ଜାଣନ୍ତୁ ପୋଷ୍ୟ ସନ୍ତାନ ଭାବେ ଲୋକମାନେ ଅଧିମ ପୁଅ ନା ଝିଅକୁ ଗ୍ରହଣ କରୁଛନ୍ତି

Advertisment
ଜାଣନ୍ତୁ ପୋଷ୍ୟ ସନ୍ତାନ ଭାବେ ଲୋକମାନେ ଅଧିମ ପୁଅ ନା ଝିଅକୁ ଗ୍ରହଣ କରୁଛନ୍ତି

ପୋଷ୍ୟ ସନ୍ତାନ ଗ୍ରହଣରେ ଦଂପତିଙ୍କ ମାନସିକତାରେ କ୍ରମଶଃ ପରିବର୍ତ୍ତନ ହେଉଛି ଏବଂ ପୁତ୍ର ତୁଳନାରେ ଶିଶୁ କନ୍ୟା ପ୍ରତି ଅଧିକ ଆଗ୍ରହ ବଢ଼ୁଛି। ଗଲା ଛଅ ବର୍ଷ ମଧ୍ୟରେ ସାରା ଦେଶରେ ପୋଷ୍ୟ ସନ୍ତାନଙ୍କ ମଧ୍ୟରୁ ଶିଶୁ କନ୍ୟାଙ୍କ ହାର ରହିଛି ଷାଠିଏ ଶତାଂଶ। ଏ କ୍ଷେତ୍ରରେ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି। ପୋଷ୍ୟ ସନ୍ତାନ ଗ୍ରହଣ ବାବଦରେ ବିଭିନ୍ନ ତଥ୍ୟ ସଂଗ୍ରହକାରୀ ସର୍ବୋଚ୍ଚ ସଂସ୍ଥା ଭାବେ ପରିଚିତ ‘ଚାଇଲ୍‌ଡ ଆଡପ୍‌ସନ୍‌ ରିସଚ୍‌ର୍ ଅଥରିଟି’(ସିଏଆର୍‌ଏ) ପକ୍ଷରୁ ଏ ଭଳି ଏକ ସକାରାତ୍ମକ ଆଭିମୁଖ୍ୟ ସମ୍ବଳିତ ରିପୋଟ୍‌ର୍ ପ୍ରକାଶ ପାଇଛି।

publive-image

ସୂଚନା ଅଧିକାର ଆଇନ ଆଧାରରେ ମିଳିଥିବା ରିପୋଟ୍‌ର୍ରୁ ଜଣାଯାଏ ଯେ ୨୦୧୭-୧୮ ବର୍ଷରେ ଦେଶର ଏକାଧିକ ପୋଷ୍ୟ ସଂସ୍ଥାରୁ ଦଂପତିମାନେ ୩୨୭୬ ଶିଶୁ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ଶିଶୁ ପୁତ୍ର ସଂଖ୍ୟା ୧୪୧୮ ଏବଂ ଶିଶୁ କନ୍ୟା ସଂଖ୍ୟା ୧୮୫୮; ଯାହା ପୂର୍ବ ବର୍ଷଠାରୁ ଶିଶୁ କନ୍ୟାଙ୍କ ହାର ଅଧିକ। ପୂର୍ବ ବର୍ଷ ମୋଟ ୩୨୧୦ ଶିଶୁଙ୍କୁ ପୋଷ୍ୟ କରାଯାଇଥିଲା। ଏମାନଙ୍କ ମଧ୍ୟରେ କନ୍ୟା ଥିଲେ ୧୯୧୫ ଜଣ। ସର୍ବାଧିକ ୬୪୨ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ମହାରାଷ୍ଟ୍ର ଏହି ତାଲିକାର ଶୀର୍ଷରେ ରହିଛି, ଦ୍ୱିତୀୟରେ କର୍ଣ୍ଣାଟକ। ପୁଅ ତୁଳନାରେ ଝିଅଙ୍କୁ ଲାଳନପାଳନ କରିବା ସହଜ ହେଉଥିବାରୁ କନ୍ୟା ସନ୍ତାନଙ୍କ ପ୍ରତି ଆଭିମୁଖ୍ୟ ବଦଳିବାର ଏକ କାରଣ ବୋଲି ଏହି ରିପୋଟ୍‌ର୍ରେ ଦର୍ଶାଯାଇଛି। କାରଣ ଯାହା ହେଉ ନା କାହିଁକି, ଦେଶରେ ଲିଙ୍ଗଗତ ବୈଷମ୍ୟର ତାରତମ୍ୟ କ୍ରମଶଃ ବଢ଼ୁଥିଲେ ବି ଶିଶୁ କନ୍ୟାଙ୍କ ପ୍ରତି ଆଦର ଯେ କମିନାହିଁ, ତାହା ଏଥିରୁ ସ୍ପଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe