India Today
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ କାଳରେ ସରକାର ବାରମ୍ବାର ଲୋକମାନଙ୍କୁ ମାସ୍କ ପିନ୍ଧିବା ସହିତ ମୁହଁ ଢ଼ାଙ୍କିବାକୁ ପରାମର୍ଶ ଦେଉଛନ୍ତି। ସାନିଟାଇଜର ଓ ଫେସ୍ ମାସ୍କ ବ୍ୟବହାର ଦ୍ୱାରା ୯୦ ପ୍ରତିଶତ ସଂକ୍ରମଣ ରୋକି ଯାଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। କରୋନା ସଂକ୍ରମଣ ହାରରେ ଭାରତ ଏବେ ବିଶ୍ୱର ତୃତୀୟ ଦେଶ ରହିଛି। ଏହି କ୍ରମରେ ଏକ ମାଙ୍କଡ଼ ମୁହଁରେ କପଡ଼ା ଢ଼ାଙ୍କି ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କରୋନା ସଂକ୍ରମଣ ନେଇ ଏଯାବତ ଅନେକ ଲୋକ ସଚେତନ ହୋଇଥିବା ବେଳେ ଏବେ ବି କିଛି ଲୋକ ଖୋଲା ଫାଙ୍କିଆ ହୋଇ ବୁଲୁଛନ୍ତି। ଯାହା ଫଳରେ ସଂକ୍ରମଣର ଭୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ନିକଟରେ ସୁଶାନ୍ତ ନନ୍ଦା ଏକ ମାଙ୍କଡର ଭିଡିଓ ଟୁଇଟରରେ ସେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି ଏକ ମାଙ୍କଡ଼ କୌଣସି ସ୍ଥାନରୁ ଏକ ଛିଣ୍ଡା କପଡ଼ା ଟିଏ ପାଇ ତାର ମୁହଁ ଢ଼ାଙ୍କିବାକୁ ଚେଷ୍ଟା କରୁଛି। ଏପର୍ଯ୍ୟନ୍ତ ଏହି ଭିଡିଓକୁ ୩୮ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି।
/sambad/media/post_attachments/9769cece616cf81d55960d6448f5ca6de0ce2ebf03c27da84984ff9663bb4e07.jpg)
ଏହି ଭିଡିଓକୁ ଦେଖି କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, କରୋନା ମହାମାରୀ ସମୟରେ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ବି କିଛି ଲୋକ ହେଳା କରୁଛନ୍ତି। ସେମାନଙ୍କୁ ଏହି ମାଙ୍କଡ଼ ଠାରୁ କିଛି ଶିଖିବା କଥା।
ସଂକ୍ରମଣରୁ ବଞ୍ଚିବା ପାଇଁ ଏବେ ଲୋକମାନେ ଘରକୁ ବାହାରିଲେ ମୁହଁକୁ ଢ଼ାଙ୍କି ବାହାରୁଛନ୍ତି। ବୋଧ ହୁଏ ଏହି ମାଙ୍କଡ଼ ଟି ରାସ୍ତାରେ ଲୋକମାନଙ୍କୁ ମୁହଁ ଘୋଡ଼ାଇ ହୋଇ ଯାଉଥିବା ଦେଖି ନିଜେ ବି କେଉଁଠାରୁ ଏକ ଛିଣ୍ଡା କପଡ଼ା ପାଇ ମଣିଷ ଭଳି ନିଜ ମୁହଁ ଢ଼ାଙ୍କିବାକୁ ଚେଷ୍ଟା କରୁଛି।
Follow Us