ଅର୍ଦ୍ଧାଧିକ ଭାରତୀୟ ମହିଳା ପୃଥୁଳକାୟ

ଭାରତୀୟ ମହିଳାମାନଙ୍କ ମଧ୍ୟରେ ପୃଥୁଳକାୟତା ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ବିଶେଷକରି ମହାନଗରରେ ଏହି ଧାରା ବେଶୀ ପରିଲକ୍ଷିତ ହେଉଛି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଅବ୍‌ଷ୍ଟ୍ରେଟିକ୍‌ସ ଆଣ୍ଡ୍ ଗାଇନାକୋଲୋଜି ରିସର୍ଚ୍ଚରେ ପ୍ରକାଶିତ ଏକ ଗବେଷଣା....

addaxzzx

ଭାରତୀୟ ମହିଳାମାନଙ୍କ ମଧ୍ୟରେ ପୃଥୁଳକାୟତା ଏକ ମହାମାରୀ ପରି ବ୍ୟାପିବାରେ ଲାଗିଛି। ବିଶେଷକରି ମହାନଗରରେ ଏହି ଧାରା ବେଶୀ ପରିଲକ୍ଷିତ ହେଉଛି। ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ଅବ୍‌ଷ୍ଟ୍ରେଟିକ୍‌ସ ଆଣ୍ଡ୍ ଗାଇନାକୋଲୋଜି ରିସର୍ଚ୍ଚରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ୩୫ରୁ ୪୯ ବର୍ଷ ମଧ୍ୟରେ ପ୍ରାୟ ୫୦% ଭାରତୀୟ ମହିଳା ବର୍ତ୍ତମାନ ପୃଥୁଳକାୟତାରେ ପୀଡ଼ିତ। ୧୮ରୁ ୩୦ ବର୍ଷ ବର୍ଗର ମହିଳାମାନେ ସମାନ ବୟସ ବର୍ଗର ପୁରୁଷମାନଙ୍କ ତୁଳନାରେ ଅଧିକ ମୋଟାପଣର ଶିକାର ହେଉଛନ୍ତି। ତଥ୍ୟ ଅନୁଯାୟୀ, ଭାରତରେ ୩୩.୫% ସହରାଞ୍ଚଳ ମହିଳା ଏବଂ ୧୯.୭% ଗ୍ରାମାଞ୍ଚଳ ମହିଳା ପୃଥୁଳ। ନିଷ୍କ୍ରିୟ ଦିନଚର୍ଯ୍ୟା, ଚାପ ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର କାରଣ। ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ଶାରୀରିକ କ୍ରିୟାରେ ହ୍ରାସ, ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ଓ ଗର୍ଭାବସ୍ଥା ମଧୁମେହ ଭଳି ମେଟାବୋଲିକ୍ ରୋଗର ବୃଦ୍ଧି ସହ ମଧ୍ୟ ଏହା ଜଡ଼ିତ ବୋଲି ଅଧ୍ୟୟନରେ କୁହାଯାଇଛି।

୩୫ରୁ ୪୯ ବର୍ଷ ବୟସ ବର୍ଗର ୫୦% ଭାରତୀୟ ମହିଳା ପୃଥୁଳକାୟତାରେ ପୀଡ଼ିତ। ସେଇପରି ସହରାଞ୍ଚଳର ୩୩.୫% ଏବଂ ଗ୍ରାମାଞ୍ଚଳର ୧୯.୭% ମହିଳା ପୃଥୁଳ ବୋଲି ଜଣାପଡ଼ିଛି।

କୁଶାଙ୍କ ଓଜନହ୍ରାସ ରହସ୍ୟ
ସାମାଜିକ ଗଣମାଧ୍ୟମ ବ୍ୟକ୍ତିତ୍ୱ ଏବଂ ଉଦ୍ୟୋଗୀ କୁଶା କପିଳା ନିଜ ଓଜନ ହ୍ରାସ ବାବଦରେ ନିକଟରେ ମୁହଁ ଖୋଲିଛନ୍ତି। କୁଶା ଏକ ୟୁଟ୍ୟୁବ୍ ଭିଡିଓରେ ନିଜ ଓଜନ ହ୍ରାସ ଯାତ୍ରା ବର୍ଣ୍ଣନା କରିଛନ୍ତି। ଯୁବାବସ୍ଥାରେ ଶରୀର ଭାବମୂର୍ତ୍ତି ସମସ୍ୟା ସହିତ ସେ କିପରି ସଂଘର୍ଷ କରିଥିଲେ ଏବଂ ଓଜନ ହ୍ରାସ ପାଇଁ ଭୋକରେ ରହିବା ପରି ଅସ୍ୱାଭାବିକ ଉପାୟ ଆପଣେଇଥିଲେ ସେ ବିଷୟରେ କୁଶା ଦର୍ଶାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଦିନକୁ କେବଳ ୮୦୦ରୁ ୯୦୦ କ୍ୟାଲୋରି ଖାଦ୍ୟ ଗ୍ରହଣ କରୁଥିଲେ ସେ। ଏଭଳି ଅତ୍ୟଧିକ ନିମ୍ନ କ୍ୟାଲୋରି ଯୋଗୁଁ ତାଙ୍କ ଓଜନ ନାଟକୀୟ ଭାବରେ ଖୁବ୍ ଶୀଘ୍ର କମିଯାଇଥିଲା। ସେ ମଧ୍ୟାହ୍ଣ ଭୋଜନ ଏବଂ ରାତ୍ରି ଭୋଜନରେ ରୁଟି ଓ ଟମାଟୋ ତରକାରି ଖାଉଥିଲେ। ଜଣେ ମହିଳା ଦୈନିକ ୧,୮୦୦ରୁ ୨,୦୦୦ କ୍ୟାଲୋରି ଗ୍ରହଣ କରିବା କଥା, ତେବେ କୁଶାଙ୍କର ଏପରି କ୍ୟାଲୋରି-ବିହୀନ ଖାଦ୍ୟ ତାଙ୍କ ପାଇଁ ଅନୁପଯୋଗୀ ସାବ୍ୟସ୍ତ ହୋଇଥିଲା। ଏହା ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଏବଂ ଯକ୍ଷ୍ମା ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିଲା। କୁଶାଙ୍କ ନିର୍ଯାସ ହେଲା, ଶରୀରକୁ ପୋଷଣ କରିବା ଏବଂ ଭୋକ ପରିଚାଳନା କରିବା ପାଇଁ ଫଳ, ପନିପରିବା, ଲିନ୍ ପ୍ରୋଟିନ୍, ସମ୍ପୂର୍ଣ୍ଣ ଶସ୍ୟ ଏବଂ ସୁସ୍ଥ ଚର୍ବି ଭଳି ସମ୍ପୂର୍ଣ୍ଣ ଖାଦ୍ୟ ଗ୍ରହଣ କରିବା ଦରକାର। ସଚେତନ ଭାବରେ ଖାଦ୍ୟ ଖାଇବା ସହ ଅତ୍ୟଧିକ ପରିମାଣକୁ ଏଡ଼ାଇବା ଦରକାର। ମେଟାବୋଲିଜିମ୍ ବୃଦ୍ଧି କରିବା ଏବଂ ମାଂସପେଶୀ ସଂରକ୍ଷଣ କରିବା ପାଇଁ ଚାଲିବା, ଶକ୍ତି ତାଲିମ କିମ୍ବା ଯୋଗ ପରି ନିୟମିତ ଶାରୀରିକ କାର୍ଯ୍ୟକଳାପ ମଧ୍ୟ ଜରୁରି। ସେହିପରି ପ୍ରଚୁର ପାଣି ପିଇବା ଏବଂ ଦୈନିକ ୭ରୁ ୮ ଘଣ୍ଟା ଗୁଣାତ୍ମକ ନିଦ୍ରା ଯିବା ମଧ୍ୟ ଆବଶ୍ୟକ। ପ୍ରତି ସପ୍ତାହରେ ୫୦୦ ଗ୍ରାମ୍‌ରୁ ୧ କିଲୋଗ୍ରାମ ଓଜନ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିବା ସହ ସମସ୍ୟାର ଶୀଘ୍ର ସମାଧାନ ଅପେକ୍ଷା ଦୀର୍ଘକାଳୀନ ଅଭ୍ୟାସ ଉପରେ ଧ୍ୟାନ ଦେଲେ ସୁଫଳ ମିଳିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe