ପୁଅ ମୃତ୍ୟୁର ଆଠବର୍ଷ ପରେ ମା’ ପାଖକୁ ଆସିଲା ଫୋନ୍‌, ପୁଅ ଛାଡ଼ି ଯାଇଛି ୭୫ଲକ୍ଷ ଟଙ୍କାର ସମ୍ପତ୍ତି

Advertisment
ପୁଅ ମୃତ୍ୟୁର ଆଠବର୍ଷ ପରେ ମା’ ପାଖକୁ ଆସିଲା ଫୋନ୍‌, ପୁଅ ଛାଡ଼ି ଯାଇଛି ୭୫ଲକ୍ଷ ଟଙ୍କାର ସମ୍ପତ୍ତି

zeenews

ଦୁବାଇ: ଜଣେ ଭାରତୀୟ ମହିଳାଙ୍କୁ ପୁଅ ମୃତ୍ୟୁର ଆଠବର୍ଷ ପରେ ୟୁଏଇରୁ ୭୫ଲକ୍ଷ ଟଙ୍କାର ସମ୍ପତ୍ତି ମିଳିଛି। ମେରିକୁଟ୍ଟି ଥାମସ୍‌ଙ୍କ ୩୫ ବର୍ଷୀୟ ପୁଅ ସିନୋ ଦୁବାଇରେ ଭଲ ଚାକରି କରି ବେତନ ବି ପାଉଥିଲା। ହଠାତ୍‌ ଦିନେ ସିନୋଙ୍କ ମୃତ୍ୟୁ ହୋଇଯାଇଥିଲା। ସିନୋଙ୍କ ବକେୟା ଥିବା ରାଶି ତାଙ୍କ ମା’ ଓ ବଡ଼ ଭାଇକୁ ମିଳିବାର ଥିଲା।

ପ୍ରକାଶିତ ରିପୋର୍ଟ ମୁତାବକ, ମୃତ ସିନୋଙ୍କ ବଡ଼ ଭାଇ କମ୍ପାନି ସହିତ ସମ୍ପର୍କରେ ଥିଲେ। କିନ୍ତୁ ଗତବର୍ଷ ବଡ ପୁଅର ବି ମୃତ୍ୟୁ ହୋଇଯିବା ପରେ ଥାମସ୍‌ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିିଥିଲେ। ସେ କୌଣସି ଜରୁରୀ କାଗଜପତ୍ର କାମ ବି କରି ପାରୁ ନଥିଲେ। ଏକଦା ଦୁବାଇରୁ ଥାମସ୍‌ଙ୍କ ପାଖକୁ ଫୋନ୍‌ ଆସିଥିଲା କି, ତାଙ୍କ ପୁଅ କିଛି ସମ୍ପତ୍ତି ଛାଡି ଯାଇଛି। ଯାହାର ମୂଲ୍ୟ ୭୫ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି, ଏଥିରେ ତାଙ୍କ ଭାଗରେ ୩୩ଲକ୍ଷ ଟଙ୍କା ପଡ଼ିଛି।

ତେବେ ଏହି ଖବର ପାଇବା ପରେ ଥାମସ୍‌ କହିଥିଲେ, ‘କେତେ ପରିମାଣ ଟଙ୍କା ଏହା ମୋ ପାଇଁ କିଛି ମହତ୍ତ୍ୱ ରଖେ ନାହିଁ। ମୋ ପାଇଁ ବଡ଼ କଥା ହେଉଛି ଏହା ମୋ ପୁଅର ପରିଶ୍ରମର ଫଳ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe