ମୃତ୍ୟୁର ବୃକ୍ଷ ‘ମାଞ୍ଚିନୀଲ’

Advertisment
ମୃତ୍ୟୁର ବୃକ୍ଷ ‘ମାଞ୍ଚିନୀଲ’

flickr.com

ଆଖିକୁ ସୁନ୍ଦର ଦିଶୁଥିବା ସବୁ ପଦାର୍ଥ କେବେ ଉପକାର ସାଧନ କରିନଥାଏ। ଏ ପରିପ୍ରେକ୍ଷୀରେ ଲୋଭନୀୟ ଫଳ ଧାରଣ କରୁଥିବା ‘ମାଞ୍ଚିନୀଲ’ ବୃକ୍ଷ ମତ୍ୟୁ ପରି ଚରମ ଅଘଟଣ ରଚାଇଥାଏ ବୋଲି ଜଣାଯାଇଛି। ଦକ୍ଷିଣ ଆମେରିକାର ଉତ୍ତରଭାଗ ଓ ଫ୍ଲୋରିଡାକୁ ଲାଗି କାରବୀୟ ସାଗର କୂଳେ କୂଳେ ‘ମାଞ୍ଚିନୀଲ’ ବୃକ୍ଷ ଦେଖିବାକୁ ମିଳିଥାଏ, ଯାହାକୁ ସ୍ଥାନୀୟ ଲୋକେ ‘ମୃତ୍ୟୁର ବୃକ୍ଷ’ ବୋଲି କହିଥା’ନ୍ତି।

publive-image pinterest.com

ଗହଳିଆ ପତ୍ର ସହିତ ସବୁଜ-ହଳଦିଆ ରଙ୍ଗର ସେଓ କି ପିଜୁଳି ପରି ଫଳ ଭରିଥିବା ଏହି ଗଛକୁ ଦେଖିଲେ ଜଣେ ସ୍ବାଭାବିକ ଭାବେ ଆକର୍ଷିତ ହୋଇପଡ଼ିବ। ପର୍ଯ୍ୟଟକ ବା ଆଗନ୍ତୁକମାନେ ସମୁଦ୍ର ଉପକୂଳ ଖରାରୁ ଟିକିଏ ବିରାମ ପାଇବା ପାଇଁ ଏହି ଗଛଛାଇରେ କ୍ଷଣିଏ କାଟିବାକୁ ନିଶ୍ଚିତ ଉତ୍ସାହିତ ହୋଇଥା’ନ୍ତି। ମାତ୍ର ସ୍ଥାନୀୟ ଲୋକଙ୍କ ସତର୍କବାଣୀ ସେମାନଙ୍କୁ ଏକ ଅଜଣା ବିପଦରୁ ରକ୍ଷା କରିଥାଏ। କାରଣ ‘ମାଞ୍ଚିନୀଲ’ ଗଛର ପତ୍ର, ଫଳ, ଫୁଲ ଏବଂ ଡାଳର ବକଳ ତ ଭୀଷଣ ଭାବରେ ବିଷାକ୍ତ, ତେବେ ଏହି ଗଛ ସଂସ୍ପର୍ଶରେ ଆସୁଥିବା ପବନ ମଧ୍ୟ ଦେହରେ ବାଜିଲେ ବିଷକ୍ରିୟା ସୃଷ୍ଟି କରିଥାଏ। ଏହାର ସାମାନ୍ୟ ରସ ଆମ ଚର୍ମକୁ ଛୁଇଁଲେ ଦେହ କୁଣ୍ଡାଇ ହୋଇ ଫଳିଯାଇଥାଏ। ଗଛ ପାଖରେ କିଛି ସମୟ ଛିଡ଼ା ହେଲେ ଆଖି ପତା କୁଣ୍ଡାଇ ହୋଇ ଆଖିଧରା ଅନୁଭବ ଆଣିଥାଏ।

publive-image manoramaonline.com

ଅତୀତରେ ବାଟବଣା ବା ଦୁର୍ଘଟଣାଗ୍ରସ୍ତ ଜାହାଜର ନାବିକମାନେ ସମୁଦ୍ର ଉପକୂଳରେ ଏହି ଫଳ ଖାଇ ମୃତ୍ୟୁମୁଖରେ ପଡ଼ିଥିବାର ନଜିର ରହିଛି। ତେବେ ଏହି ବିଷାକ୍ତ ବୃକ୍ଷକୁ କାରବୀୟ ଆଦିମ ଅଧିବାସୀମାନେ ଭିନ୍ନ ବ୍ୟବହାରରେ ଲଗାଇଥା’ନ୍ତି। ସେମାନେ ଏହାର ପତ୍ରର ରସକୁ ତୀରମୁନରେ ଲେପନ କରି ତାହାକୁ ବିଷାକ୍ତ କରିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe