ବାଲ୍ୟ ବିବାହ ପରେ ବୋହୂକୁ ଉଚ୍ଚଶିକ୍ଷିତ କରିବା ପାଇଁ ସ୍କୁଲରେ ନାମ ଲେଖାଇଲେ ଶାଶୁ

ବିହାରର ସୁପୌଲ ଜିଲ୍ଲାର ଛାତାପୁରର କଟହରା ପଞ୍ଚାୟତରେ ବାଲ୍ୟବିବାହ ପରେ ଶାଶୁ ତାଙ୍କ ବୋହୂଙ୍କ ସ୍କୁଲରେ ୯ମ ଶ୍ରେଣୀରେ ନାମ ଲେଖାଇଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। 

ସୗଯଂୗସଂ

ନୂଆଦିଲ୍ଲୀ: ବିହାରର ସୁପୌଲ ଜିଲ୍ଲାରୁ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି। ଛାତାପୁରର କଟହରା ପଞ୍ଚାୟତରେ ବାଲ୍ୟବିବାହ ପରେ ଶାଶୁ ତାଙ୍କ ବୋହୂଙ୍କ ସ୍କୁଲରେ ନାମ ଲେଖାଇଥିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। 

ଶିକ୍ଷୟିତ୍ରୀ ସ୍ମିତା ଠାକୁର ଏହି ହୃଦୟସ୍ପର୍ଶୀ ଘଟଣାର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି।

ଏହି ଭିଡିଓ ସାମ୍ନା୍କୁ ଆସିବା ପରେ କିଛି ଲୋକ ବାଲ୍ୟବିବାହ ଉପରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଉଥିବା ବେଳେ ଅନେକ ଲୋକଶାଶୁଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି। 

ବାଲ୍ୟବିବାହ ପରେ ସ୍କୁଲରେ ବୋହୂଙ୍କ ନାମ ଲେଖାଇଥିବା ଘଟଣାକୁ ନେଇ ଶାଶୁ କହିଛନ୍ତି,‘ମୋ ବୋହୂର ବାପା ଓ ମା’ ଶିକ୍ଷିତ ନୁହନ୍ତି। ତେଣୁ ସେମାନେ ତାଙ୍କ ଝିଅର ପାଠପଢ଼ା ବନ୍ଦ କରି ଦେଇ ବିବାହ ସ୍ଥିର କରି ଦେଇଥିଲେ। ମୁଁ ସେହି ଝିଅକୁ ବୋହୂ କରି ଆଣିବା ପରେ ତାକୁ ଉଚ୍ଚ ଶିକ୍ଷିତ କରିବାକୁ ସ୍ଥିର କରିଥିଲି। ତେଣୁ ବିବାହ ପରେ ବୋହୂକୁ ସ୍କୁଲକୁ ନେଇ ତାର ୯ମ ଶ୍ରେଣୀରେ ନାମ ଲେଖାଇ ଆସିଛି। ଏଥିପାଇଁ ଗାଁ ଲୋକଙ୍କ ଠାରୁ ଅନେକ ଟାହିଟାପରା ବି ଶୁଣିଛି। କିନ୍ତୁ ମୋ ଉପରେ ଏସବୁର କିଛି ପ୍ରଭାବ ପକାଇ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe