ହସ୍ପିଟାଲ ବାଥ୍‌ରୁମ୍‌ରେ ମହିଳାଙ୍କ ପ୍ରସବ, ନର୍ସର ଅବହେଳା ହେତୁ ନବଜାତ ଶିଶୁର ହେଲା ମୃତ୍ୟୁ

Advertisment
ହସ୍ପିଟାଲ ବାଥ୍‌ରୁମ୍‌ରେ ମହିଳାଙ୍କ ପ୍ରସବ, ନର୍ସର ଅବହେଳା ହେତୁ ନବଜାତ ଶିଶୁର ହେଲା ମୃତ୍ୟୁ

oneindia

ବଲରାମପୁର: ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲା ମୁଖ୍ୟାଳୟସ୍ଥିତ ମହିଳା ଚିକିତ୍ସାଳୟରେ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କର ଅମାନବୀୟ ଚେହେରା ସାମ୍ନାକୁ ଆସିଛି। ଏହି ଚିକିତ୍ସାଳୟକୁ ପ୍ରସୂତି ପାଇଁ ଆସିଥିବା ଜଣେ ମହିଳା ହସ୍‌ପିଟାଲ ବାଥ୍‌ରୁମ୍‌ରେ ସନ୍ତାନ ଜନ୍ମ ଦେଇଛନ୍ତି। ତେବେ ପ୍ରସବ ସମୟରେ ମୁଣ୍ଡ ବାହାରକୁ ନ ବାହାରି ପାରିବାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା ବୋଲି ରବିବାର ଖବର ପ୍ରକାଶ ପାଇଛି। ଏହି ଘଟଣା ପରେ ପୀଡିତାଙ୍କ ପରିବାରବର୍ଗ ଚିକିତ୍ସାଳୟର ଅବହେଳା ଓ ଦୋଷୀ ଷ୍ଟାଫ୍‌ ନର୍ସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

publive-image

ଏଭଳି ଏକ ଘଟଣା ଜିଲ୍ଲା ମହିଳା ଚିକିତ୍ସାଳୟରେ ଶନିବାର ସକାଳ ୫.୦୦ ସମୟରେ ଘଟିଛି। ୨୬ବର୍ଷୀୟ ଆଶିଙ୍କା ଦେବି ଅନ୍ତସତ୍ତ୍ୱା ଥିଲେ, ତାଙ୍କର ପ୍ରସବ ସମୟ ହୋଇ ଯାଇଥିଲା। ତେଣୁ ଆଶଙ୍କା ଦେବିଙ୍କୁ ତାଙ୍କ ସ୍ୱାମୀ ବିଜୟ କୁମାର ଆମ୍ବୁଲାନ୍ସରେ ଯୋଗେ ଜିଲ୍ଲା ମହିଳା ଚିକିତ୍ସାଳୟରେ ହଆଣି ଭର୍ତ୍ତି କରାଇଥିଲେ। ଭର୍ତ୍ତି ହେବା ପରେ ମହିଳାଙ୍କ ପ୍ରଥମ ଯାଞ୍ଚ ସମୟରେ ଡା ପିକେ ମିଶ୍ରା ପ୍ରସୂତିଙ୍କ ଶରୀରରେ ରକ୍ତ ଅଭାବ ଅଛି ବୋଲି କହିଥିଲେ। ପ୍ରସୂତିଙ୍କ ସ୍ୱାମୀ ବିଜୟ କୁମାର ପାଖ ବ୍ଲକ୍‌ ବ୍ୟାଙ୍କ୍‌କୁ ରକ୍ତ ଆଣିବାକୁ ଯାଇଥିଲେ, ରକ୍ତ ନମିଳିବାରୁ ସେ ଫେରି ଆସିଥିଲେ। ଡାକ୍ତର ବିଜୟ ପି ମିଶ୍ରା ରକ୍ତ ଯୋଗାଡ ନହେଲା ଯାଏଁ ମହିଳାଙ୍କ ନରମାଲ ଡେଲିଭରି ହୋଇପାରିବ ନାହିଁ ବୋଲି କହିଥିଲେ।

କିଛି ସମୟ ପରେ ଅନ୍ତସତ୍ତ୍ୱା ଥିବା ଆଶିକାଙ୍କ ପେଟରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା, ସେ ଯନ୍ତ୍ରଣା ସହି ନପାରି ବାଥ୍‌ରୁମ୍‌କୁ ଚାଲି ଯାଇଥିଲେ। ସେଠାରେ ହିଁ ତାଙ୍କର ପ୍ରସବ ହୋଇଯାଇଥିଲା। ସେ ବାଥ୍‌ରୁମ ସନ୍ତାନକୁ ଜନ୍ମ ଦେଇଥିଲେ ସିନା କିନ୍ତୁ ନବଜାତ ଶିଶୁର ମୁଣ୍ଡ ବାହାରକୁ ବାହାରି ନପାରିବାକୁ ତାର ମୃତ୍ୟୁ ହୋଇଯାଇଥିଲା। ସେଠାରେ ଥିବା ଲୋକମାନେ ନର୍ସ ଓ ଡାକ୍ତରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ, କିନ୍ତୁ କୌଣସି ନର୍ସ, ଡାକ୍ତର ପ୍ରସୂତିଙ୍କ ପାଖକୁ ଯାଇ ନଥିଲେ। ଓଲଟି ଷ୍ଟାଫ୍‌ ନର୍ସ ପ୍ରସୂତିଙ୍କ ସ୍ୱାମୀଙ୍କୁ କହିଥିଲେ, କୌଣସି ପ୍ରକାରେ ଆପଣଙ୍କ ପତ୍ନୀଙ୍କୁ ଉଠାଇ ଲେବର ରୁମ୍‌ ପର୍ଯ୍ୟନ୍ତ ନେଇ ଆସନ୍ତୁ, ଆମେ ଶିଶୁକୁ ବାହାରକୁ ବାହାର କରିଦେବୁ।

publive-image

ପ୍ରସୂତିଙ୍କ ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ, ଯେତେବେଳ ଆମ ଝିଅର ବାର୍ଥରୁମ୍‌ରେ ପ୍ରସବ ହୋଇଗଲା ସେହିସମୟରେ ଯଦି ଡାକ୍ତର କିମ୍ବା ନର୍ସ ସାହାଯ୍ୟ କରି ଥାଆନ୍ତେ, ତେବେ ନବଜାତ ଶିଶୁଟି ହୁଏତ ବଞ୍ଚି ପାରି ଥାଆନ୍ତି। କିନ୍ତୁ ସେମାନଙ୍କ ଖାମଖିଆଲି ପାଇଁ ନବଜାତ ଶିଶୁଟିର ଜୀବନ ଚାଲିଯାଇଥିଲା। ଏହି ଘଟଣା ଜିଲ୍ଲା ଅଧିକାରୀଙ୍କ ଦୃଷ୍ଟିକୁ ନିଆଗଲା ପରେ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe