ମହିଳାଙ୍କ କଥା ମାନି ଦେଖନ୍ତୁ କିପରି ସଙ୍ଗେସଙ୍ଗେ ପରିବା କାଟି ପକାଉଛି ମାଙ୍କଡ଼

Advertisment
ମହିଳାଙ୍କ କଥା ମାନି ଦେଖନ୍ତୁ କିପରି ସଙ୍ଗେସଙ୍ଗେ ପରିବା କାଟି ପକାଉଛି ମାଙ୍କଡ଼

ନୂଆଦିଲ୍ଲୀ: ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିବା ବେଳେ କେତେବଳେ ମାଙ୍କଡ଼ ଛୋଟ ଛୁଆଙ୍କୁ ଉଠାଇ ନେଇଥିବାର ଘଟଣା ସାମ୍ନାକୁ ଆସିଛି।  ଅପରପକ୍ଷରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ମାଙ୍କଡ଼କୁ ନିଜ ଛୁଆ ଭଳି ରଖିଥାଆନ୍ତି। ତେବେ କୌଣସି ମାଙ୍କଡ଼ ଘର କାମରେ ତାର ମାଲିକଙ୍କୁ ସାହାଯ୍ୟ କରୁଥିବା ଘଟଣା ଶୁଣିଛନ୍ତି। ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏକ ମାଙ୍କଡ଼ ତାର ମାଲିକାଣୀଙ୍କ କଥା ଶୁଣି ଚାଟପଟ ପରିବା କାଟୁଥିବା ଦେଖିବାକୁ ମିଳିଛି।

ଭିଡିଓଟିକୁ ସୋସିଆଲ ମିଡିଆରେ ଆଇଆରଏସ ଅମନ ପ୍ରୀତ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ଆମେ ଚାହିଁଲେ ମଣିଷ ଠାରୁ ମାଙ୍କଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ କାମ କରାଇପାରୁ। ନାରୀ ଶକ୍ତି। ଏହି ଭିଡିଓରେ ଆପଣ ଦେଖି ପାରିବେ ଜଣେ ମହିଳା ପରିବା କାଟୁଛନ୍ତି। ତାଙ୍କ ନିକଟରେ ଏକ  ମାଙ୍କଡ଼ ବସିଛି। ମହିଳା ଜଣକ ମାଙ୍କଡ଼କୁ ପରିବା ଦେଉଛନ୍ତି ଆଉ  ମାଙ୍କଡ଼ ଚଟାପଟ ସେଗୁଡ଼ିକୁ କାଟି ଦେଉଛି। ଏହାକୁ ଦେଖି ଲାଗୁଛି ଯେମିତି ମାଙ୍କଡ଼ଟି ଘର କାମ କରିବେ ମାହିର ଅଛି।

ମାଙ୍କଡ଼ର ଏହି ଭିଡିଓ ସେୟାର ହେବା ପରଠାରୁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୬ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଭିଡିଓଟି ଲୋକଙ୍କୁ ଖୁବ୍ ପସନ୍ଦ ଆସୁଥିବା ବେଳେ ମଜାଳିଆ ପ୍ରତିକ୍ରିୟା ‌ବି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe