙ୍କଡ଼ର ଫଟୋ ଓ ଭିଡିଓ ପୋଷ୍ଟ କରିଥାଆନ୍ତି। ତାଙ୍କର ଏହି ଚ୍ୟାନେଲରେ ଏଯାବତ ଲକ୍ଷାଧିକ ସବ୍ସକ୍ରାଇବର୍ସ ଅଛନ୍ତି।

ରାଣୀ ଗତ ୮ବର୍ଷ ହେବ ଆକାଶଙ୍କ ପରିବାର ସଦସ୍ୟ ଭଳି ରହି ଆସୁଛି। ସେ ପରିବାର ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ଯାଇ ରୁଟି ବେଲିବା ଠାରୁ ଆରମ୍ଭ କରି ବାସନ ମାଜିବା ପର୍ଯ୍ୟନ୍ତ ଘରର ଅନେକ କାମ କରିଥାଏ। 

ଆକାଶ ତାଙ୍କ ମାଙ୍କଡ଼ ରାଣୀକୁ ନେଇ କହିଛନ୍ତି, ‘ଆଠବର୍ଷ ପୂର୍ବେ ଦଳେ ମାଙ୍କଡ଼ ଆମ ଗ୍ରାମକୁ ଆସିଥିଲେ। ଏହି ଦଳ ସହିତ ମାଙ୍କଡ଼ ଛୁଆ ରାଣୀ ବି ଥିଲା। କିନ୍ତୁ ଏହି ମାଙ୍କଡ଼ ଦଳ ଯେତେବେଳେ ଗାଁ ଛାଡ଼ିଥିଲେ ରାଣୀ ସେମାନଙ୍କ ଠାରୁ ଅଲଗା ହୋଇଯାଇଥିଲା।

ଅଧିକପଢ଼ନ୍ତୁ:ଝିଅ ଭର୍ତ୍ତି ଥିବା ହସ୍ପିଟାଲ ବାହାରେ ଯବାନଙ୍କ ହେଲା ମୃତ୍ୟୁ

ଏହାପରେ ସେ ଏଣେତେଣେ ବୁଲିବାକୁ ଲାଗିଲା। ତାକୁ ଆଉ ଦଳରେ ମିଶାଇଲେ ନାହିଁ। ମୋ ମା’ ଉକ୍ତ ମାଙ୍କଡ଼କୁ ଧରି ଆଣି ଘରେ ରଖିଥିଲା। ସେତେବେଳେ ସେ ଛୋଟ ଥିଲା। ଛୁଆଟି ବେଳରୁ ଆମ ଘର ରହିବା ପରେ ତାର ସ୍ବଭାବ ବି ମଣିଷ ଭଳି ହୋଇଯାଇଛି। ମା’ ଘରେ ଯେମିତି କାମ କରନ୍ତି ରାଣୀ ବି ସେମିତି କାମ କରିଥାଏ।  ଏମିତିକି ଛାତରେ ଲୁଗା ଶୁଖି ଯାଇଥିଲେ ତାକୁ ଘର ଭିତରକୁ ତୋଳି ଆଣିଥାଏ। ରାଣୀ ମୋ ମା’ ସହିତ ଖୁବ ଜଡ଼ିତ ଥିଲା। ମା’ଙ୍କ ମୃତ୍ୟୁ ପରେ ସେ ନିରାଶ ‌ହୋଇଯାଇଛି।’