ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁନ୍ଦର ସୃଷ୍ଟି ହେଉଛି ମାଆ। ସେ ମଣିଷ କ୍ଷେତ୍ରରେ ହେଉ କିମ୍ବା କୌଣସି ଜୀବଯନ୍ତୁଙ୍କୁ କ୍ଷେତ୍ରରେ। ନିକଟରେ ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି କୁକୁର ଛୁଆକୁ କ୍ଷୀର ପିଆଉଥିବା ମହିଳାଙ୍କୁ ମାଆ କୁକୁରଟି ନିଜ ହିସାବରେ କୃତଜ୍ଞତା ଜଣାଉଥିବା ଦେଖିବାକୁ ମିଳିଛି।
www.indiatoday.inଏହି ହୃଦୟସ୍ପର୍ଶୀ ଭିଡିଓଟି ମାର୍ଚ ୮ ତାରିଖରେ ୟୋଦାଫର୍ଏଭର୍ ନାମକ ଟ୍ବିଟର୍ ଆକାଉଣ୍ଟ୍ରେ ପୋଷ୍ଟ୍ ହୋଇଥିବା ଦେଖିବାକୁ ମିଳିଛି। ଭିଡିଓଟି ପୋଷ୍ଟ୍ ହେବା ପରେ ଏହାର ଭିୟୁ ୪ ଲକ୍ଷରୁ ଊର୍ଧ୍ବ ହୋଇ ସାରିଲାଣି।
ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା କିଛି କୁକୁର ଛୁଆଁଙ୍କୁ କ୍ଷୀର ପିଆଉଛନ୍ତି। ଏହା ପରେ ମାଆ କୁକୁରଟି ଖୁସି ହୋଇ ନିଜ ଲାଙ୍ଗୁଡ଼ ହଲାଇ, ଗୋଡ଼ ଉଠାଇ ମହିଳାଙ୍କୁ କୃତଜ୍ଞତା ଜଣାଉଛି।
ଲୋକେ ଏହି ଭିଡିଓ ଦେଖିବା ପରେ ମହିଳାଙ୍କୁ ତାଙ୍କ ଉଦାରତା ପାଇଁ ଧନ୍ୟବାଦ ଜଣାଇଛନ୍ତି।
Follow Us