Advertisment

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ

Advertisment

ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ବୁଢ଼ୀ ଠାକୁରାଣୀ। କରୁଣାମୟୀ ମା’ଙ୍କ ପୀଠରେ ପ୍ରତିବର୍ଷ ପାଳିତ ହେଉଛି ନବରାତ୍ର ପୂଜା। ଏହି ଅବସରରେ ମା’ଙ୍କୁ ଷୋଡ଼ଶ ଉପଚାର ପୂଜା ପୂର୍ବକ ଆବାହନ କରାଯାଇଥାଏ।

ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ବୁଢ଼ୀ ଠାକୁରାଣୀ। କରୁଣାମୟୀ ମା’ଙ୍କ ପୀଠରେ ପ୍ରତିବର୍ଷ ପାଳିତ ହେଉଛି ନବରାତ୍ର ପୂଜା। ଏହି ଅବସରରେ ମା’ଙ୍କୁ ଷୋଡ଼ଶ ଉପଚାର ପୂଜା ପୂର୍ବକ ଆବାହନ କରାଯାଇଥାଏ।

gdjgdgjjgjgj

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାବାସୀଙ୍କ ଇଷ୍ଟଦେବୀ ହେଉଛନ୍ତି ମା’ ବୁଢ଼ୀ ଠାକୁରାଣୀ। କରୁଣାମୟୀ ମା’ଙ୍କ ପୀଠରେ ପ୍ରତିବର୍ଷ ପାଳିତ ହେଉଛି ନବରାତ୍ର ପୂଜା। ଏହି ଅବସରରେ ମା’ଙ୍କୁ ଷୋଡ଼ଶ ଉପଚାର ପୂଜା ପୂର୍ବକ ଆବାହନ କରାଯାଇଥାଏ। ଏହି ପୀଠର ସ୍ବତନ୍ତ୍ରତା ହେଲା ନବରାତ୍ର ପୂଜାର ପ୍ରତ୍ୟେକ ଦିନ ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିହୁଏ। ମହାଷ୍ଟମୀ ମଧୢରାତ୍ରରେ ମା’ଙ୍କ ସନ୍ଧିପୂଜା କରାଯାଇ କଖାରୁ ବଳି ଦେବାର ପରାମ୍ପରା ରହିଛି। ବ˚ଶାନୁକ୍ରମେ ଚଳିଆସୁଥିବା ଉକ୍ତ ପୂଜାରେ ହୋମ କିମ୍ବା ମଣ୍ତଳ ପକାଇ ପୂଜାପାଠ କରାଯାଏ ନାହିଁ। ମା’ଙ୍କ ସହ ସମସ୍ତ ପାର୍ଶ୍ବଦେବୀଙ୍କୁ ସ୍ବତନ୍ତ୍ର ଭାବେ ପୂଜାପାଠ କରାଯାଇଥାଏ। ପ୍ରତିଦିନ ଚଣ୍ଡୀପାଠ ସହ ମା’ଙ୍କର ସ୍ବତନ୍ତ୍ର ପୂଜା କରାଯାଇଥାଏ।

ବ୍ରହ୍ମପୁରର ଐତିହାସିକ ମା’ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାର କିମ୍ବଦନ୍ତି ଅତି ପ୍ରାଚୀନ। ମା’ଙ୍କ ଆବିର୍ଭାବର ଦୀର୍ଘବର୍ଷ ପରେ ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଇଛି। କିମ୍ବଦନ୍ତି ଅନୁଯାୟୀ ୧୭ଶହ ମସିହାରୁ ମା’ଙ୍କ ଯାତ୍ରା ପ୍ରଥମେ ଡେରାକୁଳର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଆରମ୍ଭ କରାଯାଇଥିଲା। ଡେରା ସ˚ପ୍ରଦାୟର ପାତଲା ପାରେୟା ଦେଶୀବେହେରା ହେଉଛନ୍ତି ମା’ଙ୍କର ଜଣେ ବଡ଼ଭକ୍ତ। ପୂର୍ବରୁ ମା’ଙ୍କ ମନ୍ଦିର ବଣଜଙ୍ଗଲ ଭିତରେ ରହିଥିବା ବେଳେ ପ୍ରତ୍ୟେକ ଦିନ ପାରେୟା ମା’ଙ୍କ ଦର୍ଶନ କରୁଥିଲେ। ଦିନେ ଜଙ୍ଗଲ ଦେଇ ଫେରିବା ବେଳେ ଏକ ଝିଅର କ୍ରନ୍ଦନ ଶୁଣିବାକୁ ପାଇଥିଲେ ପାରେୟା। ଏକ ଅଳ୍ପବୟସ୍କା ଝିଅ ଜଙ୍ଗଲିଆ ରାସ୍ତାରେ କାନ୍ଦୁଥିବା ଦେଖି ତାକୁ କାରଣ ସଂପର୍କରେ ପଚାରିଥିଲେ। ଝିଅଟି ବାପଘରକୁ ଯିବା ପାଇଁ ରାସ୍ତା ପାଉନଥିବା କହିବାରୁ ପାରେୟା ଆଜି ରାତିକ ପାଇଁ ତାଙ୍କ ଘରେ ରହିବାକୁ କହିଥିଲେ। କିଛି ସମୟ ପରେ ଝିଅଟି ଅନ୍ତର୍ଦ୍ଧାନ ହୋଇଯାଇଥିଲା। ରାତିରେ ମା’ ସ୍ବପ୍ନାଦେଶ ଦେଇ କହିଥିଲେ, ଆଜିଠାରୁ ତୁ ମୋ ବାପା ହେଲୁ। ପାରେୟା ଏହି କଥା ନିଜ ଜାତିଭାଇଙ୍କୁ ଜଣାଇବା ପରେ ତାଙ୍କ ସଂପ୍ରଦାୟ ପକ୍ଷରୁ ମା’ଙ୍କୁ ଆଣିବା ପାଇଁ ସ୍ଥିର କରାଯାଇଥିଲା। ତେବେ କେଉଁ ସମୟରେ ମା’ଙ୍କୁ ଅଣାଯିବ, ସେ ନେଇ ପୁଣିଥରେ ସ୍ବପ୍ନାଦେଶ ହୋଇଥିଲା। ମା’ଙ୍କଠାରୁ ଅନୁମତି ପାଇବା ପରେ ଯାତ୍ରା ଆରମ୍ଭ କରାଯାଇଥିଲା। ସେହି ସମୟରେ ସଂପ୍ରଦାୟର ବିଭିନ୍ନ ଅଞ୍ଚଳରେ ଜଣେ ଲେଖାଏ ସାହି ମୁଖିଆ ଥିଲେ ଏବଂ ସେମାନେ ସେନାପତି ଭାବେ ପରିଚିତ ଥିଲେ। ସହରର ୭ଜଣ ସେନାପତିଙ୍କ ସହଯୋଗରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।

କାଳକ୍ରମେ ପାରେୟାଙ୍କ ପରେ ବ˚ଶାନୁକ୍ରମେ ପି. ଲିଙ୍ଗରାଜ ଦେଶୀବେହେରା, ପି.ପୋଲେୟା ଦେଶୀବେହେରା, ପି.ବିଶ୍ବନାଥ ଦେଶୀବେହେରା, ପି.ବାସବରାଜୁ ଦେଶୀବେହେରା ଯାତ୍ରା ପରିଚାଳନା କରିବା ପରେ ବାସବରାଜୁ ନିଜର ଏକ ପୁତ୍ରକୁ ଗୋସାଇଁ ବାପାଙ୍କ ନାମ ପୋଲେୟାଙ୍କ ନାମରେ ନାମିତ କରିଥିଲେ। ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିବା ପୋଲେୟା ଦେଶୀବେହେରା ୧୯୧୭ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରିଥିଲେ। ତାଙ୍କ ଧର୍ମପତ୍ନୀ ପାତଲା ଗୌରୀ ମହାଲକ୍ଷ୍ମୀ ରାଜମଣି ମା’ଙ୍କୁ ଆବହନ କରିବା ସହ ଆଜ୍ଞାମାଳ ବହନ କରି ଘଟ ପରିକ୍ରମା କରୁଥିଲେ। ସ୍ବର୍ଗତ ପୋଲେୟାଙ୍କ ପୁତ୍ର ନଥିବାରୁ  ନାତି ତଥା ସାନଝିଅ ଭି.ଲକ୍ଷ୍ମୀକାନ୍ତାଙ୍କ ଏକମାତ୍ର ପୁତ୍ର ଦୁର୍ଗାପ୍ରସାଦଙ୍କୁ ପୁତ୍ର ଭାବେ ଗ୍ରହଣ କରି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ଦୁର୍ଗାପ୍ରସାଦ ଦେଶୀବେହେରା ୧୯୯୫ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରୁଥିବା ବେଳେ ଧର୍ମପତ୍ନୀ ପି.ଦେବକୀ ମା’ଙ୍କ ଆଜ୍ଞମାଳ ଆଣିବା ଓ ମା’ଙ୍କ ଘଟ ବହନ କରି ଆସୁଛନ୍ତି। ଏହାଛଡ଼ା ସ˚ପ୍ରଦାୟର ମହିଳାମାନେ ପୂର୍ବପରି ଅନ୍ୟ ୮ଟି ପାର୍ଶ୍ବଘଟକୁ ବହନ କରି ଯାତ୍ରା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe