ମଣିଷ ଭଳି ଛାତ ଉପରେ ବସି ଗୁଡ଼ି ଉଡ଼ାଉଛି ମାଙ୍କଡ଼

Advertisment

ଛାତ ଉପ‌ରେ ବସି ମଣିଷ ଭଳି ଗୁଡ଼ି ଉଡାଉଛି ମାଙ୍କଡ଼। ସୋସିଆଲ ମିଡିଆରେ ମାଙ୍କଡ଼ର ଏଭଳି କାମ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ। ମାଙ୍କଡ଼ର ଗୁଡ଼ି ଉଡ଼ା ଶୈଳୀ ଦେଖି କରି ପାରୁ ନାହାନ୍ତି ବିଶ୍ବାସ।

ଛାତ ଉପ‌ରେ ବସି ମଣିଷ ଭଳି ଗୁଡ଼ି ଉଡାଉଛି ମାଙ୍କଡ଼। ସୋସିଆଲ ମିଡିଆରେ ମାଙ୍କଡ଼ର ଏଭଳି କାମ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ। ମାଙ୍କଡ଼ର ଗୁଡ଼ି ଉଡ଼ା ଶୈଳୀ ଦେଖି କରି ପାରୁ ନାହାନ୍ତି ବିଶ୍ବାସ।

ହଯୖଂ


ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରାୟତଃ ମାଙ୍କଡ଼ମାନଙ୍କର ମଜାଳିଆ ଭିଡିଓ ସାମ୍ନାକୁ ଆସିଥାଏ। ଏହି ଭିଡିଓରେ ମାଙ୍କଡ଼ ମଣିଷ ଭଳି ସ୍ବଭାବ ଦେଖାଉଥିବା ଦେଖିବାକୁ ମିଳିଥାଡଏ।

ଅଧିକପଢ଼ନ୍ତୁ:ବୋର୍ଡ ପରୀକ୍ଷା ପାଇଁ ସୁଟିଂ ସେଟରେ ପାଠପଢ଼ୁଛନ୍ତି ରବିନାଙ୍କ ଝିଅ

ନିକଟରେ ମାଙ୍କଡ଼କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ମାଙ୍କଡ଼କୁ ଛାତ ଉପରେ ଚଢ଼ି ମଣିଷ ଭଳି ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳୁଛି। ଏହି ଦୃଶ୍ୟକୁ ଦେଖି ଲୋକେ ବିଶ୍ବାସ କରି ପାରୁ ନାହାନ୍ତି କି ମାଙ୍କଡ଼ ବି ମଣିଷ ଭଳି ଗୁଡ଼ି ଉଡ଼ାଇ ପାରେ?

ମାଙ୍କଡ଼ ଗୁଡ଼ି ଉଡ଼ାଇବା ଭିଡିଓକୁ ଇନଷ୍ଟାଗ୍ରାମରେ ମହାଦେବ-୮୩୩ ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖାହୋଇଛି,‘ ଇଏ ବନାରସ ଅଟେ। ଏଠାରେ କିଛି ବି ହୋଇପାରେ।’

ଅଧିକପଢ଼ନ୍ତୁ:"ଆଶା କରୁଛୁ ଆଜି ରାତିରେ ଆମେ ସମସ୍ତେ ସୁରକ୍ଷିତ ରହିବୁ": ପ୍ରିୟଙ୍କା ଚୋପ୍ରା

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ବନାରସର ବୋଲି କୁହାଯାଉଛି। ମାଙ୍କଡ଼କୁ ଛାତ ଉପରେ ଗୁଡ଼ି ଉଡ଼ାଉଥିବାର ଦୃଶ୍ୟ ଦେଖିବାକୁ ଲୋକେ ଖୁବ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe