ବ୍ୟାଗ ଧରି ଗଛ ଉପରକୁ ଡିଆଁ ମାରି ବସି ପଡ଼ିଲା ମାଙ୍କଡ଼.. ଉଡ଼ାଇଲା ୫୦୦ଟଙ୍କିଆ ନୋଟ

ଯୁବକଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଗଛ ଉପରକୁ ଚମ୍ପଟ ମାରିଲା ମାଙ୍କଡ଼। ଆରାମରେ ଗଛ ଉପରେ ବସି ନୋଟ ବିଡ଼ାରୁ ଉଡାଇଲା ୫୦୦-୫୦୦ଟଙ୍କିଆ ନୋଟ। ଗୋଟାଇବାକୁ ଲୋକଙ୍କ ଲାଗିଲା ଭିଡ଼।

Untitled-8 (2)

ପ୍ରୟାଗରାଜ: ଥରେ ଭାବି ଦେଖନ୍ତୁ ତ ଆପଣ ଉପରକୁ ଚାହିଁଲା ବେଳକୁ କିଛି ଟଙ୍କା ଉପରକୁ ଉଡ଼ୁଥିବା ବେଳେ ଆଉ କିଛି ଟଙ୍କା ତଳେ ପଡ଼ୁଥିବ....। ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ। ଏମିତି ଘଟଣା ଅନେକ ସିନେମା, ଧାରାବାହିକ କାହାଣୀରେ ଦେଖିବାକୁ ମିଳିଥିବା ବେଳେ ସମାନ ଘଟଣା  ପ୍ରୟାଗରାଜର ସୋରାଓଁ ତହସିଲରେ ଘଟିଛି।

ଘଟଣାଟି ହେଉଛି ଏପରି...ଗତ ସୋମବାର ଜଣେ ଯୁବକ ତାଙ୍କ ମୋଟରସାଇକେଲ ପାର୍କିଂ କରି ସୋରାଓଁ ତହସିଲର ଆଜାଦ ଅଡିଟୋରିୟମ ସାମ୍ନାରେ ଛିଡ଼ା ହୋଇଥିଲେ। ଏହି ସମୟରେ ସେ ଏକ ଜମି ପଞ୍ଜିକରଣ କରିବାକୁ ଆସିଥିଲେ। ପଞ୍ଜିକରଣ ପାଇଁ ଆବଶ୍ୟକୀୟ ଟଙ୍କା ବି ସାଥୀରେ ଧରିଥିଲେ। ଏହି ଟଙ୍କା ବ୍ୟାଗକୁ ଯୁବକ ଜଣକ ବାଇକରେ ଟଙ୍ଗାଇଥିଲେ।

ଏକ ଫୋନକଲ ଆସିବାରୁ ସେ ଅନ୍ୟମନସ୍କ ହୋଇ ବାଇକ ଠାରୁ କିଛିବାଟ ଦୂରେଇ ଯାଇଥିଲେ। ଠିକ ଏହି ସମୟରେ ଲୁଚି ବସିଥିବା ଏକ ଚତୁର ମାଙ୍କଡ଼ ଆସି ଯୁବକଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଗଛ ଉପରକୁ ଚମ୍ପଟ ମାରିଥିଲା।

ଏଦୃଶ୍ୟ ଦେଖି ଯୁବକ ଜଣକ ବିଚଳିତ ହୋଇପଡ଼ିଥିଲେ। କାରଣ ସେ ଅନେକ ଦିନରୁ ଏ ଟଙ୍କାକୁ ଜମି ପଞ୍ଜିକରଣ  ପାଇଁ ସଞ୍ଚୟ କରି ରଖିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା କିଛି ଲୋକ ମାଙ୍କଡ଼କୁ ବ୍ୟାଗଟିକୁ ତଳକୁ ଫିଙ୍ଗି ଦେବା ପାଇଁ ସଙ୍କେତ ଦେଉଥିଲେ କିନ୍ତୁ ମାଙ୍କଡ଼ଟି ଖେଳୁଆଡ଼ ମନୋଭାବରେ ଥିବା ପରି ମନେ ହେଉଥିଲା। ସେ ଲୋକଙ୍କ କଥାକୁ ଅଣଦେଖା କରି ଟଙ୍କା ଭର୍ତ୍ତି ବ୍ୟାଗକୁ ଛିଣ୍ଡାଇ ତା’ ଭିତରେ ଥିବା ଟଙ୍କା ବିଡ଼ାକୁ ବାହାର କରି ଧରିଥିଲା।

କିଛିସମୟ ପରେ ଉକ୍ତ ନୋଟ ବିଡ଼ାରୁ ମାଙ୍କଡ଼  ୫୦୦ଟଙ୍କିଆ ନୋଟ ବାହାର କରି ପବନରେ ଉଡ଼ାଇବାକୁ ଲାଗିଥିଲା।ଏହାପରେ ମାଙ୍କଡ଼ ନୋଟ ବିଡ଼ାକୁ ତଳକୁ ଫିଙ୍ଗି ଦେଇ ଅନ୍ୟ ଏକ ଗଛକୁ ଡିଆଁ ମାରିଥିଲା। ତଳେ ଥିବା ଲୋକମାନେ ଆଉ ସମୟ ବିଳମ୍ବ ନକରି ମାଙ୍କଡ଼ ଫିଙ୍ଗିଥିବା ସମସ୍ତ ଟଙ୍କାକୁ ସଂଗ୍ରହ କରିବା ଆରମ୍ଭ କରିଥିଲେ। 

ସୌଭାଗ୍ୟବଶତଃ, ନୋଟ୍ ସଂଗ୍ରହ କରୁଥିବା ଲୋକମାନେ ଦୟାଳୁ ଓ ସଚ୍ଚୋଟ ସ୍ବଭାବର ଥିଲେ।  ତେଣୁ ପୀଡ଼ିତ ତାଙ୍କ ସମସ୍ତ ଟଙ୍କାକୁ ଫେରି ପାଇଥିଲେ। ଏହି ଘଟଣା ପରେ ଯୁବକ ଜଣକ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe