ଦୃଷ୍ଟିଶକ୍ତି ହରାଇଥିବା ମା’ର ଶିଶୁ ପ୍ଲାଟଫର୍ମକୁ ଖସି ପଡ଼ୁଥିବା ବେଳେ ଦେବଦୂତ ସାଜି ପହଞ୍ଚିଥିଲେ ଏହି ବ୍ୟକ୍ତି

ଦୃଷ୍ଟିଶକ୍ତି ହରାଇଥିବା ମା’ର ଶିଶୁ ପ୍ଲାଟଫର୍ମକୁ ଖସି ପଡ଼ୁଥିବା ବେଳେ ଦେବଦୂତ ସାଜି ପହଞ୍ଚିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଷ୍ଟେସନ ହେଉ ଅବା ରେଳ ଧାରଣାରେ ସମୟସମୟରେ ଘଟଣା ଦୁର୍ଘଟଣା ଘଟିଥାଏ। ନିକଟରେ ରେଳ ଧାରଣାକୁ ଖସି ପଡ଼ିଥିବା ଶିଶୁକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମା’ ଯିଏକି ତାଙ୍କ ଦୃଷ୍ଟିଶକ୍ତି ହରାଇ ଦେଇଛନ୍ତି। ସେ ତାଙ୍କ ଶିଶୁକୁ ଧରି ପ୍ଲାଟଫର୍ମରେ ଚାଲିଚାଲି ଯାଉଛନ୍ତି। ଏତିକିବେଳେ ଅସାବଧାନତା ହେତୁ ଶିଶୁ ଜଣକ ଧାରଣାକୁ ଖସି ପଡ଼ୁଛି। ଶିଶୁ ଧାରଣାକୁ ଖସି ପଡ଼ୁଥିବା ଦିବ୍ୟାଙ୍ଗ ମା’ ଜାଣି ପାରି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପାରୁ ନାହାନ୍ତି।

ଏଦୃଶ୍ୟ ଦେଖି ଜଣେ ବ୍ୟକ୍ତି ଉଦ୍ଧାର ପାଇଁ ଦୌଡ଼ି ଆସିଥିଲେ। ଆଉ ସମୟ ଥାଉଥାଉ ଶିଶୁକୁ ଧାରଣାରୁ ଉଦ୍ଧାର କରି ଜୀବନ ବଞ୍ଚାଇ ଦେଇଥିଲେ।

ଏହି ଘଟଣା ପରେ ଶିଶୁ ନିକଟରେ ଦେବଦୂତ ସାଜି ପହଞ୍ଚିଥିବା ବ୍ୟକ୍ତିଙ୍କୁ ରେଳବାଇ ପକ୍ଷରୁ ପୁରସ୍କାର ଦିଆଯାଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଉକ୍ତ ବ୍ୟକ୍ତି ଜଣକ ଯେତିକି ପୁରସ୍କାର ରାଶି ପାଇଥିଲେ, ସେଥିରୁ ଅଧାର ରାଶି ସେ ଉକ୍ତ ଶିଶୁର ପାଠପଢ଼ା ପାଇଁ ତାର ଦିବ୍ୟାଙ୍ଗ ମା’ଙ୍କୁ ଦେଇ ଦେଇଥିଲେ।

ଏହି ଘଟଣାର ଭିଡିଓ କ୍ରିକେଟର ବିବିଏସ ଲକ୍ଷ୍ମଣ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ମୟୁର ସେଲକେଙ୍କୁ ହୃଦୟରୁ ଶୁଭେଚ୍ଛା। ସେ ଜଣେ ୬ବର୍ଷ ଶିଶୁର ଜୀବନ ବଞ୍ଚାଇ ଦେଇଛନ୍ତି। ଶିଶୁର ମା’ଙ୍କ ଦୃଷ୍ଟିଶକ୍ତି ନାହିଁ। ସେ ତାଙ୍କ ୬ବର୍ଷ ଶିଶୁର ସାହାରାରେ ବାଟ ଚାଲି ଥାଆନ୍ତି। ମୟୁର ଶିଶୁର ଜୀବନ ବଞ୍ଚାଇ ଏକ ଗର୍ବର କାମ କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe